ଖେଳ ଦେଶ ବିଦେଶ

IND vs AUS: ଭାରତକୁ ୨୩୭ ରନ୍‌ର ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ, ୪ୱିକେଟ୍ ନେଇ ଚର୍ଚ୍ଚାରେ ହର୍ଷିତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ଆଜି ସିଡନୀର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG) ରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୩୭ ରନର ଟାର୍ଗେଟ ରଖିଛି।

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ଏବଂ ଅନ୍ତିମ ମ୍ୟାଚ୍ ଆଜି ସିଡନୀର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG) ରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୩୭ ରନର ଟାର୍ଗେଟ ରଖିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକତ୍ୱ କରୁଛନ୍ତି ଶୁଭମନ ଗିଲ୍। ଅଷ୍ଟ୍ରେଲିଆ ଦଳର ଦାୟିତ୍ୱରେ ଅଛନ୍ତି ମିଚେଲ ମାର୍ଶ। ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍ ହାରି ପ୍ରଥମେ ବୋଲିଂ କରିଥିବା ବେଳେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ। ଏବେ ଅଷ୍ଟ୍ରେଲିଆ ୨୩୬ ରନ କରିବାକୁ ସକ୍ଷମ ହୋଇଛି। ଭାରତୀୟ କ୍ରିକେଟର ହର୍ଷିତ ରାଣା ୪ ୱିକେଟ୍ ନେଇ ଚର୍ଚ୍ଚାରେ ଅଛନ୍ତି।

ତେବେ ପର୍ଥରେ ଅନୁଷ୍ଠିତ ସିରିଜର ପ୍ରଥମ ଦିନିକିଆକୁ DLS ନିୟମ ଅନୁଯାୟୀ ଭାରତୀୟ ଦଳ ୭ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ଆଡିଲେଡ୍ ଦିନିକିଆରେ ଆୟୋଜକ ଦଳ ଭାରତକୁ ୨ୱିକେଟରେ ପରାସ୍ତ କରିଥିଲା। ଏବେ, ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ସମ୍ମାନର ବିଷୟ ପାଲଟିଛି। ଯଦି ଏଥିରେ ଭାରତ ଭଲ ପ୍ରଦର୍ଶନ ନକରିପାରିଲା ତେବେ ବିଭିନ୍ନ ମହଲରୁ ଦଳକୁ ସମାଲୋଚନା କରାଯିବ।

ଭଲ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆର ଆରମ୍ଭ ଭଲ ଥିଲା। ଟ୍ରାଭିସ୍ ହେଡ୍ ଏବଂ ଅଧିନାୟକ ମିଚେଲ୍ ମାର୍ଶ ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଯୋଡ଼ିଥିଲେ। ମହମ୍ମଦ ସିରାଜ, ହେଡ୍ (୨୯ରନ୍)ଙ୍କୁ ଆଉଟ୍ କରି ଏହି ଭାଗୀଦାରିକୁ ଭାଙ୍ଗିଥିଲେ। ତା’ପରେ ଅକ୍ଷର ପଟେଲ ମାର୍ଶ (୪୧ରନ୍)ଙ୍କୁ ବୋଲ୍ଡ କରି ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ଏହା ପରେ, ଫର୍ମରେ ଥିବା ମାଥ୍ୟୁ ସର୍ଟ (୩୦ରନ୍)ଙ୍କୁ ୱାଶିଂଟନ୍ ସୁନ୍ଦର ଆଉଟ୍ କରିଥିଲେ। ଏହିଠାରୁ ଆଲେକ୍ସ କେରି ଏବଂ ମାଥ୍ୟୁ ରେନଶା ଚତୁର୍ଥ ୱିକେଟ୍ ପାଇଁ ୫୯ ରନ୍‌ର ପାର୍ଟନରସିପ୍ କରିଥିଲେ। ହେଲେ କେରିଙ୍କୁ ୨୪ ରନ୍‌ରେ ଆଉଟ କରିଥିଲେ ହର୍ଷିତ ରାଣା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ