ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୫୪ ବର୍ଷରେ ୯ ଜଳବିବାଦ ଟ୍ରିବ୍ୟୁନାଲ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ,  : ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବିବାଦ ସମାଧାନ ପାଇଁ ପ୍ରଣୟନ ହୋଇଛି ଅନ୍ତଃ ରାଜ୍ୟ ଜଳ ବିବାଦ ଆଇନ-୧୯୫୬। ନଦୀ ଜଳକୁ ନେଇ ବିବାଦ ହେଲେ ଏହି ଆଇନର ଧାରା-୩ରେ ଟ୍ରିବ୍ୟୁନାଲ ଗଠନ ବ୍ୟବସ୍ଥା ରହିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତ ୫୪ ବର୍ଷରେ ଦେଶ‌ର ୯ଟି ଟ୍ରିବ୍ୟୁନାଲ ଗଠନ ହୋଇଛି। ଓଡ଼ିଶା ପରିପେକ୍ଷୀରେ ବଂଶଧାରା ଓ ମହାନଦୀ ଜଳ ବିବାଦ ଏହା ମଧ୍ୟରେ ଅନ୍ୟତମ। ଆଜି ସୁଦ୍ଧା ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ କୌଣସି ଟ୍ରିବ୍ୟୁନାଲ ରାୟ ପ୍ରଦାନରେ ସକ୍ଷମ ହୋଇପାରିନାହାନ୍ତି। ରାୟ ପ୍ରଦାନ କରିବାକୁ କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ୧୭ ବର୍ଷ, ବଂଶଧାରା ଟ୍ରିବ୍ୟୁନାଲକୁ ୧୧ ବର୍ଷ, ଗୋଦାବରୀ ଟ୍ରିବ୍ୟୁନାଲକୁ ୧୦ ବର୍ଷ, ନର୍ମଦା ଟ୍ରିବ୍ୟୁନାଲକୁ ୧୦ ବର୍ଷ ଓ କ୍ରିଷ୍ଣା ଟ୍ରିବ୍ୟୁନାଲକୁ ୭ ବର୍ଷ ସମୟ ଲାଗିଥିଲା। ବିଗତ ବର୍ଷମାନଙ୍କରେ ଗଠିତ ୯ଟି ଟ୍ରିବ୍ୟୁନାଲ ମଧ୍ୟରୁ ୫ଟି ରାୟ ପ୍ରଦାନ କରିସାରିଛନ୍ତି।

ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା ଓ ମଧ୍ୟ ପ୍ରଦେଶ ମଧ୍ୟରେ ଗୋଦାବରୀ ଜଳ ବଣ୍ଟନ ବିବାଦକୁ ନେଇ ଏପ୍ରିଲ ୧୦,୧୯୬୯ରେ ଗଠିତ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ ଜୁଲାଇ ୧୯୮୦ ରେ ରିପୋର୍ଟ ପ୍ରଦାନ କରିଥିଲେ। ସେହି ଭଳି ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟରେ କ୍ରିଷ୍ଣା ନଦୀ ଜଳ ବଣ୍ଟନକୁ ନେଇ ଏପ୍ରିଲ ୧୦, ୧୯୬୯ରେ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ୧୯୭୬ ମେ’ରେ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ଦେଇଥିଲେ। ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ମଧ୍ୟରେ ନର୍ମଦା ନଦୀର ଜଳ ବଣ୍ଟନକୁ ନେଇ ଅକ୍ଟୋବର ୬,୧୯୬୯ରେ ନର୍ମଦା ଜଳ ବିବାଦ ଟ୍ରିବ୍ୟୁନାଲ ଡିସେମ୍ବର ୧୯୭୯ ରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିସାରିଛନ୍ତି। କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ପୁଡ଼ୁଚେରୀ ମଧ୍ୟରେ କାବେରୀ ନଦୀ ଜଳ ବଣ୍ଟନକୁ ନେଇ ଗଠିତ ଟ୍ରିବ୍ୟୁନାଲ ଫେବ୍ରୁଆରି ୫, ୨୦୦୭ରେ ରିପୋର୍ଟ ପ୍ରଦାନ କରିଥିଲେ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଂଶଧ‌ାରା ଜଳ ବିବାଦର ସମାଧାନ ପାଇଁ ଫେବ୍ରୁଆରି ୨୪, ୨୦୧୦ରେ ଗଠିତ ଟ୍ରିବ୍ୟୁନାଲ ସେପ୍ଟେମ୍ବର ୧୩, ୨୦୧୭ରେ ଚୂଡ଼ାନ୍ତ ରାୟ, ସେପ୍ଟେମ୍ବର ୨୩, ୨୦୧୯ରେ ଆଦେଶ ଓ ଜୁନ ୨୧, ୨୦୨୧ରେ ଚୂଡ଼ାନ୍ତ ରାୟର ପରବର୍ତ୍ତୀ ରାୟ ପ୍ରକାଶ କରାଯାଇଥିଲା।

ରାୟରେ ଟ୍ରିବ୍ୟୁନାଲ ନେରେଡ଼ି ଠାରେ ଆନିକଟ ନିର୍ମାଣ କରିବାକୁ ଆନ୍ଧ୍ର ପ୍ରଦେଶକୁ ଅନୁମତି ଦେଇଥିଲେ। ଆନ୍ଧ୍ରପ୍ରଦେଶ ପ୍ରତିବର୍ଷ ଜୁନ ପହିଲାରୁ ନଭେମ୍ବର ୩୦ ମଧ୍ୟରେ ୮ ହଜାର କ୍ୟୁସେକ ଜଳ ନେବ ବୋଲି ରାୟରେ ଟ୍ରିବ୍ୟୁନାଲ କହିଥିଲେ। ଟ୍ରିବ୍ୟୁନାଲଙ୍କ ଉପରୋକ୍ତ ତିନିଟି ରାୟକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି) ଦାଖଲ କରିଛି। ଯାହାକି ବର୍ତ୍ତମାନ ବିଚାରାଧୀନ ରହିଛି। ଏହି କାରଣରୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ଗେଜେଟ ବିଜ୍ଞପ୍ତି ଜାରି କରିନାହାନ୍ତି।

 

କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ତଥ୍ୟ ଅନୁସାରେ ‌ଦେଶରେ ବର୍ତ୍ତମାନ ଚାରିଟି ଟ୍ରିବ୍ୟୁନାଲ ସକ୍ରିୟ ରହିଛି। ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ମଧ୍ୟରେ ରବି ଓ ବ୍ୟାସ ନଦୀ ଜଳ ବିବାଦକୁ ନେଇ ଏପ୍ରିଲ ୧୯୮୬ରେ ଗଠିତ ଟ୍ରିବ୍ୟୁନାଲ; କ୍ରିଷ୍ଣା ଜଳକୁ ନେଇ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ଓ ମହାରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏପ୍ରିଲ ୨୦୦୪ରେ ଗଠିତ କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨; ଗୋଆ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ମହାଦେୟୀ ନଦୀ ଜଳ ବଣ୍ଟନକୁ ନେଇ ନଭେମ୍ବର ୧୬, ୨୦୧୦ରେ ଗଠିତ ଟ୍ରିବ୍ୟୁନାଲ ଏବଂ ମାର୍ଚ ୧୨, ୨୦୧୮ରେ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଏବେ ସକ୍ରିୟ ରହିଛି। ମହାନଦୀ ଜଳକୁ ଛତିଶଗଡ଼ର ଏକଚାଟିଆ ବ୍ୟବହାର ତଥା ମନମାନିକୁ ନେଇ ଓଡ଼ିଶାର ତୀବ୍ର ବିରୋଧ ପରେ ଏହି ଟ୍ରିବ୍ୟୁନାଲ ଗଠିତ ହୋଇଛି।

ଗତ କିଛି ବର୍ଷ ମଧ୍ୟରେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବହୁ ସଂଖ୍ୟକ ବନ୍ଧ ଓ ବ୍ୟାରେଜ ନିର୍ମାଣ କରିଛି। ଏହା ଫଳରେ ମହାନଦୀର ଓଡ଼ିଶା ଅଂଶ ଶୁଖିଗଲା ଓ ବହୁ ସମସ୍ୟା ସୃଷ୍ଟିହେଲା। ଏହା ବିରୋଧରେ ଓଡ଼ିଶା ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥି ପାଇଁ କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା- ଛତିଶଗଡ଼ ସଚିବ ସ୍ତରୀୟ ବୈଠକ ଓ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଆୟୋଜନ କରିଥିଲେ। ଏଥିରେ କୌଣସି ସୁଫଳ ନମିଳିବାରୁ ଓଡ଼ିଶା ସୁପ୍ରିମକୋର୍ଟକୁ ଯିବା ପାଇଁ ବାଧ୍ୟ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିଥିଲେ।

ଟ୍ରିବ୍ୟୁନାଲ ଗଠନକୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ରାୟ ପ୍ରକାଶ ହୋଇନାହିଁ। ଟ୍ରିବ୍ୟୁନାଲ ସମୁଦାୟ ୩୫ଟି ଶୁଣାଣି କରିସାରିଥିବାବେଳେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟକୁ ଏବେବି ସଂରକ୍ଷିତ ରଖିଛନ୍ତି। ମୂଳ ମାମଲାର ଶୁଣାଣି ପାଇଁ ୪୬ଟି ପ୍ରସଙ୍ଗକୁ ନିର୍ଦ୍ଧାରଣ କରାଯାଇଛି। ସାକ୍ଷ୍ୟ ଗ୍ରହଣ ଓ ବିଚାର ପ୍ରକିୟା ଆରମ୍ଭ କରାଯିବା ପୂର୍ବରୁ ଟ୍ରିବ୍ୟୁନାଲ ବର୍ତ୍ତମାନ ମହାନଦୀ ଅବବାହିକାକୁ ଦୁଇଟି ପର୍ଯ୍ୟାୟରେ ପରିଦର୍ଶନ ନିଷ୍ପତ୍ତି ନେଇଛନ୍ତି। ଏବେ ଛତିଶଗଡ଼ରେ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଚାଲିଛି। ମହାନଦୀ ଉପରେ ଛତିଶଗଡ଼ ଦ୍ବାରା ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି।

ବିଭିନ୍ନ ଦୃଷ୍ଟିରୁ କେନ୍ଦ୍ର ସରକାର ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବିବାଦର ବିଚାର ବ୍ୟବସ୍ଥାକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଅନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନରେ ସଂଶୋଧନ ଆଣି ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ମର୍ମରେ ୨୦୧୯ ଜୁଲାଇ ୩୧ରେ ଏହାର ସଂ‌ଶୋଧନ ବିଲ୍‌ ‌-୨୦୧୯ ଲୋକସଭାରେ ପାରିତ ହୋଇସାରିଛି। ରାଜ୍ୟସଭାରେ ଏହି ବିଲକୁ ଆସନ୍ତା ମୌସୁମୀ ଅଧିବେଶନରେ ପାରିତ କରାଯିବାର ‌ଯୋଜନା ରହିଛି। ରାଜ୍ୟସଭାରେ ଏହି ବିଲ ପାରିତ ହେବା ପ‌‌ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସମେତ ଦେଶରେ ସକ୍ରିୟ ଥିବା ୪ଟି ଟ୍ରିବ୍ୟୁନାଲକୁ ଉଚ୍ଛେଦକରି ଏଗୁଡ଼ିକୁ ଏକକ ଟ୍ରିବ୍ୟୁନାଲରେ

ସାମିସାମିଲ କରାଯିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ