ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୯ ବର୍ଷରେ ଏଲ୍‌ପିଜି ଗ୍ରାହକ ଦ୍ବିଗୁଣିତ: ସିଲିଣ୍ଡର୍‌ ଦାମ୍‌ ବି ତିନି ଗୁଣା ବଢ଼ିଛି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ନଅ ବର୍ଷ ଭିତରେ ଦେଶରେ ଏଲ୍‌ପିଜି ଗ୍ରାହକଙ୍କ ସଂଖ୍ୟାରେ ଦୁଇ ଗୁଣା ବୃଦ୍ଧି ଘଟିଛି। ୨୦୧୪ ଏପ୍ରିଲ୍‌ରେ ଦେଶରେ ୧୪.୫୨ କୋଟି ଏଲ୍‌ପିଜି ଗ୍ରାହକ ଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ସେମାନଙ୍କ ସଂଖ୍ୟା ୩୧.୩୬ କୋଟିକୁ ବୃଦ୍ଧି ପାଇଛି। ଏହି ସମୟ‌ରେ ୧୭ କୋଟିରୁ ଅଧିକ ନୂଆ ଗ୍ରାହକ ସୃଷ୍ଟି ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା କାର୍ଯ୍ୟକାରୀ ହେବା ପରେ ଏଲ୍‌ପିଜି ଗ୍ରାହକଙ୍କ ସଂଖ୍ୟା ବଢ଼ିଥିଲା। ପୂର୍ବରୁ ନୂଆ ଏଲ୍‌ପିଜି ସଂଯୋଗ ପାଇବା ଲାଗି ୭-୧୦ ଦିନ ସମୟ ଲାଗୁଥିଲା। ଏବେ ଚାହିଦା ଅନୁସାରେ ୨୪ ଘଣ୍ଟା ଭିତରେ ସଂଯୋଗ ମିଳିଯାଉଛି। ପ୍ରତି ଗରିବ ପରିବାର ପାଖରେ ଏଲ୍‌ପିଜି ସଂଯୋଗ ପହଞ୍ଚାଇବା ଲାଗି ୨୦୧୬ରେ ଉଜ୍ଜ୍ବଳା ଯୋଜନା ଆରମ୍ଭ କରାଯାଇଥିଲା। କେବଳ ଏହି ଯୋଜନାରେ ୯.୮୫ କୋଟି ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇଛି। ଉଜ୍ଜ୍ବଳା ଯୋଜନା ଯୋଗୁଁ ଏଲ୍‌ପିଜି ବିତରଣ ବ୍ୟବସ୍ଥାରେ ଏକ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

Image Courtesy of India Today

ଯଦିଓ ଦେଶର ଅଧିକାଂଶ ପରିବାର ପାଖରେ ଏଲ୍‌ପିଜି ସଂଯୋଗ ପହଞ୍ଚିଛି। କିନ୍ତୁ ଲୋକମା‌ନେ ଘରେ ରୋଷେଇ କରିବା ଲାଗି ବ୍ୟବହାର କରୁଥିବା ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ମୂଲ୍ୟରେ ପ୍ରାୟ ତିନି ଗୁଣା ବୃଦ୍ଧି ହୋଇଛି। ୨୦୧୪ ବେଳକୁ ସିଲିଣ୍ଡର ପିଛା ଦାମ୍ ୪୧୦ ଟଙ୍କା ଥିଲା। ଏବେ ଭୁବନେଶ୍ବରରେ ସିଲିଣ୍ଡର ମୂଲ୍ୟ ୧୧୩୦ ଟଙ୍କା ରହିଛି। ସିଲିଣ୍ଡର ମୂଲ୍ୟ ଏତେ ଅଧିକ ହୋଇଥିବାରୁ ଉଜ୍ଜ୍ବଳା ଯୋଜନାରେ ସଂଯୋଗ ନେଇଥିବା ଗରିବ ଲୋକମାନେ ଗ୍ୟାସ୍‌ ରିଫିଲ୍‌ କରୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ସରକାର କିନ୍ତୁ ସେହି ଖବରଗୁଡ଼ିକୁ ଖଣ୍ଡନ କରୁଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଏଲ୍‌ପିଜି ସିଲିଣ୍ଡର ଦାମ୍ ବର୍ତ୍ତମାନ ଯେଉଁ ସ୍ତରରେ ରହିଛି ତାହା ମଧ୍ୟବିତ୍ତ ପରିବାର ଲାଗି ମଧ୍ୟ କିଣିବା କଷ୍ଟକର ହୋଇପଡ଼ୁଛି। ଏବେ ପ୍ରତି ମାସ ୧ ତାରିଖରେ ଗ୍ୟାସ୍‌ କଂପାନିଗୁଡ଼ିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟର ସମୀକ୍ଷା କରି ସେଥିରେ ବୃଦ୍ଧି କିମ୍ବା ହ୍ରାସ କରୁଛନ୍ତି, ଅନ୍ୟଥା ସ୍ଥିର ରଖୁଛନ୍ତି। ସେମାନେ ୧୪.୨ କେଜି, କମର୍ସିଆଲ ସିଲିଣ୍ଡର ଓ ୫ କେଜି ସିଲିଣ୍ଡରର ନୂଆ ଦାମ୍ ଘୋଷଣା କରୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ