ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଳନ ହେବ ‘ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ଏପ୍ରିଲ ମାସର ପ୍ରଥମ ସପ୍ତାହ(୧ରୁ ୭ତାରିଖ) ରାଜ୍ୟ ସରକାର ପାଳନ କରିବାକୁ ଯାଉଛନ୍ତି ‘ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’। ଏହି ସପ୍ତାହରେ ଯେପରି କୌଣସି ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବେ ନାହିଁ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଦୁର୍ଘଟଣାପ୍ରବଣ ଅଞ୍ଚଳର ମ୍ୟାପିଂ କରାଯିବା ସହିତ ସେଠାରେ ଜିପିଏସ୍‌ ବ୍ୟବସ୍ଥା ଥିବା ଆମ୍ବୁଲାନ୍‌ସକୁ ରଖାଯାଇଛି। ଯାହାଫଳରେ ତୁରନ୍ତ ଦୁର୍ଘଟଣାର ଶିକାର ବ୍ୟକ୍ତି ହସ୍ପିଟାଲ ସ୍ଥାନାନ୍ତରିତ ହୋଇପାରିବେ। ଲୋକମାନେ ଯଦି କେଉଁଠାରେ ଦୁର୍ଘଟଣା ହୋଇଥିବା ଦେଖନ୍ତି ତାହାଲେ ତୁରନ୍ତ ୧୦୮ ଓ ୧୦୨ ଆମ୍ବୁଲାନ୍‌ସକୁ ତୁରନ୍ତ ଯୋଗାଯୋଗ କରନ୍ତୁ। ଦୁର୍ଘଟଣାର ଶିକାର ଲୋକଙ୍କ ୪୮ଘଣ୍ଟା ବା ଗୋଲଡେନ୍ ଆୱାର ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ରାଜ୍ୟର ୧୮ଟି ଘରୋଇ ହସ୍ପିଟାଲରେ ମାଗଣା ଟ୍ରମା ଚିକିତ୍ସା ଦିଆଯାଉଛି। ଦୁର୍ଘଟଣାରେ ଆହତ ହୋଇଥିବା ତୁରନ୍ତ ହସ୍ପିଟାଲରେ ପହଞ୍ଚିପାରିଲେ ତାଙ୍କ ଜୀବନ ରକ୍ଷା ହୋଇପାରିବ।

ଅପରପକ୍ଷରେ ‘ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ୧ତାରିଖରୁ ମୋବାଇଲ୍ ଜରିଆରେ ମେସେଜ ପଠାଯିବ। ପ୍ରାୟ ୨୫ଲକ୍ଷ ବିଏସ୍‌ଏନ୍‌ଏଲ ଉପଭୋକ୍ତାଙ୍କୁ ମେସେଜ୍ ପଠାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଲୋକମାନେ କିଭଳି ଅଧିକରୁ ଅଧିକ କିଭଳି ରକ୍ତଦାନ କରିବେ ତାହାର ପ୍ରୋତ୍ସାହନ ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ, ଏସ୍‌ପି ଓ ଡିଏସ୍‌ପିମାନଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରେ ‘ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ନେଇ ଏକ ଏସ୍‌ଓପି ଜାରି ହୋଇଥିଲା। ସେଥିରେ ହେଲ୍‌ମେଟ ପିନ୍ଧି ନ ଥିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଲୋକଙ୍କଠାରୁ ଜରିମାନା ଆଦାୟ ସହ ଯାଞ୍ଚ କଡ଼ାକଡ଼ି କରିବା ଲାଗି କୁହାଯାଇଥିଲା।

ଉଲ୍ଲେଖ ଯେ ରାଜ୍ୟରେ ବର୍ଷକୁ ପ୍ରାୟ ୫ହଜାରରୁ ଅଧିକ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ଗତ ୧୦ବର୍ଷରେ ୪୫ହଜାରରୁ ଅଧିକ ଲୋକଙ୍କ ଏଥିରେ ମୃତ୍ୟୁ ହେଲାଣି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ। ଏହାର ସ୍ଥାୟୀ ସମାଧାନ କରିବାକୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖୁଥିଲେ ହେଁ ଏହାର କୌଣସି ସୁଫଳ ମିଳୁନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।