ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

IFCO ପ୍ଲାଣ୍ଟ୍‌ରେ ଆମୋନିଆ ଗ୍ୟାସ୍ ଲିକ୍ : ୨ ଅଧିକାରୀଙ୍କ ମୃତ୍ୟୁ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ

ପ୍ରୟାଗରାଜ ୨୩।୧୨: ଉତ୍ତରପ୍ରଦେଶ ପ୍ରୟାଗରାଜ ଫୁଲପୁର ସ୍ଥିତ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ୍ (IFCO)ରେ ମଙ୍ଗଳବାର ବିଳମ୍ବିତ ରାତିରେ ବଡ ଦୁର୍ଘଟଣା ଘଟିଛି । କମ୍ପାନୀର ୟୁରିଆ ଉତ୍ପାଦନ ୟୁନିଟ୍ ରେ ଆମୋନିଆ ଗ୍ୟାସ୍ ଲିକ୍ ହେବା ଫଳରେ ଦୁଇ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ କର୍ମଚାରୀଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ମୃତ ଦୁଇ ଅଧିକାରୀ ହେଉଛନ୍ତି କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜର ବି ପି ସିଂହ ଏବଂ ଡେପୁଟୀ ମ୍ୟାନେଜର ଅଭୟନନ୍ଦନ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଫୁଲପୁର ସ୍ଥିତ IFCO ପ୍ଲାଣ୍ଟ୍ ରେ ଆମୋନିଆ ଏବଂ ୟୁରିଆ ଉତ୍ପାଦନର ଦୁଇ ଦୁଇଟି ୟୁନିଟ୍ ରେ ପ୍ରତିଦିନ ଭଳି କାମ ଚାଲିଥିଲା । ରାତି ୧୦ଟାରୁ ନାଇଟ୍ ସିଫ୍ଟରେ କାର୍ଯ୍ୟରତ କର୍ମଚାରୀ ନିଜ ନିଜ କାମରେ ଲାଗିଥିଲେ । ପ୍ରାୟ ୧୧ଟା ୩୦ ବେଳେ ୟୁରିଆ ୟୁନିଟ୍ ରେ ଅଚାନକ ଆମୋନିଆ ଗ୍ୟାସ୍ ଲିକ୍ ହେବାକୁ ଆରମ୍ଭ କରିଥିଲା । ଏହା ଫଳରେ ପ୍ଲାଣ୍ଟରେ କାମ କରୁଥିବା ଲୋକମାନେ ବାହାରକୁ ଦୌଡିବାକୁ ଲାଗିଥିଲେ । ମାତ୍ର ୧୫ ଜଣ ପ୍ଲାଣ୍ଟ୍ ଭିତରେ ଫସିଯାଇଥିଲେ । ଗ୍ୟାସ୍ ଲିକ୍ ଯୋଗୁଁ ସେମାନେ ସେଠାରେ ବେହୋସ୍ ହୋଇଯାଇଥିଲେ ।

ଗ୍ୟାସ୍ ଲିକ୍ ଖବର ପାଇ ପ୍ଲାଣ୍ଟ୍ ରେ ଉଚ୍ଚ ପଦସ୍ତ ଅଧିକାରୀ ଏବଂ ପୋଲିସ ପହଞ୍ଚିଥିଲା । ଫସିଥିବା ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଏମାନଙ୍କ ମଧ୍ୟରୁ ଆସିଷ୍ଟାଣ୍ଟ ମ୍ୟାନେଜର ବି ପି ସିଂହ ଏବଂ ଡେପୁଟୀ ମ୍ୟାନେଜର ଅଭୟନନ୍ଦନ କୁମାରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।

ଆମୋନିଆ ଗ୍ୟାସ୍ ଲିକ୍ ପାଇପ୍ ରେ ଲିକେଜ୍ ଯୋଗୁଁ ହୋଇଥାଇପାରେ । ବର୍ତ୍ତମାନ ଗ୍ୟାସ୍ ଲିକ୍ କୁ ରୋକାଯାଇଛି । ଅଧିକାରୀ ମାମଲାର ଯାଞ୍ଚ କରୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ