ଖେଳ ଦେଶ ବିଦେଶ

KKRର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀ ନିଜ ଲଙ୍ଗଟାଇମ୍ ଗର୍ଲଫ୍ରେଣ୍ଡଙ୍କୁ କଲେ ବିବାହ

ନୂଆଦିଲ୍ଲୀ ୧୩/୧୨: କୋଲକାତା ନାଇଟ୍ ରାଇଡର୍ସର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀ ନିଜ ଗର୍ଲଫ୍ରେଣ୍ଡ ନେହା ଖେଦେକରଙ୍କ ସହ ଚେନ୍ନାଇରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ଷ୍ଟାର ସ୍ପିନରଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଟି20 ସିରିଜ ପାଇଁ ବଛାଯାଇଥିଲା,କିନ୍ତୁ କାନ୍ଧରେ ଆଘାତ ଲାଗିବା ଯୋଗୁଁ ସେ ୟୁଏଇ​‌ରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟ ପରେ ଭାରତ ଫେରି ଆସିଥିଲେ।

କୋଲକାତା ନାଇଟ ରାଇଡର୍ସ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ୍ କରି ଲେଖିଛି- ‘କୋଲକାତା ନାଇଟ୍ ରାଇଡର୍ସ ପରିବାର ତରଫରୁ ବରୁଣ ଚକ୍ରବର୍ତ୍ତି ଏବଂ ନେହା ଖେଦେକରଙ୍କୁ ସ୍ବାମୀ-ସ୍ତ୍ରୀ ଭାବେ ନିଜ ଜୀବନ ଆରମ୍ଭ କରିବାକୁ ବହୁତ ବହୁତ ଶୁଭ କାମନା। ’


ଏହି ଭିଡିଓ​‌ରେ ବରୁଣ ନିଜ ସ୍ତ୍ରୀଙ୍କ ସହ କ୍ରିକେଟର ଆନନ୍ଦ ନେଉଥିବା ନଜର ଆସିଛନ୍ତି। ନେହା ଖେଦେକର ମିଷ୍ଟ୍ରି ମ୍ୟାନଙ୍କ ଅଣ୍ଡର-ଆର୍ମ ବଲକୁ ସହଜରେ ସାମନା କରିଥିଲେ।


୨୯ବର୍ଷୀୟ ବରୁଣ ଚକ୍ରବର୍ତ୍ତୀଙ୍କ ବିବାହ ଏବର୍ଷ ଆରମ୍ଭରେ ହେବାର ଥିଲା କିନ୍ତୁ କୋଭିଡ ଯୋଗୁଁ ସେମାନଙ୍କୁ କାର୍ଯ୍ୟକ୍ରମ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଲକଡାଉନ୍ ସମୟରେ ବରୁଣ ଚେନ୍ନାଇରେ ଥିବାବେଳେ ନେହା ମୁମ୍ବାଇରେ ଥିଲେ।

ଲେଗ୍ ସ୍ପିନର ବରୁଣ ଆଇପିଏଲ-୨୦୨୦ରେ ୧୭ଟି ଓ୍ବିକେଟ୍ ନେଇଥିଲେ। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୦ରନ୍ ଦେଇ ୫ଟି ଓ୍ବିକେଟ୍ ନେଇଥିଲେ। ବରୁଣ ଏହି ସିଜନରେ ଇନିଂସରେ ୫ଟି ଓ୍ବିକେଟ୍ ନେଇଥିବା ଏକମାତ୍ର ବୋଲର।ୟ

୨୦୧୯ମସିହାରେ ବରୁଣଙ୍କୁ ପଞ୍ଜାବ ୮.୪କୋଟି ଟଙ୍କାରେ କିଣିଥିଲା। ପେଶାଦାର କ୍ରିକେଟର ହେବା ପୂର୍ବରୁ ସେ ଫ୍ରିଲାନ୍ସ ଆର୍କିଟେକ୍ଟ କାମ କରି ସାରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ