ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚଳିତ ମାସ ୨୨ରେ ସରକାରୀ ବ୍ୟାଙ୍କ ବୋର୍ଡର ନିର୍ଦେଶକମାନଙ୍କୁ ଭେଟି ସେମାନଙ୍କ ସହିତ ଗଭର୍ଣ୍ଣାସ୍, ନୈତିକତା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ପୂର୍ଣ୍ଣକାଳୀନ ଓ ସ୍ବାଧୀନ ନିର୍ଦେଶକମାନଙ୍କୁ ଶକ୍ତିକାନ୍ତ ସମ୍ବୋଧିତ କରିବେ। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଓ ଇଡିମାନେ ମଧ୍ୟ ଏଥିରେ ଯୋଗ ଦେବେ। ବ୍ୟାଙ୍କରେ ଗଭର୍ଣ୍ଣାସ୍ ବ୍ୟବସ୍ଥା ବଢ଼ାଇବା ଏବଂ ଜମାକାରୀଙ୍କ ପାଣ୍ଠିର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ କିଛି ଦିନ ପୂର୍ବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହ୍ବାନ ଦେଇଥିଲେ। ଏହାପରେ ବ୍ୟାଙ୍କର ଅଧ୍ୟକ୍ଷ ଓ ନିର୍ଦେଶକମାନଙ୍କ ସହ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିବାକୁ ଯାଉଛନ୍ତି। ଏହି ଅବସରରେ ବ୍ୟାଙ୍କ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l