ରାଜ୍ୟ ସ୍ପେଶାଲ ରିପୋର୍ଟ

ନକଲି ସାର୍ଟିଫିକେଟ୍‌ ଧରପଗଡ଼ ମାମଲା: ମନୋଜ, ଆଲୋକ ପରେ ଭିନିତ ନାଏକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ବଲାଙ୍ଗୀର : ବହୁଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଜାରି ରଖିଛି ବଲାଙ୍ଗୀର ପୁଲିସ। ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦ୍‌ଗାତା କେମିତି ନକଲି ସାର୍ଟିଫିକେଟ କାରବାର କରୁଥିଲେ? କିଏ କିଏ ତାଙ୍କ ପଛରେ ଥିଲେ? ଚାକିରି ଦେବା ନାଁରେ କେମିତି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନେଉଥିଲେ? ଏସବୁର ତଦନ୍ତରେ ଭିନିତ ନାଏକ ନାମକ ଜଣେ ଯୁବକଙ୍କ କାରନାମା ସନ୍ଦେହଘେରକୁ ଆସିଛି। ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରୁ ଜବତ ହୋଇଥିବା ଆର୍ଥିକ କାରବାର ସଂପର୍କିତ ଡାଏରି ଓ କିଛି ଚେକ୍‌ ଦେଖିଲେ ମନୋଜ ମିଶ୍ରଙ୍କ ଠକେଇ କାରବାରର ଜଣେ ମୁଖ୍ୟ କାର୍ପଟଦାର ଭିନିତ ବୋଲି ଜଣାପଡୁଛି। କିନ୍ତୁ ଏ ଭିନିତ କିଏ? ଏବେ କେଉଁଠି? ଠିକଣା ତାଙ୍କ କ’ଣ? ସେ ଦିଗରେ ପୁଲିସ ଟିମ୍‌ ଛାନ୍‌ଭିନ୍‌ କରୁଛି। ଏସବୁ ଭିତରେ ଭିନିତ ସଂପର୍କରେ ସୂଚନା ନେବାରୁ ଜଣାଯାଇଛି, ଭିନିତ ଏବେ କଳାହାଣ୍ଡି ଜେଲ୍‌ରେ ଏକ ମାମଲାରେ ବିଚାରାଧୀନ ଅନ୍ତେବାସୀ ଭାବରେ ରହିଛନ୍ତି। ଏଣୁ ତାଙ୍କୁ ଆଗାମୀ ଦିନରେ ପୁଲିସ ରିମାଣ୍ଡରେ ଆଣିଲେ ମନୋଜଙ୍କ ନକଲି ସାର୍ଟିଫିକେଟର ଗୁମର ଆହୁରି ଫିଟିବ ବୋଲି ମତ ପ୍ରକାଶ ପାଉଛି।

ତଦନ୍ତରୁ ଜଣାପଡ଼ିଛି ଯେ ନକଲି ସାର୍ଟିଫିକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ପୂର୍ବରୁ ବିଭିନ୍ନ ପଦପଦବିରେ ଚାକିରି କରାଇଦେବା ନାଁରେ ବହୁ ପିଲାଙ୍କୁ ଠକିଛନ୍ତି। ସବୁ କରାଇଦେବା କଥା କହି ବହୁ ପିଲାଙ୍କଠାରୁ ଦଲାଲଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ସହ ନକଲି ସାର୍ଟିଫିକେଟ ବିକ୍ରି କରିଛନ୍ତି। ସେ ମଧ୍ୟରୁ ଏମ୍‌ସିଏଲ୍‌ରେ ଚାକିରି କରାଇଦେବା ନାଁରେ ପ୍ରାୟ କୋଟିଏ ଟଙ୍କା ପାଖାପାଖି ଆଦାୟ ହୋଇଥିଲା। ସେହି ଟଙ୍କା ମନୋଜ ସଂଗ୍ରହ କରି ନିଜ ଭାଗ ରଖି ବାକିତକ ଭିନିତଙ୍କୁ ଦେଇଥିଲେ। କିନ୍ତୁ ଏମ୍‌ସିଏଲ୍‌ରେ ଯିଏ ଚାକିରି କରାଇଦେବାର ଥିଲା ତାର ଦୁର୍ଘଟଣାଜନିତ ମୃତ୍ୟୁ ହେବାରୁ ଭିନିତ ଆଉ ଟଙ୍କା ଫେରାଇନଥିଲେ। ଏଣୁ ପାଖାପାଖି ୮୦ ଲକ୍ଷ ଟଙ୍କାର ଚେକ୍‌ ଭିନିତ ମନୋଜ ମିଶ୍ରଙ୍କୁ ଦେଇଥିବା କୋଚିଂ ସେଣ୍ଟରରୁ ପୁଲିସ ଜବତ କରିଥିବା ଡାଏରି ଓ ଚେକରୁ ତଥ୍ୟ ଜଣାପଡ଼ିଛି। କେବଳ ଏମ୍‌ସିଏଲ୍‌ ନୁହଁ, ଅନ୍ୟ ସରକାରୀ ଚାକିରିରେ ବି ଭିନିତ ଓ ମନୋଜଙ୍କ ଲିଙ୍କ୍‌ ରହିଛି। ବ୍ୟାଙ୍କ ଆକାଉଣ୍ଟରେ ବି ବହୁ ଟଙ୍କା କାରବାର ହୋଇଛି। କେତେ ଟଙ୍କା ଫୋନ୍‌ପେ ତ ଆଉ କେତେ ଗୁଗୁଲ୍‌ପେରେ କାରବାର ହୋଇଛି। ନଗଦ ଆକାରରେ ଭିନିତ ଯାହା ଟଙ୍କା ମନୋଜଙ୍କ ରିଲାଏନ୍ସ କୋଚିଂ ସେଣ୍ଟରରୁ ନେଇଛନ୍ତି ତାହା ବି ଡାଏରିରେ ଉଲ୍ଲେଖ ରହିଛି।

ଏସବୁକୁ ଦେଖି ପୁଲିସ ପ୍ରଥମରୁ ହିଁ ମାଷ୍ଟରମାଇଣ୍ଡ ମନୋଜଙ୍କ ନାଁରେ ଡାକଘର ଏତଲା ସହ ଆଉ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ସିନ୍ଧେକେଲାର ରଜତ ନାଏକ ନାମକ ଜଣେ ଯୁବକ ମନୋଜଙ୍କ ନାଁରେ ଠକେଇ ଅଭିଯୋଗ କରିଛନ୍ତି। ଡାକଘର ନିଯୁକ୍ତି ମେରିଟ ଲିଷ୍ଟରେ ରଜତଙ୍କ ନାଁ ଆସିବା ପରେ ନକଲି ସବୁ ଧରାପଡ଼ିଥିଲା। ଏଣୁ ରଜତ ଟାଉନ ଥାନା ପୁଲିସକୁ ଲିଖିତ ଭାବେ ଜଣାଇଥିଲେ। ପୁଲିସ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି। ଏମ୍‌ସିଏଲ୍‌ରୁ ନେଇ ଚାକିରି ଦେବା ନାଁରେ ଆଉ କାହା କାହାକୁ ମନୋଜ ଠକିଛନ୍ତି, ତାହାର ତଥ୍ୟ ଯୋଗାଡ଼ କରୁଛି ପୁଲିସ। ଇତିମଧ୍ୟରେ ଏମ୍‌ସିଏଲ୍‌ରେ କେଉଁମାନେ ଚାକିରି କରିବାକୁ ଟଙ୍କା ଦେଇଛନ୍ତି, ତାହାର ତାଲିକା ପୁଲିସ ହାତେଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।