ଦେଶ ବିଦେଶ ମନୋରଞ୍ଜନ

‘Lock Upp’ ଶୋ ନାଁରେ କନ୍ସେପ୍ଟ ଚୋରି ଅଭିଯୋଗ, ରିଲିଜ୍ ଉପରେ ରୋକ୍ ଲଗାଇଲେ କୋର୍ଟ

ମୁମ୍ବାଇ ୨୭।୦୨: ଓଟିଟି ଡେବ୍ୟୁ ପାଇଁ ବର୍ତ୍ତମାନ କଙ୍ଗନା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ସେ ଏକତା କପୁରଙ୍କ ଶୋ ‘ଲକ୍ ଅପ୍’ ମାଧ୍ୟମରେ OTT ରେ ଏକ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ଏହି ଶୋ’କୁ ନେଇ ବଡ ଖବର ଆସିଛି । ଶୋ’କୁ ନେଇ ଆଇନଗତ ସମସ୍ୟାରେ ଦେଖା ଦେଇଛି । କଙ୍ଗନା ରଣାୱତ୍‌ଙ୍କ ଶୋ’ ଲକ୍ଅପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ହାଇଦ୍ରାବାଦର କୋର୍ଟ ଏହା ଉପରେ ଉପରେ ଲିଗାଲ୍‌ କେସ୍‌ ଲାଗୁ କରିଛି ।

କଙ୍ଗନାଙ୍କର ଏହି ଶୋ’ ଆଜିଠାରୁ ଅର୍ଥାତ୍ ଫେବୃଆରୀ ୨୭ରୁ ଆରମ୍ଭ ହେବ। ହେଲେ ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ପ୍ଲେୟାରରେ, କିନ୍ତୁ ଏହାପୂର୍ବରୁ ଶୋ’ର କନସେଫ୍ଟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ କୋର୍ଟ ଏହି ଶୋ’କୁ ବନ୍ଦ କରି ଦେଇଛନ୍ତି । ବାସ୍ତବରେ, ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ସନେବର ବେଗ୍‌ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେ ଏମଏକ୍ସ ପ୍ଲେୟାରରେ ଏକତା କପୁର ଏଣ୍ଡେମୋଲ ସାଇନ୍ଉ‌ ପରେ ତାଙ୍କ ଗେମ ଶୋ’ରେ ଜେଲ କନସେପ୍ଟ ଚୋରୀ କରିଛନ୍ତି। ଏହାକୁ ନେଇ ସେ ପିଟିସନରେ କହିଛନ୍ତି କି ସେ ଜେଲ୍ କନସେଫ୍ଟର କାହାଣୀ ଏବଂ ସ୍କ୍ରିପ୍ଟର ଏକମାତ୍ର ଅଧିକାରଧାରୀ, ହାଇଦ୍ରାବାଦ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଯାହା ପରେ ଶୋ ଲକ୍ଅପ୍ ରିଲିଜ୍ ସମ୍ପର୍କରେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯ ରେ ହେବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସନେବର ବେଗ୍ କହିଛନ୍ତି ଯେ ଯେତେବେଳେ ମୁଁ ଶୋ’ର ପ୍ରୋମୋ ଦେଖିଲି ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ମୁଁ ଦୀର୍ଘ ଦିନ ଧରି ଏଣ୍ଡେମୋଲ ସାଇନ୍‌ର ଅଭିଷେକ ରେଗେଙ୍କ ସହ ଯୋଗାଯୋଗରେ ରହିଥିଲି । ହାଇଦ୍ରାବାଦରେ ଏହି ବିଷୟରେ ଅନେକ ଥର ମିଟିଂ ମଧ୍ୟ ହୋଇଛି। ଏହାକୁ ନେଇ ସେ ପ୍ରତିଶ୍ରୁତି ଦେଇଥିଲେ ଯେତେବେଳେ ମାର୍କେଟ୍‌ ଭଲ ସ୍ଥିତିକୁ ଆସିଯିବ ସେତେବେଳେ ଆମେ ଏହା ଉପରେ କାମ କରିବୁ । କିନ୍ତୁ ଏହି ଶୋ କେବଳ ଆମ କନସେପ୍ଟ ନୁହେଁ ସବୁ କିଛି କପି କରିଛି । ମୁଁ ବିଶ୍ବାସ କରିପାରିଲି ନାହିଁ ଯେ କେହି ଏଭଳି ଭାବରେ କନସେଫ୍ଟକୁ ଚୋରୀ କରିପାରିବେ । ଏହା ସହ କହିଛନ୍ତି କି ଏହା କପିରାଇଟ୍ ନିୟମକୁ ଉଲ୍ଲଂଘନ ଧାରା ୫୧ ଏବଂ ୫୨ ଅନୁଯାୟୀ ସାମ୍ନା କରିବାକୁ ପଡିବ। କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ନ୍ୟାୟ ମିଳିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ