ଖେଳ ଦେଶ ବିଦେଶ

IPL 2020: କିଙ୍ଗ୍ସ ଏକାଦଶ ପାଇଁ ‘କର ବା ମର’ ମୁକାବିଲା, ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ଆବୁଧାବି ୦୧।୧୧: ଆଜି ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଟସ୍ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କିଙ୍ଗ୍‌ସ ଏକାଦଶ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଦଳ ଶେଷ ମ୍ୟାଚ୍‌ ଜିତି ତାଲିକାର ଶ୍ରେଷ୍ଠ-୪ ମଧ୍ୟରେ ରହିବାକୁ ପ୍ରୟାସ କରିବ। କିନ୍ତୁ ପ୍ଲେ-ଅଫ୍‌ ସ୍ଥାନ ପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ। ଅନ୍ୟ ପଟେ ସୁପର କିଙ୍ଗ୍‌ସ ବିଜୟ ସହ ଅଭିଯାନ ଶେଷ କରିବାକୁ ସବୁ ଶକ୍ତି ଖଟାଇବ।

ଚେନ୍ନାଇ ଆଜି ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଫାଫ ଡୁପ୍ଲେସିସ୍, ଇମ୍ରାନ ତାହିର ଓ ଶାର୍ଦ୍ଦୁଳ ଠାକୁର ଦଳରେ ସାମିଲ ହୋଇଛନ୍ତି। ଏହି ତିନି ଖେଳାଳି ସେନ ଓ୍ଵାଟସନ, ମିଚେଲ ସାଣ୍ଟନର ଓ କର୍ଣ୍ଣ ଶର୍ମାଙ୍କ ସ୍ଥାନ ନେଇଛନ୍ତି। ସେହି ପରି କିଙ୍ଗ୍ସ ଏକାଦଶ ପଞ୍ଜାବରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି। ମ୍ୟାକ୍ସଓ୍ଵେଲଙ୍କ ସ୍ଥାନରେ ଜିମି ନିଶାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଫେରିବା ପରେ ଅର୍ଶଦୀପ ସିଂହ ବାହାରେ ରହିଛନ୍ତି।

ରାଜସ୍ଥାନ ରୟାଲ୍ସଠୁ ହାରିବା ପରେ କିଙ୍ଗ୍‌ସ ଏକାଦଶର ପ୍ଲେ-ଅଫ୍‌ ରାସ୍ତା କଠିନ୍‌ ହୋଇଯାଇଛି। ଦଳ ୧୩ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସୁପର କିଙ୍ଗ୍‌ସକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିବ। ବିଜୟ ସତ୍ତେ୍ୱ ପ୍ଲେ-ଅଫ୍‌ ସ୍ୱପ୍ନ ପୂରଣ ହୋଇନପାରେ। ଅନ୍ୟ ଦଳର ପ୍ରଦର୍ଶନ କିଙ୍ଗ୍‌ସ ଏକାଦଶର ଭାଗ୍ୟ ନିରୁପଣ କରିବ । ଯଦି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ (୧୨ପଏଣ୍ଟ) ଶେଷ ୨ଟି ଯାକ ମ୍ୟାଚ୍‌ ଜିତିଯାଏ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ର ବିଜେତା ପଏଣ୍ଟ ତାଲିକାର ଉପରକୁ ଉଠିଯାଏ (ପଏଣ୍ଟ କିମ୍ବା ଉନ୍ନତ ରନ୍‌ ରେଟ୍‌ରେ) ତା’ହେଲେ କିଙ୍ଗ୍‌ସ ଏକାଦଶ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ। ଅନ୍ୟ ପଟରେ ଯଦି ସନ୍‌ରାଇଜର୍ସ ଗୋଟିଏ ମ୍ୟାଚ୍‌ ହାରିଯାଏ ତା’ହେଲେ କିଙ୍ଗ୍‌ସ ଏକାଦଶର ସୁଯୋଗ ରହି ।

ତେଣୁ ଲୋକେଶ ରାହୁଲଙ୍କ କିଙ୍ଗ୍‌ସ ଏକାଦଶ ଶେଷ ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ଉନ୍ନତ ରନ୍‌ ରେଟ୍‌ରେ ହରାଇବାକୁ ପ୍ରୟାସ କରିବ। ରୟାଲ୍ସ ବିପକ୍ଷରେ ଦଳର ୫ମ୍ୟାଚ୍‌ ବିଜୟଧାରାରେ ବ୍ରେକ୍‌ ଲାଗିଥିଲା। ଦଳୀୟ ଖେଳାଳି ସବୁ ବିଭାଗରେ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବେ। ଦଳର ଭାଗ୍ୟ କ୍ରିସ୍‌ ଗେଲ୍‌ଙ୍କ ଉପରେ ନିର୍ଭର କରିବ। ସେ ଜବରଦସ୍ତ ଫର୍ମରେ ଥିବାବେଳେ ସୁପର କିଙ୍ଗ୍‌ସ ବୋଲରଙ୍କ ପାଇଁ ବିଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି। ସୁପର କିଙ୍ଗ୍‌ସ ପୂର୍ବ ୨ଟି ମୁକାବିଲାରେ ଅପରାଜେୟ ରହିଛି । ଯୁବ ଓପନର ଋତୁରାଜ ଗାଏକୱାଡ ଫର୍ମକୁ ଫେରିବା ପରେ ଦଳର ଭାଗ୍ୟ ବଦଳିଛି । ସେ କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜି ଦଳ କିଙ୍ଗ୍‌ସ ଏକାଦଶର ପ୍ଲେ-ଅଫ୍‌ ସ୍ୱପ୍ନ ଧୂଳିସାତ କରିବା ଲକ୍ଷ୍ୟରେ ରହିବ।

ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ସୁପର କିଙ୍ଗ୍‌ସ ୧୦ ୱିକେଟ୍‌ରେ କିଙ୍ଗ୍‌ସ ଏକାଦଶକୁ ପରାସ୍ତ କରିଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଚେଷ୍ଟା କରିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ