ଅପରାଧ ରାଜ୍ୟ

PUBG ନେଲା ଜୀବନ : ବାପା ଗେମ୍‌ ଖେଳିବାକୁ ମନା କରିବାରୁ ଆତ୍ମହତ୍ୟା କଲା ପୁଅ

ନୂଆଦିଲ୍ଳୀ ୧୩।୦୬ : PUBG ମୋବାଇଲ୍ ଗେମ୍ କ୍ରେଜ୍‌ ଏତେ ଖରାପ ଯେ ଛୋଟ ପିଲା ସହ ଏବେକା ଯୁବ ପିଢିଙ୍କୁ ନିଶା ହୋଇଯାଇଛି । ଖେଳରେ ଏତେ ମାତୁଛନ୍ତି କି ତାଙ୍କ ଏହି ଗେମ୍‌ ବ୍ୟତୀତ ଆଉ କିଛି ଦେଖାଯାଉ ନାହିଁ । ଯାହା ଫଳରେ ସେମାନେ ଭୟଙ୍କର ପଦକ୍ଷେପ ନେଉଛନ୍ତି। ନିଜ ଜୀବନକୁ ବିପଦରେ ପକାଉଥିବା ବେଳେ ଅନ୍ୟମାନଙ୍କ ଜୀବନ ନେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ପାଟନା ଜିଲ୍ଲାର ଅଥମାଲଗୋଲା ଠାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବାପା ପବଜୀ ଖେଳିବାକୁ ମନା କରିଦେବାରୁ ରାଗି ଯାଇ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଛି।

ଖବର ଅନୁଯାୟୀ, ଅଥମାଲଗୋଲା ପୋଲିସ ଷ୍ଟେସନ ପରିସରର ବାହାଦୁରପୁର ଗ୍ରାମରେ ରହୁଥିବା ରାଜ କୁମାର ପବଜୀ ଖେଳିବାକୁ ବହୁତ ଭଲ ପାଉଥିଲା । ପିଲାଟିର ବାପା ରାମକାନ୍ତ ତାଙ୍କ ପୁଅକୁ ଅନେକ ଥର ପବଜୀ ଖେଳିବାକୁ ବାରଣ କରିଥିଲେ। ଯାହା ଫଳରେ ପିଲାଟି ରାଗି ଯାଇଥିଲା । କିଛି ସମୟ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୋଲିସ୍‌ ଏହାକୁ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଛି।

କହିବାକୁ ଗଲେ ଯେ PUBG ଖେଳ ପ୍ରାୟତଃ ଯୁବପିଢିକୁ ଏକ ପ୍ରକାରର ନିଶା ପାଲଟିଛି । ଏହାର ଗେମ୍‌ ଯୋଗୁଁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି । ସେମାନଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହେଉଛି । ନିକଟରେ ଏହି ପବଜୀ ମୋବାଇଲ୍ ଗେମ୍‌ ପାଇଁ ନିଜ ମାଆକୁ ଗୁଳି କରି ହତ୍ୟା କରିଥିଲା । ବର୍ତ୍ତମାନ ଏହି ଗେମ୍‌ ପାଇଁ ଆଉ ଏକ ଜୀବନ ଚାଲି ଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।