ଖେଳ ଦେଶ ବିଦେଶ

IPL 2022: ଅହମ୍ମଦାବାଦ ଆଇପିଏଲ ଦଳର ନାଁ ଘୋଷଣା, ଜାଣନ୍ତୁ କେଉଁ ନାମରେ ନାମିତ ହେଲା ଫ୍ରାଞ୍ଚାଇଜି

ଅହମ୍ମଦାବାଦ ୦୭।୦୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ୧୫ତମ ସିଜିନରେ ୧୦ଟି ଦଳ ଅଂଶ ଗ୍ରହଣ କରିବେ। ଦୁଇଟି ନୂତନ ଦଳ ହେଉଛନ୍ତି ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ଲକ୍ଷ୍ନୌ ଫ୍ରାଞ୍ଚାଇଜି ନିଜ ଦଳର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରି ସାରିଛି। ଏହି କ୍ରମରେ ସୋମବାର ଅହମ୍ମଦାବାଦ ଦଳର ନାମ ସାମ୍ନାକୁ ଆସିଛି। ଫ୍ରାଞ୍ଚାଇଜିର ମାଲିକ ନିଜ ଦଳର ନାମ ଅହମ୍ମଦାବାଦ ଟାଇଟନ୍ସ ରଖିଛନ୍ତି।

ଫ୍ରାଞ୍ଚାଇଜି ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛି। ଦଳର ନେତୃତ୍ଵ ନେବେ ହାର୍ଦ୍ଦିକ ପାଣ୍ଡ୍ୟା। ଫ୍ରାଞ୍ଚାଇଜି ନିଜ ଦଳରେ ଆଫଗାନିସ୍ତାନର ତାରକା ସ୍ପିନର ରଶିଦ ଖାନ ଏବଂ ଭାରତୀୟ ଓପନର ଶୁଭମାନ ଗିଲ୍‌ଙ୍କୁ ସାମିଲ୍ କରିଛି। ଏହା ପୂର୍ବରୁ ଲକ୍ଷ୍ନୌ ଫ୍ରାଞ୍ଚାଇଜି ନିଜ ଦଳର ନାମ ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ରଖିଛି। ଲକ୍ଷ୍ନୌ ଦଳ ଆରଜି ସଞ୍ଜୀବ ଗୋଏନକା ଗ୍ରୁପର ହୋଇଥିବା ବେଳେ ଅହମ୍ମଦାବାଦର ମାଲିକାନା ସିଭିସି କ୍ୟାପିଟାଲ୍ସ ପାଖରେ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ