ଦେଶ ବିଦେଶ ମନୋରଞ୍ଜନ

IIFA-2022 : ମୋତିର ଶାଢୀ ପିନ୍ଧି ଜଲୱା ଦେଖାଇଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ ୦୬।୦୬ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍ ଅନ୍ୟତମ । ଫ୍ୟାଶନ ହେଉ କିମ୍ବା ଫିଲ୍ମ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଜ୍ୟାକ୍‌ଲିନ୍‌ କିନ୍ତୁ ବର୍ତ୍ତମାନ ସେ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ ଆଲୋଚନାରେ ଅଛନ୍ତି । ବଲିଉଡ୍‌ରେ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏବେ ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଚ୍ଚା ସୁଦୀପ୍‌ଙ୍କ ସହ ଆଇଟମ୍‌ ଗୀତ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହା ହିନ୍ଦିରେ ମଧ୍ୟ ରିଲିଜ୍‌ ହେବ । ହେଲେ ନିକଟରେ ସେ ଦୁବାଇରେ ଆୟୋଜିତ ହେଉଥିବା ଆଇଫାରେ ପହଞ୍ଚିଥିଲେ । ଯେଉଁଠାରୁ ଅଭିନେତ୍ରୀଙ୍କ ଆକର୍ଷୀୟ ଲୁକ୍‌ ଗୁଡିକ ଦେଖିବାକୁ ମିଳିଛି ।
#)
ଜ୍ୟାକଲିନ୍ IIFA ୨୦୨୨ରେ ଯୋଗଦେବା ପାଇଁ ଦୁବାଇକୁ ଯାଇଥିଲେ । ସେଠାରେ ଇଭେଣ୍ଟ ଦିନ ତାଙ୍କୁ ଏକ ଗୋଲ୍ଡେନ୍‌ ରଙ୍ଗର ଶାଢୀରେ ଦେଖିବାଲୁ ମିଳିଥିଲା । ଫଟୋଗୁଡିକରେ ଅଭିନେତ୍ରୀଙ୍କ ଷ୍ଟାଇଲ ଅଲଗା ଦେଖାଯାଉଥିଲା ।

ଫାଗୁନି ସେନ୍‌ ପିକକ୍‌ ବ୍ରାଣ୍ଡର ଏକ ସାର ପିନ୍ଧିଥିଲେ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ଏହାକୁ ତିଆରି କରିବା ପାଇଁ ବହୁମୂଲ୍ୟ ମୋତିକୁ ବ୍ୟବହାର କରାଯାଇଛି ।ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କର ଏହି ଲୁକ୍‌ ସହ ନ୍ୟୁଡ୍‌ ମେକଓଭର ସହ ଚୁଟିକୁ ବନ୍‌ କରିଛନ୍ତି।

ଜ୍ୟାକ୍‌ଲିନ୍‌ଙ୍କ ଏହି ଟ୍ରାଡିସନାଲ୍‌ ଲୁକ୍‌ ଦେଖି ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି । ତାଙ୍କ ଫଟୋରେ ଖୁବ୍‌ ଲାଇକ୍‌ କମେଣ୍ଟ କରିବାରେ ଲାଗିଛନ୍ତି।

ଅନ୍ୟପଟେ କହିବାକୁ ଗଲେ ଜ୍ୟାକ୍‌ଲିନ୍‌ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସର୍କସ’ରେ ନଜର ଆସିବେ । ଏହା ବ୍ୟତୀତ ସେ ଅକ୍ଷୟ କୁମାରଙ୍କ ‘ରାମ ସେତୁ’, ‘ବିକ୍ରାଣ୍ଟ ରେନା’ ଏବଂ ‘କିକ୍ ୨’ରେ ଆସିବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ