ଅପରାଧ ରାଜ୍ୟ

୧୦ ଦିନ ପରେ ମିଳିଲା ମୃତଦେହ, ଜଙ୍ଗଲକୁ ଡାକି ନେଇ ମାରିଦେଲେ ପ୍ରେମିକାର ପରିବାର

ବାଲିଗୁଡ଼ା ୦୬।୦୯: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁ ପୁଟୁକିପାଲି ଗାଁରେ ଅଭାବନୀୟ ଘଟଣା । ଦଶ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଶୁକଦେବ ରଣାଙ୍କ ଗଳିତ ଶବ l ଗତ ୨୬ ତାରିଖ ଦିନ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗାଁ ଶୁକଦେବ ରଣା ନିଖୋଜ ଥିଲେ । କିନ୍ତୁ ବହୁ ଖୋଜାଖୋଜି ପରେ ମଧ୍ୟ ଶୁକଦେବଙ୍କ ସନ୍ଧାନ ମିଳିନଥିଲା । ଏନେଇ ପରିବାର ଲୋକେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶେଷରେ ଏବେ ତଳିପଡା ଅଞ୍ଚଳରୁ ବାଲିଗୁଡା ଥାନା ପୋଲିସ କ୍ଷତବିକ୍ଷତ ଗଳିତ ଶବକୁ ଉଦ୍ଧାର କରିଛି l

ଖବର ଅନୁଯାୟୀ, ତଳିପଡ଼ା ଗାଁ ର ଜଣେ ଯୁବତୀ ବୌଦ୍ଧ ଜ଼ିଲ୍ଲା ଘଣ୍ଟାପଡା ଗାଁର ଶୁକଦେବ ରଣାଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଗତ ୨୬ ତାରିଖ ଦିନ ଶୁକଦେବ ପ୍ରେମିକା ପାଖକୁ ଆସି ଫେରିନଥିଲା l ଶୁକଦେବଙ୍କ ଭାଇ ସୁବାଷ ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ହତ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ ।

ବାଲିଗୁଡା ଥାନା ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଥିଲା । ଝିଅର ପରିବାରଙ୍କୁ ପଚରାଉଚରା ପରେ ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ପାଇଥିଲା l ଝିଅର ପରିବାର ଲୋକେ କଥା ହେବାକୁ କହି ଜଙ୍ଗଲକୁ ଡ଼ାକିନେଇ ପିଟି ପିଟି ଜୀବନରେ ମାରି ମାଟିତଳେ ପୋତି ଦେଇଥିଲେ l ଆଜି ଜଙ୍ଗଲରୁ ମାଟିତଳୁ ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଏହି ମାମଲାରେ ପୋଲିସ ଦୁଃଶାସନ ମଳିକ ଗିରିଶ ମଳିକ ଲୀଳବନ୍ତ ମଳିକଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଏବଂ ତଦନ୍ତ ଜାରି ରଖିଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।