ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ମାନସା: କ୍ୟାପ୍ସିକମ୍ର ମୂଲ୍ୟ କିଲୋ ପିଛା ୧ ଟଙ୍କାକୁ ଖସିବାରୁ ପଞ୍ଜାବ ମାନସା ଜିଲ୍ଲାର ଚାଷୀ ବୁଧବାର ବସ୍ତା ବସ୍ତା କ୍ୟାପ୍ସିକମ୍ ରାସ୍ତାରେ ଢାଳିଛନ୍ତି। ୫ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରିଥିବା ଭୈନିବାଘା ଗ୍ରାମର ଜଣେ ଚାଷୀ ଗୋରା ସିଂହ କହିଛନ୍ତି- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ଅନୁରୋଧରେ ମୋ ପରି ବହୁ ଚାଷୀ ନିଜ ଜମିରେ କ୍ୟାକ୍ସିକମ୍ ଚାଷ କରିଥିଲେ। କିନ୍ତୁ ଆମକୁ ଯେଉଁ ମୂଲ୍ୟ ଯଚାଗଲା ତାହା ଶୁଣି ଆମେ ସ୍ତବ୍ଧ ହୋଇଯାଇଛୁ। ପ୍ରତି ବସ୍ତାରେ ଆମେ ୧୫-୧୭ କିଲୋ କ୍ୟାପ୍ସିକମ୍ ବାନ୍ଧିଥିବା ବେଳେ ଆମକୁ ବସ୍ତା ପିଛା ମାତ୍ର ୧୫ ଟଙ୍କା ଯଚାଗଲା। ଗୋଟିଏ କିଲୋ କ୍ୟାପ୍ସିକମ୍ର ଦାମ୍ ୧ ଟଙ୍କାରୁ ବି କମ୍ ପଡ଼ିଲା।ପଞ୍ଜାବରେ ୩ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ପରିବା ଚାଷ କରାଯାଏ। କ୍ୟାପ୍ସିକମ୍ ମୁଖ୍ୟତଃ ମାନସା, ଫିରୋଜପୁର ଓ ସଙ୍ଗରୁର ଜିଲ୍ଲାରେ ଚାଷ କରାଯାଏ। ଏ ବର୍ଷ ଭାରତର ସବୁ ରାଜ୍ୟରେ ପ୍ରବଳ କ୍ୟାପ୍ସିକମ୍ ଅମଳ ହୋଇଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଜାନୁଆରି-ଫେବ୍ରୁଆରିରେ ଓ ପଞ୍ଜାବରେ ମାର୍ଚ୍ଚ-ଏପ୍ରିଲରେ ଅମଳ ହୁଏ। ଏ ବର୍ଷ ଏକା ସମୟରେ ସବୁ ରାଜ୍ୟରେ ଅମଳ ହୋଇଛି। ସେଥିପାଇଁ ପଞ୍ଜାବ କ୍ୟାକ୍ସିକମ୍ର ଚାହିଦା ନାହିଁ ବୋଲି କହିଛନ୍ତି ପଞ୍ଜାବ ଉଦ୍ୟାନକୃଷି ନିର୍ଦ୍ଦେଶକ ଶୈଳେନ୍ଦ୍ର କୌର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l