ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ : ଦିଲ୍ଲୀରରେ ଗୁରୁବାର ଦୁଇଦିନିଆ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀର ଉଦ୍ଘାଟନ ହୋଇଛି। ସଂସ୍କୃତି ମନ୍ତ୍ରଣାଳୟ, ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ସମନ୍ୱୟରେ ଏହି ଦୁଇଦିନିଆ ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନକୁ ବୈଶ୍ୱିକ ବୁଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ବୁଦ୍ଧ ବ୍ୟକ୍ତି ବିଶେଷ ନୁହନ୍ତି ଏହା ଏକ ଉପଲବ୍ଧି। ବୁଦ୍ଧ ହେଉଛନ୍ତି ଏକ ଇନ୍ଦ୍ରିୟାନୁଭୂତି ଯାହା ବ୍ୟକ୍ତିକୁ ଅତିକ୍ରମ କରି ଯାଇଥାଏ। ବୁଦ୍ଧ ଏକ ଚେତନା ଯାହାର କୌଣସି କଳନା ନାହିଁ। ଏହି ବୁଦ୍ଧ ଚେତନା ହେଉଛି ଚିରନ୍ତନ ବୋଲି ସେ କହିଥିଲେ । ଭିନ୍ନ ଭିନ୍ନ ସ୍ଥାନରୁ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷ ହେଉଛନ୍ତି ବୁଦ୍ଧଙ୍କ ଏକ ସମ୍ପ୍ରସାରିତ ରୂପ ଯାହା ମାନବତାକୁ ଏକତା ସୂତ୍ରରେ ବାନ୍ଧି ରଖିଛି । ସେ ମଧ୍ୟ ଭଗବାନ ବୁଦ୍ଧଙ୍କ କୋଟି କୋଟି ଅନୁଗାମୀଙ୍କ ଇଚ୍ଛା ଓ ସଂକଳ୍ପର ଶକ୍ତି ସମ୍ପର୍କରେ କହି ବିଶ୍ୱକଲ୍ୟାଣ ଦିଗରେ ପ୍ରୟାସ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ବୈଶ୍ୱିକ ବୌଦ୍ଧ ଶିଖର ସମ୍ମିଳନୀ ପ୍ରତ୍ୟେକ ଦେଶ ନିମନ୍ତେ ଏକ ମଞ୍ଚ ତିଆରି କରିବ ଓ ଏଭଳି ସ୍ମରଣୀୟ ଘଟଣାକୁ ସାକାର କରିଥିବା ଯୋଗୁ ସେ ସଂସ୍କୃତି ମନ୍ତ୍ରଣାଳୟ ଓ ଆନ୍ତର୍ଜାତିକ ବୌଦ୍ଧ ମହାସଂଘକୁ ଧନ୍ୟବାଦ ଜଣାଇଥିଲେ।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀମତୀ ମିନାକ୍ଷୀ ଲେଖି ଓ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ମହାସଚିବ ଡକ୍ଟର ଧର୍ମପ୍ରିୟ ଏଥିରେ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l