ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କୁନୋ: ଗତ ଫେବ୍ରୁଆରି ମାସରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୨ ଚିତାଙ୍କୁ ଗୁରୁବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ପରିବ୍ୟାପ୍ତ କ୍ଷେତ୍ରରେ ଛଡ଼ାଯାଇଛି। ଦକ୍ଷିଣ ଆଫ୍ରିକାରୁ ଅଣାଯିବାର ଦିନକ ପରେ ଗତ ଫେବ୍ରୁଆରି ୧୮ ତାରିଖରେ ଉକ୍ତ ୭ଟି ଅଣ୍ଡିରା ଓ ୫ଟି ମାଈ ଚିତାଙ୍କୁ ଶକ୍ତ ବାଡ଼ ଦ୍ବାରା ସୁରକ୍ଷିତ ଆବଦ୍ଧ ସ୍ଥାନ (କ୍ବାରେଣ୍ଟାଇନ)ରେ ରଖାଯାଇଥିଲା। ଦୁଇ ମାସ ପରେ ଆଜି ସେମାନଙ୍କୁ ପରିବେଶ ଅନୁକୂଳ ସଂପ୍ରସାରିତ କ୍ଷେତ୍ରରେ ଛଡ଼ାଯାଇଛି। ଏହା ସେମାନଙ୍କୁ ଜଙ୍ଗଲରେ ମୁକ୍ତ ଛଡ଼ାଯିବାର ପ୍ରାକ୍-ପ୍ରସ୍ତୁତି ବୋଲି ମୁଖ୍ୟ ବନସଂରକ୍ଷକ ଜେଏସ୍ ଚୌହାନ କହିଛନ୍ତି। ଆଉ ମାସକ ପରେ ସେମାନଙ୍କୁ ଜଙ୍ଗଲରେ ଖୋଲା ଛାଡ଼ିଦିଆଯିବ। ସେମାନଙ୍କ ବ୍ୟବହାରକୁ ଅନୁଧ୍ୟାନ କଲାପରେ ଦୁଇ-ତିନୋଟି କରି ପର୍ଯ୍ୟାୟକ୍ରମେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ।ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ବ୍ୟାଚ୍ରେ ୮ଟି ଚିତାଙ୍କୁ ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିଲା। ୭୦ ବର୍ଷ ତଳେ ଭାରତରୁ ଚିତାବଂଶ ଲୋପ ପାଇଯାଇଥିବା ବେଳେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଭାରତରେ ସେମାନଙ୍କ ବଂଶର ପୁନଃପ୍ରତିଷ୍ଠା କରିବାକୁ ନେଇଥିବା ନିଷ୍ପତ୍ତିର ଏହା ଅଂଶବିଶେଷ। ଗତମାସରେ ନାମିବ୍ୟାରୁ ଆସିଥିବା ଉକ୍ତ ୮ଟି ଚିତା ମଧ୍ୟରୁ ଗୋଟିଏ ୫ ବର୍ଷର ମାଈ ଚିତା ଶଶାର କିଡ୍ନୀ ଖରାପ ହେବା ଯୋଗୁ ମୃତ୍ୟୁ ଘଟିଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l