ମୁମ୍ବାଇ ୦୩।୦୬: ଶ୍ରେୟସ୍ ଆୟର ଆଇପିଏଲ୍ ୨୦୨୨ରେ ଭଲ ପ୍ରଦର୍ଶନ କରି ପାରିନାହନ୍ତି । ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚି ପାରିଲା ନାହିଁ । ଦଳ ୧୪ଟି ମଧ୍ୟରୁ ମାତ୍ର ୬ଟି ମ୍ୟାଚ୍ ଜିତିଛି । ତଥାପି ଶ୍ରେୟସ୍ ଟିମ୍ ଇଣ୍ଡିଆରେ ସ୍ଥାନ ଅଧିକାର କରିଛନ୍ତି । ଆୟର୍ ତାଙ୍କର ଧୁଆଁଧାର ବ୍ୟାଟିଂ ଖୁବ୍ ପପୁଲାର। ନିକଟରେ ଶ୍ରେୟସ୍ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ବିଳାସପୂର୍ଣ୍ଣ କାର୍ ମର୍ସିଡିଜ୍- AMG G -63 4MATIC SUV କିଣିଛନ୍ତି। ମାଇଲେଜ୍ ଦୃଷ୍ଟିରୁ ଏହି କାର୍ ବହୁତ ଭଲ କାରଟି ଦେଖିବକୁ ବହୁତ ସୁନ୍ଦର । ଏହାର ଓଜନ ଦୁଇ ଟନ୍ରୁ ଅଧିକ। ଏହି କାରର ସବୁଠାରୁ ବଡ ଫିଚର୍ସ ହେଉଛି, ଏହା ୪.୫ସେକେଣ୍ଡରେ ୦-୧୦୦ କିଲୋମିଟରରୁ ସ୍ପିଡ୍ ଧରିଥାଏ। କାରର ମୂଲ୍ୟ ୨କୋଟି ୫୫ ଲକ୍ଷ ଟଙ୍କା ରହିଛି ।
ଏହାକୁ ନେଇ ସୋସିଆଲ ମିଡିଆରେ ଆକାଉଣ୍ଟରେ ଏକ ଫଟୋ ସେୟାର କରାଯାଇଛି। ଯେଉଁଥିରେ ଲ୍ୟାଣ୍ଡମାର୍କ କାର୍ ମୁମ୍ବାଇ ଲେଖିଛି, ‘ଭାରତୀୟ କ୍ରିକେଟର ଶ୍ରେୟାସ ଆୟରଙ୍କୁ ଏକ ନୂଆ ମର୍ସିଡିଜ-ବେଞ୍ଜ ଜି୬୩ କିଣିବା ପାଇଁ ଅଭିନନ୍ଦନ। ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଶ୍ରେୟସ୍ଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇବାରେ ଲାଗିଛନ୍ତି ।