ଅପରାଧ ରାଜ୍ୟ

PUBG ଖେଳିବାକୁ ମନା କରିବାରୁ ମା’କୁ ଗୁଳି ମାରିଲା ପୁଅ, ଦୁଇ ଦିନ ରୁମ୍‌ ଫ୍ରେନ୍ସର ମାରି ଲୁଚାଇ ରଖିଲା ଶବ

ନୂଆଦିଲ୍ଲୀ ୦୮।୦୬: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ହୋଶ ଉଡାଇ ଦେଇଛି। ଏହା ବିଶ୍ବାସ କରିବା ଅସମ୍ଭବ । ଯେଉଁଠାରେ ଜଣେ ପିଲାଟିକୁ PUBG ଖେଳିବାକୁ ବାରଣ କରିଥିବାରୁ ନିଜ ମା’ଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଅନୁସନ୍ଧାନ କରିବାରୁ ଜଣାପଡିଛି ଯେ ପିଲାଟିକୁ PUBG ଖେଳ ପ୍ରତି ନିଶା ଥିଲା। ମା’ଙ୍କ ଗାଳିଗୁଲଜ ହେତୁ ପୁଅଟି ଲାଇସେନ୍ସ ପ୍ରାପ୍ତ ରିଭଲଭର ସାହାଯ୍ୟରେ ମା’ଙ୍କ ମୁଣ୍ଡରେ ଗୁଳି ଚଳାଇଥିଲା।

ସୂଚନା ଅନୁଯାୟୀ, ଏହି ଘଟଣା ଲକ୍ଷ୍ନୌର ଅଞ୍ଚଳରୁ ଆସିଛି। ଅଭିଯୁକ୍ତ ବାଳକ ତାଙ୍କ ମା’ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ତିନି ଦିନ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିଥିଲା। ଏହା ସହିତ ସାନ ଭଉଣୀକୁ ମଧ୍ୟ ଧମକାଇକି ଘରର ଏକ କୋଠରୀରେ ତାଲା ପକାଇ ରଖିଥିଲା ​​। ମୃତ ଦେହର ଗନ୍ଧକୁ ଏଡାଇବା ପାଇଁ ରୁମ୍ ଫ୍ରେନ୍ସର ପକାଇ ଦୁଇ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲା । ଯେତେବେଳେ ମୃତ ଦେହରୁ ଅଧିକ ଦୁର୍ଗନ୍ଧ ବାହାରିବା ଆରମ୍ଭ କଲା, ଘର ପାଖ ପଡୋଶୀ ଏବିଷୟରେ ଜାଣିବାକୁ ପାଇଲେ ଏବଂ ପରେ ଏହି ମାମଲାର ଖୁଲାସା ହେଲା।

ଲକ୍ଷ୍ନୌର ADCP କହିଛନ୍ତି ଯେ ପବଜୀ ଖେଳ ପିଲାଟି ପ୍ରତି ନିଶା ପାଲଟି ଯାଇଥିଲା । ଏଥିପାଇଁ ତାଙ୍କ ମା ତାଙ୍କୁ ଖେଳରୁ ନିବୃତ୍ତ କରୁଥିଲେ, ଏହି କାରଣରୁ ସେ ତାଙ୍କ ପିତାଙ୍କ ପିସ୍ତଲରେ ମାଆଙ୍କୁ ଗୁଳିମାରି ହତ୍ୟା କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।