ଖେଳ ଦେଶ ବିଦେଶ ରାଜ୍ୟ

IIFLରୁ ଲୁଟ୍ ଘଟଣା : ୬ ଅଭିଯୁକ୍ତ ଗିରଫ, ମାନାପୁରମ୍ ଗୋଲ୍ଡ ଲୋନ୍ ଶାଖାରେ ପୋଲିସର ଚଢାଉ

କଟକ ୨୫।୧୧: କଟକ ନୟାସଡକ IIFLରୁ ଲୁଟ୍ ଘଟଣାରେ ମଙ୍ଗଳବାର ଅଟକ ରଖିଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସ୍ପଷ୍ଟ କରିଛି । ଲୁଟ୍ ର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟର ସୌଖିନ କାର୍ ଏବଂ ବୁଲେଟ୍ ଜବତ କରାଯାଇଛି । ଘଟଣାର ଅଧିକ ଖୋଳତାଡ଼ କରୁଛି ପୋଲିସ । ବୁଧବାର ଜଣେ ମହିଳାଙ୍କ ସମେତ ସଂସ୍ଥାର ଆଉ ୪ ଜଣ କର୍ମଚାରୀଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।

ସେପଟେ ଏହି ଘଟଣାରେ ବଜ୍ରକବାଟି ସ୍ଥିତ ମାନାପୁରମ୍ ଗୋଲ୍ଡ ଲୋନ୍ ରେ ପୋଲିସ ଚଢାଉ କରିଛି । ସୁନା ଲୁଟ୍ ଏକ ନାଟକ ଥିଲା । IIFLର କିଛି କର୍ମଚାରୀ ସୁନା ଲୁଟ୍ ର ନାଟକ ରଚିଥିଲେ । ସୁନା ହେରଫେର କରି ଏହାକୁ ଲୁଟ୍ ରୂପ ଦେବାକୁ ହୋଇଥିଲା ଯୋଜନା । ସେମାନଙ୍କ ନିକଟରୁ ୨ କିଲୋ ସୁନା ଜବତ ହୋଇଥିବା ବେଳେ ଅନ୍ୟ ସୁନାକୁ ଜବତ କରିବା ପାଇଁ କଟକ ସହର ସମେତ ଆଖ ପାଖ ଅଞ୍ଚଳରେ ଚଢାଉ କରୁଛି ପୋଲିସ ।

ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ସଂପର୍କରେ ସୂଚନା ଦେଇଥିଲେ । ମାତ୍ର ୫ ଦିନରେ ଲୁଟର ପର୍ଦ୍ଦାଫାଶ କରିବା ସହ ୬ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ