ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିନ୍ତା ବଢ଼ାଇଲାଣି ଜିରା, ଚାରି ମାସରେ ବଢିଲାଣି ୧୭୫ ଟଙ୍କା; ପ୍ରଭାବିତ ହେବ ମସଲା ବ୍ୟବସାୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କଟକ : ଜିରା କିଲୋ ଏବେ ମାଲଗୋଦାମରେ ୩୭୫ ଟଙ୍କା। ପୂର୍ବରୁ କୌଣସି ସମୟରେ ବି ଜିରା ଦର ଏତେ ଟଙ୍କା ହୋଇ ନଥିଲା ବୋଲି ବ୍ୟବସାୟୀମାନେ କହୁଥିବା ବେଳେ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଚଳିତ ବର୍ଷ ଜିରା ଫସଲ ଉଜୁଡ଼ି ଥିବାରୁ କିଲୋ ୪୦୦ ଟଙ୍କା ଟପିବା ନେଇ ଆଶଙ୍କା କରାଯାଉଛି। ଜିରାର ଏଭଳି ମୂଲ୍ୟ ବୃଦ୍ଧି ଦ୍ବାରା ମସଲା ବ୍ୟବସାୟ ବି ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଗୁଜୁରାଟର ଉଞ୍ଜା ଓ ରାଜସ୍ଥାନର ନାଗରରୁ ମାଲଗୋଦାମକୁ ଜିରା ଆମଦାନୀ ହୁଏ। ମାଲଗୋଦାମକୁ ଜିରା ଦୈନିକ ୨୦ ଟନ୍ ଆମଦାନୀ ହୋଇଥାଏ। ମାଲଗୋଦାମର ପ୍ରାୟ ୧୫ ଜଣ ଜିରା ବ୍ୟବସାୟୀ ଏହାକୁ ଉପରୋକ୍ତ ଜିଲ୍ଲାର ଖୁଚୁରା ବ୍ୟବସାୟୀଙ୍କୁ ଚାଲାଣ କରିଥାନ୍ତି। ତେବେ ଜିରା କେଜି ପିଛା ପୂର୍ବରୁ ସର୍ବାଧିକ ୨୪୦ରୁ ୨୫୦ ଟଙ୍କା ମୂଲ୍ୟ ରହୁଥିଲା। ମାଲଗୋଦାମରେ ଗଲା ୪ ମାସ ତଳେ ଜିରା ୨୦୦ ଟଙ୍କା କେଜି ବିକ୍ରି ହେଉଥିଲା।

iStock

ଏବେ ମାଲଗୋଦାମରେ ୨୦୨୨ ବର୍ଷର ଗଚ୍ଛିତ ଥିବା ପୁରୁଣା ଜିରା ବିକ୍ରି ହେଉଛି। ଚଳିତ ବର୍ଷ କାଳ ବୈଶାଖୀ ଯୋଗୁଁ ଗୁଜୁରାଟ ଓ ରାଜସ୍ଥାନରେ ଜିରା ଫସଲ ଉଜୁଡ଼ି ଯାଇଛି। ଫଳରେ ଜିରା ଉତ୍ପାଦନରେ ବଡ଼ ଧରଣର ପ୍ରଭାବ ପଡ଼ିଛି। ମାଲ୍ ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଜିରା କେଜି ପିଛା ଗଲା ଚାରି ମାସ ଭିତରେ ୧୭୫ ଟଙ୍କା ବୃଦ୍ଧି ପାଇଛି। ଜିରା ଭଳି ପାନ ମଧୁରୀ ଦର ମଧ୍ୟ ବୃଦ୍ଧି ଘଟିଛି। ପାନ ମଧୁରୀ କେଜି ପିଛା ୧୫୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୮୦ ଟଙ୍କାରେ ପହଞ୍ଚିଛି। ଗଲା ଏକ ବର୍ଷ ହେବ ଏହି ମୂଲ୍ୟ ବୃଦ୍ଧି ପାଇଛି। ପାନ ମଧୁରୀ ପୁରୁଣା ମାଲ୍ ଏହି ଦରରେ ବିକ୍ରି ହେଉଛି। ଜିରା ଭଳି ପାନ ମଧୁରୀ ବି ଯଦି ଉତ୍ପାଦନରେ ବୃଦ୍ଧି ନଘଟେ ତାହାର ଆହୁରି ମୂଲ୍ୟ ବୃଦ୍ଧି ଆଶଙ୍କା କରାଯାଉଛି।

ମାଲଗୋଦାମ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇଙ୍କ କହିବା ଅନୁଯାୟୀ, ଜିରା ଦର ଏବେ କେଜି ପିଛା ୩୭୦ରୁ ୩୭୫ ଟଙ୍କା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।