ଖେଳ

IPL ସ୍ଥଗିତ ପରେ ହେଲା ବଡ଼ ଖୁଲାସା, ଅରୁଣ ଜେଟଲୀ ଷ୍ଟାଡିୟମରେ ପଶିଥିବା ଦୁଇ ଅମାନିଆ ଗିରଫ

ନୂଆଦିଲ୍ଲୀ ୫/୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ରେ ଲାଗିଛି କରୋନା ଗ୍ରହଣ। ଚଳିତ ଆଇପିଏଲ୍‌ ସିଜ୍‌ନ ସ୍ଥଗିତ ଥିବା ବେଳେ ବାକି ମ୍ୟାଚ୍‌କୁ ନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଖେଳାଳି ଏବଂ ବୋର୍ଡ ଘାଟା ସହିଥିବା ବେଳେ ବିଦେଶୀ ଖେଳାଳି ସ୍ବଦେଶ ଫେରିବାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଆଇପିଏଲ୍‌ରେ ଭାଗ ନେଇଥିବା ଟିମ୍‌ରେ ଧିରେଧି​‌ରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଆୟୋଜକଙ୍କଠୁ ପ୍ରଶଂସକ ସମସ୍ତଙ୍କ ମନରେ ପ୍ରଶ୍ନ ବାୟୋ ବବଲ୍‌ କେମିତି ଭେଦ କଲା କରୋନା ?

ଏହାରି ଭିତରେ ବଡ଼ ଖୁଲାସା ମଧ୍ୟ ହୋଇଛି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜିତ ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ସନରାଇଜର୍ସ ହାଇଦ୍ରବାଦ ମ୍ୟାଚ୍‌ରେ ଷ୍ଟାଡିୟମକୁ ଦୁଇ ଜଣ ବାହାର ଲୋକ ପ୍ରବେଶ କରିଥିଲେ। ସେମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ଦୁଇ ଅଭିଯୁକ୍ତ ନକଲି ଆକ୍ରିଡେସନ୍‌ ତିଆରି କରିବା ସହ ଷ୍ଟାଡିୟମରେ ପ୍ରବେଶ କରିଥିଲେ। ଏଏନଆଇ ରିପୋର୍ଟ ଅନୁସାରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍‌ରେ ଦୁଇ ଜଣ ବୁକିଙ୍କୁ ଗିରଫ କରାଯାଇଛି।

ଦୁଇ ଜଣଙ୍କ ପାଖରେ ଆକ୍ରିଡେସନ୍‌ ଥିଲେ ବି ତାହା ନକଲି । ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। ତେ​‌ବେ ଆଇପିଏଲ-୨୦୨୧ରେ ସେହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଆରଆର ୨୦ ଓଭରରେ ୩ ଓ୍ବିକେଟ ବିନିମୟରେ ୨୨୦ ରନ୍‌ କରିଥିଲା। ୨୨୧ ରନ୍‌ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୨୦ ଓଭରରେ ୮ ଓ୍ବିକେଟ୍‌ ହରାଇ କେବଳ ୧୬୫ ରନ୍‌ କରିବାରେ ସମର୍ଥ ହୋଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ