ଭୁବନେଶ୍ୱର ୨୫।୧୨: ସୁଟିଂ ଫ୍ଲୋରରେ ପୁନମ୍ । ବ୍ରାଇଡ଼ାଲ୍ ଲେହେଙ୍ଗାରେ ଦିଶୁଛନ୍ତି ଖୁବ୍ ସୁନ୍ଦରୀ । ଝିଅ ବାହାଘର ମାହୋଲରେ ସମସ୍ତ ଖୁସି । କନ୍ୟାଦାନ କରିବେ ପିଣ୍ଟୁ ନନ୍ଦ । ଆର୍ଶୀବାଦ କରିବେ ପିଣ୍ଟୁଙ୍କ ପତ୍ନୀ ଅଳକା । ହେଲେ ତା’ ଆଗରୁ ଦେଖନ୍ତୁ କଣ ହେଉଛି । ଖୁସିର ମାହୋଲରେ ଆସିଲା ସକିଂ ଟ୍ୱିଷ୍ଟ । କନ୍ୟା ହାତରୁ କ୍ଷୀର ପିଇ ବେହୋସ ବର ।
ଫିଲ୍ମ ‘Love Impossible’ର ସିନ୍-ସିକ୍ୱେନ୍ସ । ରୋମାଣ୍ଟିକ ଫ୍ୟାମିଲୀ ଡ୍ରାମ୍ରାରେ ଟ୍ରାଜେଡ଼ି । ମୁନ୍ ଟିଭି ମ୍ୟୁଜିକ୍ର ନୀଳ ନୟନା ପରେ ରଜନୀ ରଂଜନଙ୍କ ସହିତ ଯୋଡ଼ି ହୋଇଛନ୍ତି ତିରୁପତି କୁମାର ସାହୁ । ପ୍ରଡ୍ୟୁସର ବିନି ପଟ୍ଟନାୟକଙ୍କ ଫିଲ୍ମକୁ ଦେଉଛନ୍ତି ନିର୍ଦ୍ଦେଶନା । ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବୈଦନାଥ । କିଏଟିଭ୍ ହେଡ଼ ପ୍ରଣୟ ସେଠୀ । କଳିଙ୍ଗ ଷ୍ଟୁଡିଓ କ୍ୟାମ୍ପସରେ ଚାଲିଛି ଫିଲ୍ମର ସୁଟିଂ ।
ପୁନମ୍ଙ୍କ ସହିତ ନାୟକ ଭାବେ ସ୍କ୍ରିନ୍ ସେୟାର କରିବାକୁ ରେଡ୍ଡି ନ୍ୟୁକମର ରୋହନ । ପୁନମ୍ଙ୍କ ବାପା ଚରିତ୍ର ନିଭାଇଛନ୍ତି ପିଣ୍ଟୁ ନନ୍ଦ । ମା’ ଚରିତ୍ରରେ ଅଭିନେତ୍ରୀ ଅଳକା । ଫିଲ୍ମର କ୍ଲାଇମାକ୍ସରେ କଣ ଦେଖିବାକୁ ମିଳିବ ? ଅନ୍ଦାଜ ଲଗାନ୍ତୁ ପୁନମଙ୍କ କଥାରୁ । ନିର୍ଦ୍ଦେଶକଙ୍କ ଆଇ କ୍ୟୁରେ ଷ୍ଟୋରି ଟ୍ରିଟମେଣ୍ଟ । ଟେକ୍ନିସିଆନ୍ ବି’ ଚଳ ଚଞ୍ଚଳ । ରୋମାଣ୍ଟିକ ଫ୍ୟାମିଲୀ ଡ୍ରାମାରେ ଟିନ୍ ଏଜରଙ୍କୁ ନେଇ କି ଆକ୍ସନ ଦେଖିବାକୁ ମିଳିବ । ତାହା ଆଗାମୀ ଦିନରେ ଜଣାପଡିବ ।

