ରାଜ୍ୟ

ପଡ଼ୋଶୀ ରାଜ୍ୟର ଓଡ଼ିଶା ଦିବସ ଭେଟି! ଓଡ଼ିଶା ମାଟିରେ ଆନ୍ଧ୍ରର ଉତ୍ପାତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋରାପୁଟ : ରାତି ପାହିଲେ ‘ଓଡ଼ିଶା ଦିବସ’। ଓଡ଼ିଶାର ଅଖଣ୍ଡତା ବଜାୟ ରଖିବା ପାଇଁ କେତେକ’ଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ହେଲେ,ଏହାପୂର୍ବରୁ ଓଡ଼ିଶାରେ ପଶି ନିଜ ଉତ୍ପ‌ାତ ଆରମ୍ଭ କରିଦେଇଛି ଆନ୍ଧ୍ର। ଏହି ଅଞ୍ଚଳ ଦଖଲ ପାଇଁ ଚକ୍ରାନ୍ତ କରୁଥିବା ଆନ୍ଧ୍ର ସରକାର ସ୍ବାସ୍ଥ୍ୟ ସେବା ଆଳରେ ଲୋକଙ୍କୁ ‘ଆରୋଗ୍ୟ ରକ୍ଷା କାର୍ଡ’ ବାଣ୍ଟୁଛନ୍ତି। ‘ଆରୋଗ୍ୟ ରକ୍ଷା’ ଆନ୍ଧ୍ର ସରକାରଙ୍କର ଏକ ସ୍ବାସ୍ଥ୍ୟ ବୀମା ଯୋଜନା। କିଛିମାସ ମଧ୍ୟରେ ଓଡ଼ିଶାର ଶତାଧିକ ପରିବାର ଏହି ଯୋଜନାରେ ସାମିଲ୍‌ ହୋଇସାରିଥିବା ଜଣାପଡ଼ିଛି। ଲାଗୁଛି ‘ଓଡ଼ିଶା ଦିବସ’ ଅବସରରେ ସତେଯେମିତି ଆନ୍ଧ୍ରପ୍ରଦେଶର ଭେଟି!

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କୋରାପୁଟ ଜିଲ୍ଲାର ୧୨ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରାଯାଇଛି। ଯୋଜନାର ସୁଫଳ ମଧ୍ୟ ଜିଲ୍ଲାବାସୀ ପାଉଛନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳକୁ ଅକ୍ତିଆର କରିବା ଉଦ୍ଦେଶ୍ୟରେ ରହିଥିବା ଆନ୍ଧ୍ର ସପ୍ତାହେ ହେଲା ପଟାଙ୍ଗି ବ୍ଲକ୍‌ର ସୀମାନ୍ତ ଗ୍ରାମ ଗୁଡ଼ିକରେ ଆରୋଗ୍ୟ ରକ୍ଷା ଯୋଜନାରେ ସେବା ଯୋଗାଇବା ଆରମ୍ଭ କରିଛି। ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଏହି ବୀମା କାର୍ଡ ପ୍ରଦାନ କରାଯାଇଛି। ଏହି ଯୋଜନାରେ ୧୯୫୯ ପ୍ରକାର ରୋଗର ଚିକିତ୍ସା ୪୦୦ରୁ ଅଧିକ ସରକାରୀ ତଥା ବେସରକାରୀ ଡାକ୍ତରଖାନାରେ କରାଯାଉଛି। ବିଏସ୍‌କେୱାଇ ଯୋଜନାରେ ସୁବିଧା ପାଇବାକୁ ହେଲେ ରୋଗୀଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି। କିନ୍ତୁ, ଆରୋଗ୍ୟ ରକ୍ଷା ଯୋଜନାରେ ଆନ୍ଧ୍ରର ଏଜେଣ୍ଟ ସୂଚନା ସଂଗ୍ରହ କରି ସିଧାସଳଖ ରୋଗୀଙ୍କ ଘରେ ପହଞ୍ଚି ଯାଉଛନ୍ତି। ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ନେଉଛନ୍ତି। ତେଣୁ, ସୀମାନ୍ତ ଗ୍ରାମରେ ବସବାସ କରୁଥିବା ଅତ୍ୟନ୍ତ ଗରିବ ପରିବାର ଏହି ଯୋଜନା ପ୍ରତି ଆକର୍ଷିତ ହେଉଥିବା ଦେଖାଯାଉଛି।

ସୂଚନା ଅନୁସାରେ, ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ୧୮ଲକ୍ଷ ପରିବାର ଏହି ଯୋଜନାରେ ସାମିଲ ହୋଇସାରିଲେଣି। ବର୍ତ୍ତମାନ ଓଡ଼ିଶାର ସୀମାନ୍ତ ଗାଁ ଗୁଡ଼ିକ ନିଜର ବୋଲି ଦର୍ଶାଇ ଅଗ୍ରାଧିକାର ଭିତ୍ତିରେ ବୀମା କାର୍ଡ ଦିଆଯାଉଛି। ପଟାଙ୍ଗି ବ୍ଲକ୍‌ର କୋଟିଆ, ତଳଗୋଲୁର, ଅମ୍ଫାବାଲି, ସମ୍ବାଇ, ରାଲେଗଡା, ନୂଆଗାଁ, ସୁଙ୍କି, ନନ୍ଦପୁର ବ୍ଲକ୍‌ର ଚାଟୁଆ, ଗୋଲୁର, ପଣ୍ଡୁରୁଗୁଡା, ପାନ୍ଥଲୁଙ୍ଗ, ଜଲାପୁଟ, ଖିନବର, ନାରାୟଣପାଟଣା ବ୍ଲକ୍‌ର ବୋରିଗି ଲଙ୍ଗଳବେଢା, ତଳଗୁମାଣ୍ଡି, ବନ୍ଧୁଗାଁ ବ୍ଲକ୍‌ର ଆଲମଣ୍ଡା, ପେଦାଲୋଡା, କାପଲୋଡା, ହାତୀଗଡା ଏବଂ ଲମତାପୁଟ ବ୍ଲକ୍‌ର ଅନକାଡେଲିର ସୀମାନ୍ତ ଅଞ୍ଚଳରେ ଆରୋଗ୍ୟ ରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଥିବା ସୂଚନା ମିଳିଛି। ସେହିପରି, ଆନ୍ଧ୍ରର ଏଜେଣ୍ଟ ଏହାରି ମଧ୍ୟରେ କିଛି ଗାଁ ବୁଲି ଯାଇଛନ୍ତି ଏବଂ ଅଳ୍ପଦିନ ମଧ୍ୟରେ ଗ୍ରାମବାସୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କୁହାଯାଉଛି ଯେ ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ପ୍ରଭାବକୁ ସଂକୁଚିତ କରିବାକୁ ଆନ୍ଧ୍ର ସରକାର ବଡ଼ ଯୋଜନା ସହ ସୀମାନ୍ତ ଗାଁରେ ଅନୁପ୍ରବେଶ କରୁଛନ୍ତି। ‌ଯେଉଁ ହିତାଧିକାରୀ ଏହି ଯୋଜନାରେ ସେବା ପାଇଛନ୍ତି, ସେମାନେ ଏବେ ଯୋଜନାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

କୁଲାଡ଼ିରେ ପାଣିଟାଙ୍କି ନିର୍ମାଣ
ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ତୁମ୍ବା ପଞ୍ଚାୟତ କୁଲାଡ଼ି ଗ୍ରାମରେ ଆନ୍ଧ୍ରପ୍ରଦେଶ ଧସେଇ ପଶିବା ସହ ବେଆଇନ ଭାବେ ଓଭର୍‌ହେଡ୍‌ ପାଣିଟାଙ୍କି ନିର୍ମାଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପ୍ରଶାସନର ଜାଣତରେ କିଭଳି ଏଠାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଓ ପାଣିଟାଙ୍କି ନିର୍ମାଣ ଚାଲିଛି, ଏହାକୁ ନେଇ ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପାତ୍ରପୁର ବ୍ଲକ୍‌ର ବିଭିନ୍ନ ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ସ୍ଥିତି ଜାହିର୍ କରିବାକୁ ଚେଷ୍ଟା କରୁଛି। ବର୍ଷ ବର୍ଷ ଧରି ଆନ୍ଧ୍ରପ୍ରଦେଶ ସରକାର ସୀମାନ୍ତ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେଉଥିବା ବେଳେ ଆମ ରାଜ୍ୟର ଶାସକ ଓ ବିରୋଧୀ ଦଳମାନେ ନିରବଦ୍ରଷ୍ଟା ସାଜିଛନ୍ତି।

କିଛିଦିନ ତଳେ ଆନ୍ଧ୍ର ସରକାର ଓଡ଼ିଶାର କିଛି ଆଦିବାସୀଅଧ୍ୟୁଷିତ ଗ୍ରାମରେ ପଟ୍ଟା ବାଣ୍ଟିବା ଖବର ସାମ୍ନାକୁ ଆସିଥିଲା। ସେହିପରି ସ୍ବାସ୍ଥ୍ୟକାର୍ଡ଼, ଶିକ୍ଷା, ରାସନ୍ ଓ ଭତ୍ତା ଆଦି ସୁବିଧା ଯୋଗାଇ ଦିଆଯାଉଥିବା ଜଣାପଡ଼ିଥିଲା। ଏପରକି ଆନ୍ଧ୍ର ସରକାର ଆଦିବାସୀଙ୍କୁ ଭୋଟର୍ କାର୍ଡ ଯୋଗାଇ ଦେଇଛନ୍ତି। ଏତେସବୁ ଘଟଣା ଜଣାପଡ଼ିବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ସମିତି ବୈଠକରେ ଏହି ପ୍ରସଙ୍ଗ ନଉଠିବା ଦୁଃଖର ବିଷୟ ବୋଲି ମତପ୍ରକାଶ ପାଇଛି। ଅଧିକାରୀମାନଙ୍କଠୁ ଆରମ୍ଭ କରି ଅଧ୍ୟକ୍ଷ ଏବଂ ସମସ୍ତ ପଞ୍ଚାୟତର ଜନପ୍ରତିନିଧି କେବଳ ନିରବଦ୍ରଷ୍ଟା ସାଜିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।