ନୂଆଦିଲ୍ଳୀ ୦୨।୦୫ : ଦୁନିଆ ସବୁଠାରୁ ବଡ ଫ୍ୟାଶନ ନାଇଟ୍ ଆଉଟ୍ ନାମରେ ବେଶ ଚର୍ଚ୍ଚିତ ମେଟ୍ ଗାଲା । ଏହି ଇଭେଣ୍ଟର ଆୟୋଜନ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଅନେକ ବଡ ବଡ କଳାକାରମାନେ ଏହି ମେଟା ଗାଲା ୨୦୨୨ ପାଇଁ ସେମାନଙ୍କ ଉପସ୍ଥିତିକୁ ଅନୁଭବ କରନ୍ତି । ଚଳିତ ବର୍ଷ ଏହା ନ୍ୟୁୟର୍କରେ ହେଉଛି । ଏହାର ଥିମ୍ ରହିଛି ‘ଇନ୍ ଆମେରିକାରେ: ଏକ ଆନ୍ଥୋଲୋଜି ଅଫ୍ ଫ୍ୟାଶନ୍’ । କେବଳ ଡ୍ରେସ୍ ଥିମ୍ ହିଁ ନୁହେଁ ସବୁଠାରୁ ବଡ କଥା ହେଉଛି ଏଥିରେ ସାମିଲ୍ ହେବା ପାଇଁ ମଧ୍ୟ ଅନେକ ନିୟମ ରହିଛି । ଯଦି ଏହି ନିୟମକୁ ପାଳନ ନକରାଯାଏ। ତେବେ ସେଲେବ୍ଙ୍କୁ ବହୁତ ବଡ ଝଟକା ଲାଗିପାରେ ।
ବୟସ ସୀମା-ଏଥର ଭେନେସା ଫ୍ରିଡମ୍ୟାନ୍, ରେଜିନା କିଙ୍ଗ, ବ୍ଲେକ୍ ଲାଇଭଲି, ରିଆନ୍ ରେନୋଲ୍ଡସ୍, ଲିନ-ମାନୁଏଲ୍ ମିରାଣ୍ଡା ‘ମେଟ୍ ଗାଲା’କୁ ହୋଷ୍ଟ କରୁଛନ୍ତି । ଏଥିରେ ହଲିଉଡ ଠାରୁ ଆରମ୍ଭ କରି ବିଶ୍ୱ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବଡ କଳାକାରମାନେ ସାମିଲ୍ ହେବାକୁ ଯାଉଛନ୍ତି। ‘ମେଟ ଗାଲା’ ଇଭେଣ୍ଟରେ ସର୍ବପ୍ରଥମେ ବୟସ ସୀମା ସମ୍ବନ୍ଧରେ ଥିବା ନିୟମ ସାମ୍ନାକୁ ଆସେ । ୧୮ ବର୍ଷରୁ କମ୍ ବୟସର ଲୋକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ । କୁହାଯାଏ ଯେ ଏହା ୧୮ ବର୍ଷରୁ କମ୍ ଯୁବପିଢିମାନଙ୍କ ପାଇଁ ଠିକ୍ ନୁହେଁ ।
ଧୂମପାନ ଏବଂ ସେଲଫି ନିଷେଧ –ଏହା ବ୍ୟତୀତ, ଇଭେଣ୍ଟରେ ସେଲଫି ଫଟୋ ଉଠାଇବା ଉପରେ ଏକ ନିଷେଧାଦେଶ ରହିଛି, ୨୦୧୫ ମସିହାରେ ଏହି କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ୨୦୧୭ରେ, କାଇଲି ଜେନ ବାଥରୁମରେ ନିଜେ ଏକ ସେଲଫି ନେଇଥିଲେ, ଯାହା ପରେ ଏହି ନିୟମ ଅଧିକ କଠୋର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେଲଫି ବ୍ୟତୀତ ଧୂମପାନ ନିଷେଧ କରାଯାଇଛି । ୨୦୧୭ରେ ବେଲା ହାଡିଡ ଏବଂ ଡାକୋଟା ଜନସନ ୱାଶରୁମରେ ସିଗାରେଟ ଟାଣୁଥିବା ବେଳେ ବୋର୍ଡ ସଦସ୍ୟମାନେ ଏହାକୁ କଡାକଡି ଭାବରେ ନେଇଥିଲେ।
ଖାଦ୍ୟରେ ମିଳେ ନାହିଁ ପିଆଜ-ରସୁଣ ଖାଦ୍ୟପ୍ରେମୀଙ୍କ ପାଇଁ, ଏହି ନିୟମ ନିଶ୍ଚିତ ଭାବରେ ଟିକେ ଅଜବ ଲାଗିବ । କାହିଁକି ନା ଏହି ଇଭେଣ୍ଟରେ ପିଆଜ ଏବଂ ରସୁଣ ଖାଇବା ମଧ୍ୟ ନିଷେଧ । ସେଠାରେ ଆସୁଥିବା ଅତିଥିମାନଙ୍କୁ ଖାଦ୍ୟରେ ପିଆଜ ଏବଂ ରସୁଣ ଦିଆଯାଇନଥାଏ । ଲୋକଙ୍କ ପାଟିରୁ ଦୁର୍ଗନ୍ଧ ନହେବା ପାଇଁ ଏହା କରାଯାଇଛି ବୋଲି କୁହାଯାଉଛି । ଅନେକ ବଡ ବଡ ବ୍ୟକ୍ତି ଇଭେଣ୍ଟକୁ ଆସନ୍ତି । ଯେଉଁମାନେ ନିଜର ସ୍ଥିତି ତଥା ପୋଜିସନ୍ ଦେଖାଇବାକୁ ଚେଷ୍ଟା କରନ୍ତି ।
ତେବେ ମେଟା ଗାଲା ୨୦୨୨ ଲାଇଭ ଷ୍ଟ୍ରିମ୍ ୟୁଏସ୍ରେ ସନ୍ଧ୍ୟା ବେଳେ ହେବ । ଭାରତରେ ମଙ୍ଗଳବାର ଅର୍ଥାତ୍ ୩ ମେ’ରେ ଦେଖାଯିବ । ଏହି ଇଭେଣ୍ଟକୁ ଭାରତରେ ହୋଷ୍ଟି Vogue India କରିବ ।

