ଖେଳ

IPLରେ ଆଜି ଡବଲ୍ ଫାଇଟ୍: ପଞ୍ଜାବ-ହାଇଦ୍ରାବାଦ, କୋଲକାତା-ଚେନ୍ନାଇ ଟକ୍କର

ନୂଆଦିଲ୍ଲୀ ୨୧/୪: ଆଜି IPL ରେ ମହାମୁକାବିଲା । ବୁଧବାରରେ ଆଜି ହେବ ଡବଲ ଫାଇଟ । ଅପରାହ୍ନ ୩.୩୦ରେ ଚେନ୍ନାଇରେ ମୁହାଁମୁହାଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ପଞ୍ଜାବ କିଙ୍ଗ୍ସ । ସେହିପରି ରାତି ୭.୩୦ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ମଧ୍ୟରେ ଖେଳାଯିବ ମ୍ୟାଚ । ପ୍ରଥମ ମ୍ୟାଚଟି ହାଇଦ୍ରାବାଦ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ।


ଲଗାତାର ୩ଟି ମ୍ୟାଚ ହାରିବା ପରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଓ୍ୱାର୍ଣ୍ଣର ବାହିନୀ । ସେହିପରି ପଞ୍ଜାବ ୩ଟିରୁ ଗୋଟିଏ ମ୍ୟାଚ୍ ଜିତି ଆରସିବି ତୁଳନାରେ ଅପେକ୍ଷା କୃତ ଭଲ ପୋଜିସନର ରହିଛି । ତେବେ ଏହି ମ୍ୟାଚ୍ ଉଭୟ ଟିମ୍ ବେଶ୍ ଗୁରୁତ୍ୱ । ସେପଟେ ୨ୟ ମ୍ୟାଚରେ ଆଜି ହେବିଓ୍ୱେଟ୍ ମୁକାବିଲା ହେବେ ।

ଧୋନୀ ବାହିନୀ ସହ କେକେଆରର କଡ୍ଡା ଟକ୍କର ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ୨ଟି ମ୍ୟାଚ୍ ଜିତି ଚେନ୍ନାଇର ମନୋବଳ ଦୃଢ ରହିଛି । ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଧୋନୀ ଧୂରନ୍ଧର । ଅନ୍ୟପକ୍ଷରେ ଲଗାତାର ହାରିବା ପରେ ସଂଘର୍ଷ କରୁଛି କୋଲାକାତା ନାଇଟ ରାଇଡର୍ସ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ