ଖେଳ

IPLରୁ ପାଇଥିବା ଟଙ୍କା ବାପାଙ୍କ ଚିକିତ୍ସା ପାଇଁ ଲଗାଇଥିଲେ, କରୋନାରେ ସକାରିଆଙ୍କ ପିତାଙ୍କ ଦେହାନ୍ତ

ନୂଆଦିଲ୍ଲୀ ୯/୫: ରାଜସ୍ଥାନ ରୟାଲ୍ସ (ଆରଆର)ର ଦ୍ରୁତ ବୋଲର ଚେତନ ସକାରିଆଙ୍କ ପିତା କାଞ୍ଜିଭାଇ ସକାରିଆଙ୍କ କରୋନାରେ ନିଧନ ହୋଇଯାଇଛି। ଦୀର୍ଘ ଦିନ ହେଲା ସେ ହସ୍ପିଟାଲରେ ଥିଲେ। ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚେତନ ସକାରିଆଙ୍କ ପିତାଙ୍କ ପରଲୋକ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ଫ୍ରାଞ୍ଜାଇଜ୍‌ ପକ୍ଷରୁ ଟ୍ବିଟର ଲେଖାଯାଇଛି, ‘ବହୁତ ଦୁଃଖର ସହ ସୂଚନା ଦେବାକୁ ପଡ଼ୁଛି ଆଇପିଏଲ୍‌ର ୧୪ ତମ ସିଜନ୍‌ରେ ପିତା କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଚେତନ ସକାରିଆ ନିଜର ଦରମା ଘରକୁ ପଠାଇଥିଲେ। ସକାରିଆପରିବାରର ଜଣେ ହିଁ ରୋଜଗାରକ୍ଷମ ଥିଲେ। ଆଇପିଏଲ୍‌ରୁ ମିଳିଥିବା ଟଙ୍କା ପାଇଁ ତାଙ୍କ ପିତାଙ୍କ ଚିକିତ୍ସା ସମ୍ଭବ ହୋଇପାରିଲା ବୋଲି ସେ କହିଥିଲେ। ଆଇପିଏଲ ସ୍ଥଗିତ ହେବା ପରେ ସକାରିଆ ତୁରନ୍ତ ଭାବନଗର ସ୍ଥିତି ନିଜ ଘରେ ପହଞ୍ଚିଥିଲେ। ହସ୍ପିଟାଲରେ ଅଧିକ ସମୟ ସେ ବିତାଉଥିଲେ। ସକାରିଆ ଘରେ ପହଞ୍ଚିବା ପରେ ପିପିଇ କିଟ୍‌ ପିନ୍ଧି ହସ୍ପିଟାଲରେ ନିଜ ପିତାଙ୍କୁ ସାକ୍ଷାତ କରିଥିଲେ। ପିତାଙ୍କ ଭଲ ଚିକିତ୍ସା ପାଇଁ ଆଇପିଏଲରୁ ମିଳିଥିବା ସମସ୍ତ ଟଙ୍କା ଲଗାଇ ଦେଇଥିଲେ ଚେତନ। କିନ୍ତୁ ଦୁଃଖର ବିଷୟ ତାଙ୍କ ପିତା ଆଉ ନାହାନ୍ତି।’

ଚେତନ ସକାରିଆ ଏକ ସାକ୍ଷାତକାରରେ କହିଥିଲେ, ‘ବାପାଙ୍କ ଭଲ ଚିକିତ୍ସା ପାଇଁ କ୍ରିକେଟ ଏବଂ ଆଇପିଏଲରୁ ପାଇଥିବା ଟଙ୍କା ହିଁ ଦେଇପାରୁଛି। ଯଦି ଆଇପିଏଲ ମାସେ ପାଇଁ ବି ହୋଇନଥାନ୍ତା ମୋ ପାଇଁ ମୁସକିଲ ହୋଇଥାନ୍ତା। ମୁଁ ଗରିବ ପରିବାରରୁ ଆସିଛି। ମୋ ବାପା ସାରା ଜୀବନ ଅଟୋ ଚଳାଇଛନ୍ତି । ଏହି ଆଇପିଏଲ୍‌ ଯୋଗୁ ଆମ ଜୀବନ ପରିବର୍ତ୍ତନ ହୋଇଛି।’

ସକାରିଆଙ୍କ ପରିବାରରେ ୬ ମାସ ଭିତରେ ଏହା ଦ୍ବିତୀୟ ମୃତ୍ୟୁ। ଏହା ପୂର୍ବରୁ ତାଙ୍କ ଭାଇ ଜାନୁଆରୀରେ ଆତ୍ମହତ୍ୟା କରିଦେଇଥିଲେ। ସକାରିଆ ସେତେବେଳେ ସୟଦ ମୁସ୍ତାଫା ଅଲି ଟ୍ରଫି ଖେଳୁଥିବାରୁ ଘରେ ନଥିଲେ। ଘରକୁ ଫେରିବା ପର୍ଯ୍ୟନ୍ତ ବଡ଼ ଭାଇଙ୍କ ଆତ୍ମହତ୍ୟା ନେଇ ତାଙ୍କୁ କେହି କହିନଥିଲେ। ଆଇପିଏଲ୍‌-୧୪ରେ ସକାରିଆ ଭଲ ପ୍ରଦର୍ଶନ କରିଥିଲେ। ସଜନ୍‌ରେ ୭ଟି ଓ୍ବିକେଟ ନେଇଥିଲେ ସକାରିଆ । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ସେ ୩ଟି ଓ୍ବିକେଟ ନେଇଥିଲେ। ଆଇପିଏଲରେ ମହେନ୍ଦ୍ର ସିଂହ ଧୋନୀ, ସୁରେଶ ରୈନା, କେଏଲ ରାହୁଲ, ନୀତିଶ ରାଣା ଭଳି ବ୍ୟାଟ୍ସ ମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ ଚେତନ ସକାରିଆ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ