ଦେଶ ବିଦେଶ ମନୋରଞ୍ଜନ

IIFA Awards 2022 : ଏଥର ନିଜ ଗୀତରେ ଫରଫର୍ମ କରିବେନି ସାହିଦ, ବାପି ଦାଙ୍କୁ ଦେବେ ଶ୍ରଦ୍ଧାଞ୍ଜଳୀ

ମୁମ୍ବାଇ ୦୩।୦୬: ଏଥର ସାହିଦ୍‌ IIFAରେ ଧମାଲ୍‌ କରିବେ । ପ୍ରାୟତଃ ସମସ୍ତେ ଆବୁଧାବିରେ ପହଞ୍ଚି ସାରିଛନ୍ତି । ସାହିଦ ଏହି ଇଭେଣ୍ଟରେ ସ୍ୱର୍ଗତ ଗାୟକ ବାପି ଲାହିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସାହିଦ ନିଜେ ଏନେଇ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଚଳିତ ବର୍ଷ କିଛି ସ୍ପେଶାଲ୍‌ ହେବ। କାହିଁକି ନା ସେ ତାଙ୍କ ଗୀତରେ ଡ୍ୟାନ୍ସ କରିବେ ନାହିଁ। କାହିଁକି ନା ସେ ସ୍ୱର୍ଗତ ଗାୟକ ବାପି ଲାହିରିଙ୍କ ଗୀତରେ ପର୍‌ଫମାନ୍ସ ଦେବେ।

ଏହା ବ୍ୟତୀର ସାହିଦ କପୁର କହିଛନ୍ତି, ‘ମୁଁ ବାପି ଦାଙ୍କୁ ଟ୍ରିବ୍ୟୁଟ୍‌ ଦେବି ନିଜ ଡ୍ୟାନ୍ସ ମାଧ୍ୟମରେ। ମୁଁ ତାଙ୍କର ଲୋକପ୍ରିୟ ତଥା ଗୀତରେ ନାଚିବାକୁ ଯାଉଛି । ଏଥର ମୁଁ ମୋର କୌଣସି ଗୀତରେ ପରଫମାନ୍ସ କରିବି ନାହିଁ, କେବଳ ବାପି ଦା ଗୀତରେ ହିଁ କରିବି। ଏହା ସହ ମୋତେ ଲାଇଭ୍‌ ଶୋ ବହୁତ ପସନ୍ଦ। ଯେଉଁଥି ପାଇଁ ମୁଁ ବହୁତ ଉତ୍ସାହିତ ଅଛି । ଏହି ଇଭେଣ୍ଟ ପାଇଁ ସମସ୍ତ ବଡ ବଡ ସେଲେବ୍‌ମାନେ ଆବୁଦାବିରେ ପହଞ୍ଚି ସାରିଛନ୍ତି । ସେଠାର କିଛି ନା କିଛି ଫଟୋ ସେୟାର କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ