ନୂଆଦିଲ୍ଲୀ ୩୧/୦୩: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ବା UPSC କ୍ଲିଅର କରିବା କାହାର ବା ଇଚ୍ଛା ନଥାଏ । ଖାସ କରି ଟପ୍ପରମାନେ ଏମିତି ସ୍ୱପ୍ନ ଦେଖନ୍ତି ଯାହା ଅନ୍ୟମାନଙ୍କୁ ଯୋଗାଇଥାଏ ପ୍ରେରଣା । ତାହା ସେବେ ସଫଳ ହୁଏ ଯେବେ ଜଣେ ସ୍ୱପ୍ନ ଦେଖି ପୂରଣ କରିଥାଏ ବା ସଫଳତା ହାସଲ କରିଥାଏ । ପ୍ରତ୍ୟେକ UPSC ଟପ୍ପରଙ୍କ ମଧ୍ୟରେ ଥାଏ କିଛି ଖାସ୍ କଥା । ଏମିତି ଜଣେ ହେଉଛନ୍ତି ଶାନୁ ଡିମରୀ ।
ଯିଏକି ନିଜର ପ୍ରଥମ ପ୍ରୟାସରେ ଅଲ୍ ଇଣ୍ଡିଆ ରାଙ୍କ୍, AIR ୨୭୦ସହିତ CSE ୨୦୧୭କୁ କ୍ଲିୟର କରିଥିଲେ । କିନ୍ତୁ ଏହା କରିବାକୁ ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । UPSC ସିଭିଲ ସର୍ଭିସେସ୍ ପରୀକ୍ଷା ପ୍ରଚେଷ୍ଟା କରିବା ନିଷ୍ପତ୍ତି ପୂର୍ବରୁ ସାନୁ ଡିମ୍ରିଙ୍କ ଜୀବନ ଏକ ସ୍ଥିର ଜୀବନଶୈଳୀ ଥିଲା । ଏକ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆଇଆଇଟି କାନପୁର ଅର୍ଥନୀତିରେ ଏକୀକୃତ ଏମଏସସି ଡିଗ୍ରୀ ହାସଲ କରିଥିବା ଡିମରୀ UPSC କରିବା କଥା ମଧ୍ୟ ଚିନ୍ତା କରିନଥିଲେ ।
ମୁମ୍ୱାଇର ଡେୟୁସ ବ୍ୟାଙ୍କରେ ଗଟିଏ ବର୍ଷ ଚାକିରୀ କରିବା ସମୟରେ ଡିମରୀ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଆଉ ପଛକୁ ଫେରି ଚାହିଣ ନଥିରେ ଶାନୁ । ଦୁଇ ଦିନ ଚିନ୍ତା କରିବା ପରେ IAS ହେବା ପାଇଁ ଭଲ ବେତନ ପାଉଥିବା ଚାକିରୀକୁ ବି ଛାଡିବାକୁ ପ୍ରସ୍ତୁତ ଥିଲେ । ଠିକ୍ ସେୟା ବି ହେଲା ।
ଶାନୁ ପ୍ରଥମ ପ୍ରୟାସରେ UPSC ସିଭିଲ୍ ସର୍ଭିସ୍ କ୍ରାକ୍ କରିଥିଲେ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ସେ କହିଛନ୍ତି ଏ ସଫଳତା ପାଇଁ ମୁଁ ବି ଅନ୍ୟମାନଙ୍କ ଭଳି ଆରମ୍ଭରୁ ପ୍ରୟାସ କରିଥିଲେ । ତେବେ ଏଥିରେ ମୋତେ ସହଯୋଗ କରିଥିଲେ ଅନଲାଇନ ସଂସ୍ଥା ଏବଂ UPSC ବ୍ଲଗ୍ ।
ସିଭିଲ ସର୍ଭିସେସ୍ ପରୀକ୍ଷାକୁ ପାସ କରିବାର ଅଭିଯାନକୁ ତାଙ୍କ ସକରାତ୍ମକ ଚିନ୍ତାଧାରା ବେଶ ସହାୟକ ହୋଇଥିଲା ।
ସେ ସେୟାର କରିଛନ୍ତି ଯେ ସେ ତାଙ୍କର ପ୍ରଥମ ପ୍ରୟାସ ତାଙ୍କର ଶେଷ ଚେଷ୍ଟା ରହିଥିଲା । ଆଉ ଆଗକୁ କଷ୍ଟ କରିବାକୁ ପଡିଲାନି । ସେ ସମସ୍ତ UPSC ଆଶାୟୀମାନଙ୍କୁ ପରାମର୍ଶ ଦିଅନ୍ତି ଯେ ସେମାନେ ପ୍ରଥମ ପ୍ରୟାସରେ ସେମାନଙ୍କର ଲକ୍ଷ୍ୟ ହାସଲ କରିବା କଷ୍ଟକର । କିନ୍ତୁ ନିଜର ଆତ୍ମବିଶ୍ୱାସ ଦୃଢ ଥିଲେ ସବୁକିଛି ସମ୍ଭବ ହୋଇଥାଏ ।
ଦିଲ୍ଲୀରେ ପ୍ରାୟ ୪ ମାସ ଧରି ପାଇଁ UPSC ସିଭିଲ ସର୍ଭିସେସ୍ କୋଚିଂ ନେଇଥିଲେ ଶାନୁ ଡିମରୀ । ତାଙ୍କର UPSC ଟପ୍ପର ସଫଳତାର ଅନେକ ରହସ୍ୟ ମଧ୍ୟରୁ ଗୋଟିଏ ହେଉଛି ତାଙ୍କର ଆତ୍ମ-ଅଧ୍ୟୟନ । ସେ ଚିନ୍ତାଧାର ସବୁ ବୁଝିବା ପାଇଁ ଅନେକ ସମୟ ଭିଡ଼ିଓ ଦେଖୁଥିଲେ, ମକ୍ ଟେଷ୍ଟ ପେପର ଅଭ୍ୟାସ କରିଥିଲେ । ଏହା ବ୍ୟତୀତ, ସେ ଆହୁରି କହିଛନ୍ତି ଯେ ଶାନ୍ତ ମାନସିକତା ଏବଂ ସକରାତ୍ମକ ମନୋଭାବ UPSC ପ୍ରସ୍ତୁତିରେ ଚମତ୍କାର କରିପାରେ ।