ଖେଳ ଦେଶ ବିଦେଶ

IPL 2020 : ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟ୍‌କା , ଆଗାମୀ ମ୍ୟାଚ୍‌ଗୁଡିକରେ ରୋହିତ ଶର୍ମାଙ୍କ ଖେଳିବା ନେଇ ସସ୍‌ପେନ୍ସ !

ନୂଆଦିଲ୍ଲୀ ୨୭।୧୦: ଆଇପିଏଲ୍‌ (IPL) ୨୦୨୦ର ଲିଗ୍‌ ମୁକାବିଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ସବୁ ଟିମ୍‌ ସବୁ ନିଜ ନିଜ ସମସ୍ତ ସାମର୍ଥ୍ୟ ଦେଖାଇବାରେ ଲାଗିପଡିଲେଣି । କିନ୍ତୁ ଏସବୁ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ଖବର ଆସିନାହିଁ , ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଆଘାତ ଲାଗିଛି । ଆଇପିଏଲ୍‌ରେ ଆଗାମୀ ମ୍ୟାଚ୍‌ ଖେଳିବା ନେଇ ସସ୍‌ପେନ୍ସ ଜାରି ରହିଛି ।

ରୋହିତଙ୍କ ଆଘାତ ନେଇ ବିସିସିଆଇ, ତାଙ୍କୁ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସାମିଲ କରିନାହିଁ । ତେବେ ଆଇପିଏଲ୍‌ର ଆଗାମୀ ମ୍ୟାଚ୍‌ଗୁଡ଼ିକରୁ ମଧ୍ୟ ବାଦ୍‌ ପଡିପାରନ୍ତି ରୋହିତ ଶର୍ମା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ , ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ସୋମବାର ଦିନ ବିସିସିଆଇ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ, ଦିନିକିଆ, ଟି-୨୦ ଟିମ୍‌ ଘୋଷଣା କରିଛି । ସମସ୍ତ ଫର୍ମାଟରୁ ରୋହିତ ଶର୍ମାଙ୍କୁ ବାଦ୍‌ ଦିଆଯାଇଛି । ରୋହିତ ଶର୍ମାଙ୍କୁ ଆଘାତ ଜନିତ କାରଣ ଲାଗି ଟିମ୍‌ରୁ ବାଦ୍‌ ଦିଆଯାଇଛି ବୋଲି ବିସିସିଆଇ ପକ୍ଷରୁ ପ୍ରେସ୍‌ ରିଲିଜ୍‌ କରି ସୂଚନା ଦିଆଯାଇଛି । ମେଡ଼ିକାଲ ଟିମ୍‌ ଲଗାତର ଭାବେ ରୋହିତଙ୍କୁ ମନିଟରିଂ କରିବ ବୋଲି ବିସିସିଆଇ ପକ୍ଷରୁ ଜଣାଯାଇଛି।
ତେବେ ରୋହିତଙ୍କୁ କେଉଁ ପ୍ରକାରର ଆଘାତ ଲାଗିଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ଅଧିକାରୀକ ଭାବେ ବୟାନ ମଧ୍ୟ ଆସିନାହିଁ । ସୋମବାର ଦିନ ଯେତେବେଳେ ଟିମ୍‌ ଘୋଷଣା ହେଉଥିଲା , ଠିକ୍‌ ସେହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଟ୍ୱିଟ୍‌ ରିଲିଜ କରାଯାଇଥିଲା । ଯେଉଁଥିରେ ରୋହିତ ଶର୍ମା ନେଟ୍‌ସରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ୧୮ ଅକ୍ଟୋବରରେ ରୋହିତ ଶର୍ମା କିଙ୍ଗସ୍‌ ଇଲେଭନ୍ ପଞ୍ଜାବ ବିରୋଧରେ ମ୍ୟାଚ୍‌ ପରେ ଆଉ କୌଣସି ମ୍ୟାଚ୍ ଖେଳିନଥିଲେ, ୨୩ଅକ୍ଟୋବରରେ ଚେନ୍ନାଇ ସୁପର କିଙ୍ଗସ୍‌ ବିରୋଧରେ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମା ଗୋଡ଼ରେ ଆଘାତ ଲାଗିଥିବା ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ପୋଲାର୍ଡଙ୍କୁ ଅଧିନାୟକର ଦାୟିତ୍ୱ ଦିଆଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ