ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ କେନ୍ଦ୍ରୀୟ ପ୍ରକଳ୍ପର ନଗ୍ନ ଚେହେରା: ୪୭ ପ୍ରକଳ୍ପ ବିଳମ୍ବିତ, ୨୨ଟିରେ ଖର୍ଚ୍ଚ ବଢ଼ିଛି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୨୩ ଜାନୁଆରି ପହିଲା ସୁଦ୍ଧା ନିର୍ମାଣାଧୀନ ୭୯ଟି ପ୍ରକଳ୍ପ ମଧ୍ୟରୁ ୪୭ଟି ବିଳମ୍ବରେ ଚାଲିଛି। ଏଥିରେ ସର୍ବାଧିକ ୧୬ଟି ସଡ଼କ ପରିବହନ ଓ ରାଜପଥ ପ୍ରକଳ୍ପ ସହ ରେଳପଥର ୧୧, ପେଟ୍ରୋ‌ଲିୟମ ଶିଳ୍ପର ୧୦, ଖଣି ୫ ଓ କୋଇଲା କ୍ଷେତ୍ରର ୫ ପ୍ରକଳ୍ପ ରହିଛି। ୧୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକର ଭିତ୍ତିଭୂମି ତଦାରଖ ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ମନ୍ତ୍ରାଳୟ ଦ୍ବାରା କରାଯାଇଥାଏ।

ରିପୋର୍ଟ ଅନୁସାରେ ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପଥ ସର୍ବାଧିକ ୨୧୩ ମାସ ବିଳମ୍ବ ହୋଇଛି। ସେହିଭଳି ଏନ୍ଏଚ୍‌ଏଆଇ ଦ୍ବାରା କାର୍ଯ୍ୟକାରୀ ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ବର ଛଅ ଥାକିଆ ପ୍ରକଳ୍ପ କାର୍ଯ୍ୟ ୧୦୭ ମାସ ବିଳମ୍ବ ହେଲାଣି। ଖଣି କ୍ଷେତ୍ରରେ କୁଲଦା ଓପନ୍‌ କାଷ୍ଟ ପ୍ରକଳ୍ପ ସଂପ୍ରସାରଣ କାର୍ଯ୍ୟ ୯୬ ମାସ ଓ ବସୁନ୍ଧରା (ଦକ୍ଷିଣ) ଓପନ୍‌ କାଷ୍ଟ ପ୍ରକଳ୍ପ ସଂପ୍ରସାରଣ ୮୪ ମାସ ବିଳମ୍ବ ହୋଇଛି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ନସରିବାରୁ ଓଡ଼ିଶାର ୨୨ଟି ପ୍ରକଳ୍ପର ବ୍ୟୟ ଅଟକଳ ଢ଼େର୍‌ ବଢ଼ିଛି। ଏଥିରେ ରେଲୱେର ସର୍ବାଧିକ ୧୦ଟି ପ୍ରକଳ୍ପ, ସଡ଼କ ପରିବହନ ଓ ରାଜମାର୍ଗର ୫ଟି, ପେଟ୍ରୋଲିୟମର ୩ଟି, ଖଣି ‌କ୍ଷେତ୍ରର ୩ଟି ଓ କୋଇଲା କ୍ଷେତ୍ରର ଗୋଟିଏ ପ୍ରକଳ୍ପ ରହିଛି।

 

 

 

 

Railways Year Book

ଖୋର୍ଦ୍ଧାରୋଡ – ବଲାଙ୍ଗୀର ପ୍ରକଳ୍ପର ମୂଳ ଆକଳନ ୨୯୨୩.୧୩ କୋଟି ଟଙ୍କା ଥିଲା। ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେତୁ ଏହା ଆଉ ୮୬୮.୫୩ କୋଟି ଟଙ୍କା ବଢ଼ିଯାଇଛି। ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପ୍ରକଳ୍ପର ମୂଳ ଆକଳନ ୨୩୩୫.୬୭ କୋଟି ଟଙ୍କା ସ୍ଥିର ହୋଇଥିଲା। ବିଳମ୍ବ ପାଇଁ ଖର୍ଚ୍ଚ ୯୯୨.୦୫ କୋଟି ଟଙ୍କା ବଢ଼ିଛି। ସମାନ କାରଣ ପାଇଁ ତାଳଚେର-ବିମଳାଗଡ଼ ପ୍ରକଳ୍ପ ମୂଳ ଆକଳନ ୮୧୦.୭୮ କୋଟି ଟଙ୍କାରୁ ୧୧୧୭.୨୯ କୋଟି ଟଙ୍କାକୁ ଏବଂ ସୁକିନ୍ଦା ରୋଡ-ଅନୁଗୁଳ ପ୍ରକଳ୍ପ ଖର୍ଚ୍ଚ ୧୨୦୨.୭ କୋଟି ଟଙ୍କାରୁ ୧୨୩୭.୮୩ କୋଟି ଟଙ୍କାକୁ ବଢ଼ିଛି।

ଓଡ଼ିଶାର ୨୨ଟି ପ୍ରକଳ୍ପର ମୂଳ ଅଟକଳ ୨୦,୪୨୯.୯୫ କୋଟି ଟଙ୍କାରୁ ବିଳମ୍ବ ପାଇଁ ୨୯,୨୦୨.୨୫ କୋଟି ଟଙ୍କାକୁ ବୃଦ୍ଧିପାଇଛି। ଯାହାକି ୪୨.୯୪ ପ୍ରତିଶତ ବୃଦ୍ଧି। ମୁଖ୍ୟତଃ ଜମି ଅଧିଗ୍ରହଣ ଓ ଜଙ୍ଗଲ ମଞ୍ଜୁରି ହାସଲରେ ବିଳମ୍ବ ଯୋଗୁଁ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇପାରୁନି। ଏଥି ସହିତ ବୈଷୟିକ, ଆର୍ଥିକ ଓ ପ୍ରଶାସନିକ କାରଣ ମଧ୍ୟ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ