ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଳୀ, ୪/୧୨: ଦିଲ୍ଳୀ ନଗର ନିଗମ ନିର୍ବାଚନ ପାଇଁ ବୁଧବାର ସକାଳ ୮ ଟାରୁ ଆରମ୍ଭ ହେବାକୁ ଯାଉଛି ମତଦାନ। ସ୍ଥାନୀୟ ନିର୍ବାଚନ ୨୫୦ ଓ୍ବାର୍ଡରେ ସମୁଦାୟ ୧୩୪୯ ଆଶାୟୀ ମୈଦାନକୁ ଓହ୍ଲାଇଛନ୍ତି। ସନ୍ଧ୍ୟା ସାଢ଼େ ୫ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଏହାପରେ ଆସନ୍ତା ୭ ତାରିଖରେ ହେବ ଭୋଟ୍ ଗଣତି।
୧.୪୫ କୋଟିରୁ ଅଧିକ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ତେବେ ୧୫ ବର୍ଷ ଧରି ବିଜେପି କବଜାରେ ଥିବା ଏମସିଡିକୁ ପୁଣି ଥରେ ନିଜ କବ୍ଜାକୁ ନେବାକୁ ଚେଷ୍ଟା କରିବ ବିଜେପି। ସେହିଭଳି କଂଗ୍ରେସ ମଧ୍ୟ ଏହାର ସ୍ଥିତି ଫେରିପାଇବାକୁ ଚେଷ୍ଟା କରିବ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ ଏମସିଡି ନିର୍ବାଚନ ପାଇଁ ୪୦ ହଜାର ପୋଲିସ କର୍ମୀ, ୨୦ ହଜାର ହୋମଗାର୍ଡ ଏବଂ ଅର୍ଦ୍ଧସାମରିକ ତଥା ରାଜ୍ୟ ସଶସ୍ତ୍ର ପୋଲିସ କର୍ମୀଙ୍କ ୧୦୮ ପ୍ଲାଟୁନ୍ କମ୍ପାନୀ ନିୟୋଜିତ କରାଯାଇଛି। ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ୬୯ ମତଦାନ କେନ୍ଦ୍ରକୁ ମଡେଲ ମତଦାନ କେନ୍ଦ୍ର କରାଯାଇଛି, ଏବଂ ୬୮ ମତଦାନ କେନ୍ଦ୍ରକୁ ପିଙ୍କ ମତଦାନ କେନ୍ଦ୍ର କରାଯାଇଛି।
୨୦୧୭ ରେ ନଗର ନିଗମ ନିର୍ବାଚନରେ ଭାଜପା ସମୁଦାୟ ୨୭୦ ଓ୍ବାର୍ଡରୁ ୧୮୧ ଓ୍ବାର୍ଡେର ବିଜୟ ଲାଭ କରିଥିଲା। ଆପ୍ ୪୮ ଏବଂ କଂଗ୍ରେସ ୨୭ ଓ୍ବାର୍ଡେର ଜିତିଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l