ଦେଶ ବିଦେଶ ମନୋରଞ୍ଜନ

Mirzapur-3: ସାମ୍ନାକୁ ଆସିଲା ‘ଗୁଡ୍ଡୁ ଭେୟା’ଙ୍କ ଭୟଙ୍କର ଲୁକ୍‌, ଫ୍ୟାନ୍ସ ଉତ୍ସାହିତ

ମୁମ୍ଵାଇ ୧୮।୦୮: ଦେଶରେ ସମସ୍ତଙ୍କ ପ୍ରିୟ ୱେବ୍ ସିରିଜ୍ ମଧ୍ୟରୁ ଗୋଟିଏ ହେଉଛି ‘ମିର୍ଜାପୁର’ । ଏହାର ତୃତୀୟ ସିଜିନକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏବେ ଏହା ମଧ୍ୟରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଯାହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । କିଛି ଦିନ ତଳେ ଏହି ସିରିଜର ରିଲିଜକୁ ନେଇ ଡେଟ୍ ସାମ୍ନାକୁ ଆସିଥିଲା । କୁହାଯାଉଛି କି ଏହି ୱେବ୍ ସିରିଜ ୨୦୨୩ରେ ଆମାଜନ ପ୍ରାଇମରେ ଷ୍ଟ୍ରିମ୍ କରାଯିବ । ତେବେ ଏପର୍ଯ୍ୟନ୍ତ ଆମାଜନ ପ୍ରାଇମ ତରଫରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ ।

ମିର୍ଜାପୁରକୁ ନେଇ ଲଗାତର ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ଏହି ସିରିଜର ଏପର୍ଯ୍ୟନ୍ତ ୨ଟି ସିଜନ ଆସିସାରିଛି । ଏବେ ମେକର୍ସ ତୃତୀୟ ସିଜନ ପାଇଁ ପ୍ରସ୍ତୁତି କରୁଛନ୍ତି । ନିକଟରେ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ଅଲ୍ଲୀ ଫଜଲ ଓରଫ ଗୁଡ୍ଡୁ ଭେୟା କୁସ୍ତି କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଏବେ ମିର୍ଜାପୁର ସିଜନ ୩ର ଅଭିନେତା ଅଲ୍ଲୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ସିରିଜ ସମ୍ପର୍କିତ ଏକ ବଡ ଅପଡେଟ୍ ଫ୍ୟାନ୍ସଙ୍କୁ ସେୟାର କରିଛନ୍ତି । ଏହା ସାମ୍ନାକୁ ଆସିବା ପରେ ସିଜନ ୩କୁ ଅପେକ୍ଷା କରିଥିବା ଫ୍ୟାନ୍ସ ଖୁସିରେ ନାଚି ଉଠିଛନ୍ତି ।

ଏବେ ସେ ମିର୍ଜାପୁର ସିଜନ-୩ ସମ୍ପର୍କିତ ନିଜ ଲୁକର ଫଟୋ ରିଭିଲ୍‌ କରିଛନ୍ତି । ଏହି ଫଟୋରେ ଅଲ୍ଲୀ ବ୍ଲାକ୍ କଲରର ହୁଡି ପିନ୍ଧିଛନ୍ତି । କାଲିନ ଭେୟାଙ୍କ ସମେତ ଅନେକ ଚରିତ୍ରଙ୍କ ନାଁ ମଧ୍ୟ ଲେଖାହୋଇଛି । ଏହା ତଳେ ଲେଖା ହୋଇଛି ମିର୍ଜାପୁର ୩ କମିଂ ସୁନ୍ । ଅଲ୍ଲୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ବହୁତ ଖୁସି ନଜର ଆସୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ