ଦେଶ ବିଦେଶ ମନୋରଞ୍ଜନ

‘LOCK UPP’ରୁ ବାହାରିବା ପରେ ବୟଫ୍ରେଣ୍ଡକୁ ଧମକ ଦେଲେ ପାୟଲ, କହିଲେ-ଜଲଦି ବାହାଘର ତାରିଖ ଠିକ୍‌ କର ନହେଲେ

ମୁମ୍ବାଇ ୧୧।୦୫: ନିକଟରେ ପାୟଲ ରୋହତଗିଙ୍କୁ ଶୋ ଲକ୍ ଅପ୍ ରେ ଦେଖିବାକୁ ମିଳିଥିଲା ​​। ଶୋ’ରେ ସେ ଅନେକ ବଡ ବଡ ଖୁଲାସା କରିଥିଲେ । ଯାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ବ୍ୟତୀତ ପାୟଲ ତାଙ୍କ ପ୍ରେମିକ ସଂଗ୍ରାମ ସିଂଙ୍କ ସହ ଜଡିତ ଅନେକ କଥା କହିଥିଲେ। ବର୍ତ୍ତମାନ ଶୋ’ରୁ ବାହାରିବା ପରେ ପାୟଲ ସଂଗ୍ରାମଙ୍କ ସହ ରୋମାଣ୍ଟିକ ଡେଟ୍‌ରେ ଯାଉଛନ୍ତି । ଅଧିକରୁ ଅଧିକ ସମୟ ଦୁହେଁ ବିତାଉଛନ୍ତି । ଉଭୟ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ପାୟଲ ସଂଗ୍ରାମଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଯାହା ଦେଖି ଫ୍ୟାନ୍ସମାନେ ମଧ୍ୟ ଚକିତ ହୋଇ ପଡିଛନ୍ତି ।

ନିକଟରେ ସଂଗ୍ରାମଙ୍କୁ ପାୟଲ ବିବାହ ପାଇଁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯଥାଶୀଘ୍ର ବିବାହ ତାରିଖ ଚୂଡାନ୍ତ କର ନହେଲେ….ବହୁତ ବଡ ପଦକ୍ଷେପ ନେବି। ଏହା ଶୁଣି ଆପଣ ବି ଚକିତ ହୋଇପଡିଥିବେ । ହେଲେ ଏହା ପାୟଲ ପ୍ରକୃତରେ ଧମକ ଦେଇ ନାହାନ୍ତି । ବରଂ ଥଟ୍ଟା କରି କହିଛନ୍ତି। ଏହାର ଏକ ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ପୂର୍ବରୁ ପାୟଲ ସଂଗ୍ରାମ ବିବାହ ବିଷୟରେ ଖୋଲା ଖୋଲି ଭାବରେ କହିଥିଲେ, ଆମେ ଖୁବ୍‌ ଶୀଘ୍ର ବିବାହ କରିବୁ। ବିବାହର ତାରିଖ କହି ନାହାନ୍ତି । କହିଛନ୍ତି ସମୟ ଆସିଲେ ନିଶ୍ଚୟ କହିବି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ