ଦେଶ ବିଦେଶ ମନୋରଞ୍ଜନ

‘Jhalak Dikhhla Jaa 10’ର ସୁଟିଂ ଆରମ୍ଭ, ଗ୍ଲାମରର୍ସ ଲୁକ୍‌ରେ ନୋରାକୁ ଟକ୍କର ଦେଲେ ରୁବିନା

ମୁମ୍ଵାଇ ୨୫।୦୮: ଝଲକ ଦିଖଲାଜା-୧୦ର ସୁଟିଂ ବୁଧବାର ଅର୍ଥାତ୍‌ ଗତକାଲି ଠାରୁ ଆରମ୍ଭ ହୋଇଛି । ଶୋ’ରେ ମାଧୁରୀ ଦୀକ୍ଷିତ, ନୋରା ଫତେହି, କରଣ ଜୋହର ସହ ଅନ୍ୟ ପ୍ରତିଯୋଗୀ ଠାରୁ ଆରମ୍ଭ କରି ସମସ୍ତଙ୍କ ଝଲ୍‌କ ଦେଖିବାକୁ ମିଳିଛି । ଏହି ସମୟରେ ସମସ୍ତ ସେଲିବ୍ରେଟମାନଙ୍କୁ ସୁନ୍ଦର ପୋଷାକ ସହ ଷ୍ଟାଇଲିସ୍‌ ଲୁକ୍‌ରେ ନଜର ଆସିଥିଲେ। ସବୁଠାରୁ ଅଧିକ ଭାଇରାଲ ହେବାକୁ ଯାଉଥିବା ଗୋଟିଏ ଭିଡିଓ ହେଉଛି ରୁବିନା ଦିଲାଇକ୍ ଏବଂ ନୋରା ଫତେହି। ବାସ୍ତବରେ, ଉଭୟଙ୍କୁ ଏକାଠି ଦେଖାଯାଇଥିଲା ଉଭୟଙ୍କ ଲୁକ୍‌ ଦେଖି ପ୍ରଶଂସକମାନେ ଏହି ଭିଡିଓରେ ରୁବିନା ଏବଂ ନୋରା ଉପରେ ପ୍ରେମ ବର୍ଷା କରୁଛନ୍ତି।

ଦୁହେଁ ଏକ ଶିମିରି ଡ୍ରେସ୍‌ ପିନ୍ଧି ଗ୍ଲାମରସ୍ ଲୁକ୍‌ରେ ନଜର ଆସିଥିଲେ। ନୋରା ଏକ ନୀଳ ଶିମିରି ଟପ୍ ଏବଂ ଥାଇ ହାଇ ସ୍ଲିଟ୍ ସ୍କର୍ଟ ପିନ୍ଧିଥିବା ରୁବିନା ସବୁଜ ରଙ୍ଗର ଶିମିରି ସର୍ଟ ଡ୍ରେସ ପିନ୍ଧିଥିଲେ ଏହା ବ୍ୟତୀତ ନୋରା ଉଚ୍ଚ ପନିଟେଲ୍ ହେୟାର ଷ୍ଟାଇଲରେ କରିଥିବା ବେଳେ ରୁବିନାଙ୍କ ହେୟାର ଷ୍ଟାଇଲ ମଧ୍ୟ ଟିକେ ଅଲଗା ଥିଲା। ଦୁହିଁଙ୍କ ଝଲକ ଦେଖି ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ।

ଶୋ’ର ଏହି ସିଜିନ୍‌ ନିଶ୍ଚିତ ହୋଇଥିବା ପ୍ରତିଯୋଗୀମାନେ ହେଉଛନ୍ତି ରୁବିନା ଦିଲାଇକ୍, ନିଆ ଶର୍ମା, ଶିଳ୍ପା ସିନ୍ଦେ, ଧୀରଜ ଧୋପର, ନୀତି ଟେଲର, ଫୈଜୁ ଶେଖ, ଅଲି ଅସଗର, ପରାସ କଲନାଭତ, ଗଶ୍ମୀର ମହାଜନୀ, ଜୋରୱାର କାଲରା, ଅମୃତା ଖାନଭିଲକର, ଗୁଞ୍ଜନ ସିହ୍ନା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ