ଖେଳ ଦେଶ ବିଦେଶ

IPL-2020 : ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ୍, ମୁମ୍ବାଇକୁ ଭେଟିବ ଦିଲ୍ଲୀ

ନୂଆଦିଲ୍ଲୀ ୦୫।୧୧: ଆଜି ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚ୍। ମୁମ୍ବାଇ ଇଣ୍ଡିଆନ୍ ସ ଓ ଦିଲ୍ଲୀ କ୍ୟାପିଟାଲ୍ ସ ମଧ୍ୟରେ ଖେଳାଯିବ ମ୍ୟାଚ। ଉଭୟ ଦଳ ବିଜୟ ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ରଖିଛନ୍ତି। ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଚିତ୍ତାକର୍ଷକ ହେବା ନେଇ ଅନୁମାନ କରାଯାଉଛି।

ରୋହିତ ଶର୍ମା ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ ସ ୧୪ଟି ଲିଗ୍ ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଶୀର୍ଷରେ ରହିଛି। ତେବେ ଶେଷ ମ୍ୟାଚ୍ ରେ ସନ୍ ରାଇଜର୍ସ ନିକଟରୁ ଚଳିତ ସିଜିନ୍ ରେ ମୁମ୍ବଇ ତା’ର ସବୁଠାରୁ ବଡ଼ ପରାଜୟ ଭୋଗିଛି। ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଦୁଇଥର ମୁହାଁମୁହିଁ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ ସ ୨ଟି ଯାକ ମ୍ୟାଚ୍ ଜିତିଥିଲା। ତେଣୁ ଆଜିର ମ୍ୟାଚ୍ ରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

ଉଭୟ ଦଳ ପାଇଁ ଆଉ ଏକ ସୁଯୋଗ ରହିଛି। ତଥାପି ଏତେ ସଂଘର୍ଷ ନକରି ସିଧା ଫାଇନାଲ୍‌ରେ ପହଞ୍ଚିବା ପାଇଁ ଉଭୟ ଦଳ ଗୁରୁତ୍ୱ ଦେବେ। ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ। ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଲିଗ୍‌ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲା। ସନରାଇଜର୍ସ ୧୦ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା।

ଅବଶ୍ୟ ଏହି ମ୍ୟାଚ୍‌ରେ ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିନଥିଲେ। ପ୍ଲେ ଅଫ୍‌ ମୁକାବିଲା ପାଇଁ ସେମାନଙ୍କୁ ବିଶ୍ରାମ ଦିଆଯାଇଥିଲା। ଆଜି ସେମାନେ ଏକାଦଶକୁ ଫେରିବେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବଭଳି ସନ୍ତୁଳିତ ଓ ଶକ୍ତିଶାଳୀ ବିବେଚିତ ହେବ । ରୋହିତ ଶର୍ମା ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ତାଙ୍କୁ ନେଇ ବିବାଦ ଲାଗି ରହିଛି। ସନରାଇଜର୍ସ ବିପକ୍ଷରେ ସେ ୪ରନ୍‌ କରିଥିଲେ। ହେଲେ ବାଉଣ୍ଡାରୀ ଅଞ୍ଚଳରେ ଫିଲ୍ଡିଂ କରି ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବା ପ୍ରମାଣିତ କରିଥିଲେ। ରୋହିତଙ୍କ ଉପସ୍ଥିତି ଦଳର ମନୋବଳ ଦ୍ୱିଗୁଣିତ କରିଛି।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଲିଗ୍‌ ପର୍ଯ୍ୟାୟ ବେଶ୍‌ ନାଟକୀୟ ଥିଲା । ପ୍ରଥମ ୯ଟି ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ୭ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହୋଇଥିଲା। ଏପରିକି ପ୍ଲେ ଅଫ୍‌ରେ ପ୍ରବେଶ କରିବା ନେଇ ଆଶଙ୍ଗା ଦେଖା ଦେଇଥିଲା। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା।

ଆଜିର ବିଜୟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ। ତଥାପି ଓପନିଂ ବ୍ୟାଟ୍ସମ୍ୟାନ୍‌ ପୃଥ୍ୱୀ ଶ’ଙ୍କ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ଅଜିଙ୍କ୍ୟ ରାହାଣେ ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଂକେତ । ଅନ୍ୟ ପଟରେ ଦେଖିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି। ଆଜି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ୨ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ