ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାହୁଲଙ୍କ ଦଣ୍ଡାଦେଶ ମାମଲାରେ ବିଜେପିର ଟିପ୍ପଣୀ: ଏବେ ବି କ୍ଷମା ମାଗିବା ପାଇଁ ସମୟ ଅଛି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

ନୂଆଦିଲ୍ଲୀ : ଅପରାଧିକ ମାନହାନି ମାମଲାରେ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପାଇଁ ରାହୁଲ ଗାନ୍ଧି କରିଥିବା ଆବେଦନକୁ ସୁରଟ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ସୁରଟ କୋର୍ଟଙ୍କ ରାୟକୁ ବିଜେପି ପ୍ରଶଂସା କରିଛି। ବିଜେପି କହିଛି, କୋର୍ଟଙ୍କ ନିଷ୍ପତ୍ତି ଗାନ୍ଧି ପରିବାର ଗାଲରେ ଏକ ଚାପୁଡ଼ା। କୋର୍ଟ ଆଜି ପ୍ରମାଣ କରିଦେଇଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ। କୋର୍ଟରେ କୌଣସି ନିର୍ଦ୍ଦିଷ୍ଟ ପରିବାରକୁ ଅଗ୍ରାଧିକାର ଦିଆଯିବନି। ରାହୁଲଙ୍କ ଆବେଦନ ଖାରଜ କରିବା ସଂକ୍ରାନ୍ତ କୋର୍ଟଙ୍କ ନିଷ୍ପତ୍ତିରେ ନ୍ୟାୟପାଳିକା ଏବଂ ଲୋକଙ୍କର ବିଜୟ ହୋଇଛି। କଂଗ୍ରେସ ଉପରେ ବର୍ଷି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତି ଗାନ୍ଧି ପରିବାରର ଅହଙ୍କାର ଉପରେ ଏକ ଚାପୁଡ଼ା। ବିଶେଷ କରି ରାହୁଲଙ୍କ ପାଇଁ ଏହା ଏକ ଶିକ୍ଷା। ଇତିମଧ୍ୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ରାହୁଲ ଗାନ୍ଧିଙ୍କ ପାଖରେ ଏବେ ବି ସମୟ ଅଛି। ରାହୁଲ ଦେଶବାସୀଙ୍କୁ କ୍ଷମା ମାଗି ଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ପ୍ରୟାସ କରିପାରିବେ।ଏହା କ’ଣ ଅସାଧାରଣ ନୁହେଁ କି : ଥରୁର
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ସୁରଟ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପାଇଁ ରାହୁଲ ଗାନ୍ଧି ସେଭଳି କୌଣସି ଅସାଧାରଣ ସ୍ଥିତି ଦେଖାଇନାହାନ୍ତି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଶଶି ଥରୁର କହିଛନ୍ତି, ଅପରାଧିକ ମାନହାନି ପାଇଁ ୨ ବର୍ଷ ଜେଲଦଣ୍ଡ ଅସାଧାରଣ ଲାଗୁନି କି ? ସଂସଦ ସଦସ୍ୟତାରୁ ଅଯୋଗ୍ୟ ହେବା ପାଇଁ ଏହା ‌ଯ‌ଥେଷ୍ଟ ସମୟ। ଇତିମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ ଏକ ଟ୍ବିଟ୍‌ କରି କହିଛନ୍ତି ‌ଯେ ଆଇନ ଅଧୀନରେ ଆମେ ସବୁ ପଦକ୍ଷେପ ଗ୍ରହଣ କରିବୁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ