ଦେଶ ବିଦେଶ ମନୋରଞ୍ଜନ

IIFA-2022 : ପାକିସ୍ତାନୀ ସିଙ୍ଗରଙ୍କୁ ପ୍ରଶଂସା କଲେ ନେହା କକ୍କର, କହିଲେ-ତାଙ୍କ ଭଳି ପ୍ରତିଭା କାହାର ନାହିଁ

ମୁମ୍ବାଇ ୦୭।୦୬ : ନିକଟରେ ବଲିଉଡ ସେଲିବ୍ରିଟି IIFA ଆୱାର୍ଡ ପାଇଁ ଆବୁଧାବିକୁ ଯାଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା। ସଲମାନ ଖାନ ଠାରୁ ସାରା ଅଲି ଖାନ ପର୍ଯ୍ୟନ୍ତ ସମସ୍ତ ତାରକା ଏହି ଆୱାର୍ଡ ଶୋ’ରେ ଯୋଗ ଦେଇଥିଲେ । ବର୍ତ୍ତମାନ ଇଭେଣ୍ଟ ଶେଷ ହୋଇଛି। ତାହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଷ୍ଟାରମାନେ ସାକ୍ଷାତକାରରେ ପ୍ରଶଂସକଙ୍କୁ ପ୍ରେମ ବର୍ଷାଉଥିବାର ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ, କିଛି ତାରକା ଅଛନ୍ତି ଯେଉଁମାନେ ପାକିସ୍ତାନୀ ପ୍ରଶଂସକ ଏବଂ ସେଲିବ୍ରେଟିଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି।

ତେବେ ଆୱାର୍ଡ ଶୋ’ ସରିବା ପରେ କିଛି କଳାକାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେଉଁଥିରେ ସେମାନେ ପାକିସ୍ତାନୀ ଷ୍ଟାରୁଙ୍କୁ ନେଇ ପ୍ରଶଂସା କରିଛନ୍ତି। ସେମାନଙ୍କ ମଧ୍ୟରୁ ଏହି ସେଲିବ୍ରେଟମାନଙ୍କ ନାମ ହେଉଛି ପଙ୍କଜ ତ୍ରିପାଠୀ, ସୁନୀଲ ଶେଟ୍ଟି ଏବଂ ନେହା କକ୍କର। ବର୍ତ୍ତମାନ ତାଙ୍କ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯେଉଁଥିରେ ପାକିସ୍ତାନୀ ସେଲିବ୍ରେଟମାନଙ୍କୁ ଭଲ ପାଇବା ଦେବା ସହ ପ୍ରଶଂସା କରୁଛନ୍ତି।

ନେହା କକ୍କରଙ୍କର ଏକ ଭିଡିଓରେ ସେ କହୁଛନ୍ତି, ‘ମୁଁ ଆତିଫ ଅସଲାମଙ୍କ ସହ ଗୀତ ଗାଇବାକୁ ଭଲ ପାଏ। ପାକିସ୍ତାନରେ ତାଙ୍କର ଯେଉଁ ପ୍ରତିଭା ଅଛି କାହାର ନାହିଁ । ମୁଁ ପାକିସ୍ତାନୀ ସଙ୍ଗୀତର ଜଣେ ବଡ ପ୍ରଶଂସକ । ଅନ୍ୟପଟେ ପାକିସ୍ତାନୀ ପ୍ରଶଂସକଙ୍କ ବିଷୟରେ ସୁନୀଲ ଶେଟ୍ଟୀ କହିଛନ୍ତି, ‘ପାକିସ୍ତାନର ସମସ୍ତ ଭାଇ ଓ ଭଉଣୀଙ୍କୁ ମୋ ତରଫରୁ ବହୁତ ଭଲ ପାଆନ୍ତି’।

ଶେଷରେ ପଙ୍କଜ ତ୍ରିପାଠୀଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ କହିଛନ୍ତି, ‘ମୋ ପକ୍ଷରୁ ସମସ୍ତ ପାକିସ୍ତାନୀ ପ୍ରଶଂସକଙ୍କୁ ଅନେକ ଅନେକ ଧନ୍ୟବାଦ ଓ ଶୁଭେଚ୍ଛା । କରାଚି ଲାହୋରର ସବୁ ସ୍ଥାନରୁ ଲୋକମାନେ ମୋତେ ବାର୍ତ୍ତା ଦିଅନ୍ତି। ଏଥିପାଇଁ ବହୁତ ବହୁତ ଧନ୍ୟବାଦ ‘

କହିବାକୁ ଏହି ଆୱାର୍ଡରେ ବିକି କୌଶଲ ସର୍ଦ୍ଦାର ଉଦ୍ଦମ ସିଂ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପାଇଁ ଆୱାର୍ଡ ପାଇଥିଲେ। ଏଥି ସହିତ କ୍ରିତି ସାନନ୍‌ଙ୍କ ଫିଲ୍ମ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଅନ୍ୟପଟେ ସିଦ୍ଧାର୍ଥଙ୍କୁ ଫିଲ୍ମ ଶେରଶାହର ପାଇଁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଦିଆଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ