ଖେଳ ଦେଶ ବିଦେଶ

IPLକୁ ଇର୍ଷା କରୁଛନ୍ତି ଆଫ୍ରିଦି, କହିଲେ ଅନ୍ତରାଷ୍ଟ୍ରୀୟ ଖେଳ ଉପରେ ଭାରି ପଡୁଛି T-20

ନୂଆଦିଲ୍ଲୀ ୮/୪: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ IPL T-20 । ହେଲେ ମ୍ୟାଚ୍ ପୂର୍ବରୁ ବିସ୍ଫୋରକ ବୟାନ ରଖିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍ ଆଫ୍ରିଦି । ସେ କହିଛନ୍ତି ଅନ୍ତରାଷ୍ଟ୍ରୀୟ ଖେଳ ଉପରେ ପ୍ରଭାବ ପକାଉଛି T-20 କ୍ରିକେଟ୍ । ଏହା ବିଷୟରେ ସମସ୍ତେ ଚିନ୍ତା କରିବା ଦରକାର ।

ଏଇ ନିକଟରେ ଅନୁଷ୍ଠିତ ହୋଇଥିଲା ପାକିସ୍ତାନ-ସାଉଥ ଦିନିକିଆ ସିରିଜ୍ । ତେବେ ତୃତୀୟ ଏବଂ ଶେଷ୍ ମ୍ୟାଚ୍ ଥିଲା ଅତ୍ୟନ୍ତ ରୋମାଞ୍ଚକର । ୨୮ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ପାକିସ୍ତାନ୍ ଟିମ୍ । ଫଳରେ ଏହି ବିଜୟ ପରେ ପାକିସ୍ତାନରେ ଉତ୍ସବର ମାହୋଲ ଚାଲିଛି । ଟିମକୁ ପ୍ରଶଂସା କରିଛନ୍ତି ଅନେକ ପୂର୍ବତନ କ୍ରିକେଟର । ଶାହିଦ୍ ମଧ୍ୟ ଟିମ୍ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ସିରିଜିରେ ଆଫ୍ରିକା ବୋର୍ଡ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି । ଟ୍ୱିଟ୍ କରି ସେ କହିଛନ୍ତି ମୁଁ ଆଶ୍ଚର୍ଯ୍ୟ, ଯେ ସିରିଜ୍ ଚାଲିଥିବା ସମୟରେ ବୋର୍ଡ କିପରି ଖେଳାଳୀଙ୍କୁ ଆଇପିଏଲରେ ଖେଳିବାକୁ ଅନୁମତି ଦେଉଛନ୍ତି କିପରି । ଜାଣି କଷ୍ଟ ଲାଗୁଛି, ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଉପରେ ଭାରି ପଡୁଛି ଫଟାଫଟ୍ କ୍ରିକେଟ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ