ଅପରାଧ ଦେଶ ବିଦେଶ

ISRO ଗୁଇନ୍ଦାଗିରି ମାମଲା: ୪ଜଣଙ୍କୁ ଜାମିନ ଲାଗି କେରଳ ହାଇକୋର୍ଟଙ୍କ ଆଦେଶ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ ୨।୧୨: ସୁପ୍ରମକୋର୍ଟ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ୧୯୯୪ ଗୁଇନ୍ଦାଗିରି ମାମଲାରେ ପୂର୍ବତନ ଡିଜିପିଙ୍କ ସମେତ ୪ ଜଣଙ୍କୁ ଜାମିନ ପ୍ରଦାନ ନିମନ୍ତେ କେରଳ ହାଇକୋର୍ଟଙ୍କ ଆଦେଶକୁ ଶୁକ୍ରବାର ରଦ୍ଦ କରିଦେଇଛନ୍ତି। ବରିଷ୍ଠ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ ଫଶାଇବା ଲାଗି ଏହି ଉଦ୍ୟମରେ ପୂର୍ବତନ ଡିଜିପିଙ୍କ ସମେତ ୪ ଜଣଙ୍କୁ କେରଳ ହାଇକୋର୍ଟ ଅଗ୍ରୀମ ଜାମିନ ମଞ୍ଜୁର କରିଥିଲେ।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଆର. ଶାହ ଓ ଜଷ୍ଟିସ୍ ସି.ଟି. ରବିକୁମାରଙ୍କ ପୀଠ ମାମଲାକୁ ପୁଣି ହାଇକୋର୍ଟଙ୍କୁ ଫେରସ୍ତ ପଠାଇ ଦେଇଛନ୍ତି। ପ୍ରସଙ୍ଗରେ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପୀଠ କହିଛନ୍ତି ଯେ ସମସ୍ତ ଅପିଲକୁ ସ୍ୱୀକାର କରାଯାଉଛି। ତେବେ ହାଇକୋର୍ଟଙ୍କ ଦ୍ୱାରା ଗୃହୀତ ଅଗ୍ରୀମ ଜାମିନ ଆଦେଶକୁ ରଦ୍ଦ କରାଯାଉଛି। ସମସ୍ତ ମାମଲା ହାଇକୋର୍ଟକୁ ପୁଣି ଫେରସ୍ତ ପଠା ଯାଉଛି। ଯାହା ଦ୍ୱାରା ହାଇକୋର୍ଟ ମାମଲାର ଗୁଣ ଓ ଦୋଷ ଆଧାରରେ ନୂଆକରି ନିଷ୍ପତ୍ତି ନେଇ ପାରିବେ। ତେବେ କୌଣସି ପକ୍ଷଙ୍କ ଗୁଣ ଦୋଷ ଉପରେ କୋର୍ଟ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ମାମଲାରେ ହାଇକୋର୍ଟଙ୍କୁ ହିଁ ନିଷ୍ପତ୍ତି ନେବାକୁ ହେବ। ଏଣୁ ଆମେ କୋର୍ଟଙ୍କୁ ଅନୁରୋଧ କରୁଛୁ ଯେ ଏହି ଆଦେଶ ତାରିଖରୁ ୪ ସପ୍ତାହ ମଧ୍ୟରେ ଅଗ୍ରୀମ ଜାମିନ ନିବେଦନ ଉପରେ ଶୀଘ୍ରାତି ଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ଏଣୁ ସୁପ୍ରିମକୋର୍ଟ ଉଚ୍ଚ ନ୍ୟାୟାଳୟଙ୍କର ରେଜିଷ୍ଟ୍ରିଙ୍କୁ ଶୁକ୍ରବାର ଠାରୁ ଏକ ସପ୍ତାହ ମଧ୍ୟରେ ଜାମିନ ନିବେଦନଗୁଡିକୁ ଅଧିସୂଚିତ କରିବାକୁ କହିଛନ୍ତି।

ଏହି ନିଷ୍ପତ୍ତି ଗୁଜରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି.ଶ୍ରୀକୁମାର, କେରଳର ଦୁଇ ପୂର୍ବତନ ପୋଲିସ କର୍ମଚାରୀ ଏସ.ବିଜୟନ ଓ ଟି.ଏସ. ଦୁର୍ଗାଦତ୍ତ ଓ ଜଣେ ଅବସରପ୍ରାପ୍ତ ଗୋଇନ୍ଦା ଅଧିକାରୀ ପି.ଏସ.ଜୟପ୍ରକାଶଙ୍କୁ ଜାମିନ ଦେବା ଲାଗି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ବିରୋଧରେ ସିବିଆଇଙ୍କ ଆବେଦନ ଉପରେ ଆସିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ