ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିବାହ ପାଇଁ ମହିଳା-ପୁରୁଷ ଜରୁରୀ କି?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ପାଇଁ ଆବେଦନ ଉପରେ ସୁପ୍ରିମ୍‌କୋର୍ଟରେ ଗୁରୁବାର ଦିନ ତୃତୀୟ ଦିନ ପାଇଁ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ପ୍ରଶ୍ନ କରିଥିଲେ- କ’ଣ ବିବାହ ପାଇଁ ମହିଳା ଓ ପୁରୁଷ ଉଭୟଙ୍କ ହେବା ଜରୁରୀ କି ? ପ୍ରଧାନ ବିଚାରପତି କହିଥିଲେ, ଆମେ ଏହି ସମଲିଙ୍ଗୀ ସଂପର୍କକୁ କେବଳ ଶାରୀରିକ ସଂପର୍କ ଦୃଷ୍ଟିରୁ ଦେଖୁଥିବା ବେଳେ ଏ କ୍ଷେତ୍ରରେ ଥିବା ସ୍ଥିର ଓ ଭାବନାତ୍ମକ ସଂପର୍କକୁ ମଧ୍ୟ ବୁଝିବାକୁ ହେବ। ୫ ଜଣିଆ ସମ୍ବିଧାନ ପୀଠରେ ଚାଲିଥିବା ଏହି ଶୁଣାଣିକୁ ସୁପ୍ରିମ୍‌କୋର୍ଟ ୱେବ୍‌ସାଇଟ ଏବଂ ୟୁଟ୍ୟୁବ୍‌ରେ ମଧ୍ୟ ଲାଇଭ୍‌ ଷ୍ଟ୍ରିମ୍‌ କରାଯାଉଛି । ଏହି ସମ୍ବିଧାନ ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ସଂଜୟ କିଶାନ କୌଲ, ଜଷ୍ଟିସ୍‌ ଏନ୍‌ଆର୍‌ ଭଟ୍ଟ, ଜଷ୍ଟିମ୍‌ ହିମା କୋହଲି ଏବଂ ଜଷ୍ଟିସମ ପିଏସ୍‌ ନରସିଂହା।

ପ୍ରଧାନ ବିଚାରପତି କହିଛନ୍ତି ଯେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାପାଇଁ ଆମକୁ ବିବାହାର ବିକଶିତ ଧାରଣାକୁ ପୁଣି ପରିଭାଷିତ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପତି-ପତ୍ନୀ ଭାବେ କେବଳ ମହିଳା ଓ ପୁରୁଷଙ୍କ ଅସ୍ତିତ୍ବକୁ ନେଇ ବିଚାର କରାଯାଉଛି। ବିବାହ ପାଇଁ କେବଳ ମହିଳା ଓ ପୁରୁଷ ହେବା ଅନିବାର୍ଯ୍ୟ କି ନୁହେଁ ତାହା ଉପରେ ତର୍ଜମା ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ୧୯୫୪ରେ ବିଶେଷ ବିବାହ ଅଧିନିୟମ ପରଠାରୁ ବିଗତ ୬୯ ବର୍ଷରେ ଆଇନ ବ୍ୟାପକ ଭାବେ ବିକଶିତ ହୋଇଛି ଏବଂ ବିବାହ ସଂପର୍କିତ ବ୍ୟକ୍ତିଗତ ଆଇନକୁ ନେଇ ଏବେ ନୂଆ ଦୃଷ୍ଟିରୁ ବିଚାର କରିବା ସମୟ ଆସିଛି। ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ପ୍ରଧାନ ବିଚାରପତି ୨୦୧୮ର ଏକ ନିର୍ଣ୍ଣାୟକ ରାୟକୁ ଉଲ୍ଲେଖ କରି କହିଥିଲେ ଯେ ସେହି ସମୟରେ ଅଦାଲତ ସମଲିଙ୍ଗୀ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାର କରି କେବଳ ସମଲିଙ୍ଗୀ ବୟସ୍କଙ୍କ ମଧ୍ୟରେ ସଂପର୍କକୁ ମାନ୍ୟତା ଦେଇନଥିଲେ ବରଂ ଅଦାଲତ ସମଲିଙ୍ଗୀ ସଂପର୍କରେ ସ୍ଥିରତାକୁ ମଧ୍ୟ ଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଲିଙ୍ଗୀ ବିବାହକୁ କଡ଼ା ବିରୋଧ ଭିତରେ ଆଜି ପ୍ରଧାନ ବିଚାରପତି ଏଭଳି ମତରଖିଛନ୍ତି।

ସରକାରଙ୍କ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ ଆବେଦନକାରୀମାନେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦାବି କରି ଯେଉଁ ଯୁକ୍ତି ରଖୁଛନ୍ତି ତାହା କେବଳ ସହରୀ ଆଭ୍ୟଜାତ୍ୟବାଦୀ ବିଚାରର ପରିଣାମ। ଏହି ମାମଲାରେ ବିତର୍କ ପାଇଁ ସଂସଦ ହିଁ ଉପଯୁକ୍ତ ମଞ୍ଚ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତ ରଖାଯାଇଛି ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ