ଅପରାଧ ଦେଶ ବିଦେଶ ମନୋରଞ୍ଜନ

KKଙ୍କ ମୃତ୍ୟୁ ପରେ ରୁଜୁ ହେଲା ମାମଲା, ଗାୟକଙ୍କ ମୁଣ୍ଡ ଏବଂ ଗାଲରେ ରହିଛି ଚିହ୍ନ!

ନୂଆଦିଲ୍ଳୀ ୦୧।୦୬: ଆରପାରିରେ ବଲିଉଡ୍‌ର ପ୍ରସିଦ୍ଧ ଗାୟକ କେ.କେ। କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି। କେ.କେଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଚକିତ ହୋଇଯାଇଛନ୍ତି। ହେଲେ ବର୍ତ୍ତମାନ ମୃତ୍ୟୁ ପରେ ଏକ ବଡ଼ ଖୁଲାସା ହୋଇଛି । ଖବର ଅନୁଯାୟୀ ଗାୟକଙ୍କ ଦେହରେ ଏକ ଆଘାତ ଲାଗିଛି। ପୋଲିସ ଏହି ମାମଲାରେ ‘ଅସାଧାରଣ ମୃତ୍ୟୁ’ ମାମଲା ରୁଜୁ କରିଛି। କୋଲକାତାରେ ଶୋ ’ପରେ କେ.କେ ଅଚାନକ୍‌ ତଳେ ଖସିପଡିଥିଲେ। ଏହି ସମୟରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ ଅନୁଯାୟୀ, କେ.କେ.ଙ୍କ ମୃତ୍ୟୁକୁ କୋଲକାତା ପୋଲିସ ‘ଅସାଧାରଣ ମୃତ୍ୟୁ’ ମାମଲା ରୁଜୁ କରିଛି। ରିପୋର୍ଟରେ ଦର୍ଶାଯାଇଛି କି ଗାୟକଙ୍କ ଗାଲରେ ଏବଂ ମୁଣ୍ଡରେ ଏକ ଆଘାତ ଲାଗିଛି। ଏନେଇ ମୃତ୍ୟୁର କାରଣ ଜାଣିବା ପାଇଁ କୋଲକାତାର ଏକ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ। କିନ୍ତୁ ଡାକ୍ତରମାନେ ସନ୍ଦେହ କରୁଛନ୍ତି ଯେ ତାଙ୍କ ମୃତ୍ୟୁ ହୃଦଘାତ ହେତୁ ହୋଇଛି। ଏହା ବ୍ୟତୀତ ହୋଟେଲ କର୍ମଚାରୀ ତଥା କାର୍ଯ୍ୟକ୍ରମର ଆୟୋଜକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି।

କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ତାଙ୍କ ପୋଷ୍ଟମର୍ଟମ ବୁଧବାର ଅର୍ଥାତ୍‌ ଆଜି କରାଯିବ, ଯାହା ପରେ ମୃତ୍ୟୁର କାରଣ ଜଣାପଡିବ। ମୃତ୍ୟୁ ବେଳକୁ କେ.କେଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ତାଙ୍କ କ୍ୟାରିୟରରେ କେକେ ଅନେକ ହିଟ୍ ଗୀତ ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ