ରାଜ୍ୟ

୪ ବର୍ଷ ପରେ ବି ବିଫଳ ବଳରାମ ଯୋଜନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମିଳୁନି ବ୍ୟାଙ୍କ ସହଯୋଗ। ତେଣୁ ୪ ବର୍ଷ ପରେ ବି ରାଜ୍ୟରେ ସଫଳ ହୋଇପାରୁନି ବଳରାମ ଯୋଜନା। ଭୂମିହୀନ ଏବଂ ଭାଗଚାଷୀଙ୍କ କୃଷି ଋଣ ସମସ୍ୟା ପୂର୍ବ ଭଳି ବଳବତ୍ତର ରହିଛି। ସ୍ଥିତି ଏଭଳି ହୋଇଛି ଯେ କୃଷି ବିଭାଗର ସୁପାରିସ ସତ୍ତ୍ବେ ୪୩ ହଜାର ୪୫୨ ଚାଷୀ ଏବଂ ବ୍ୟାଙ୍କର ଅନୁମୋଦନ ପରେ ବି ୧୫ ହଜାର ୦୭୪ ମିଳିତ ଦେୟ ଗୋଷ୍ଠୀ (ଜେଏଲ୍‌ଜି ଗ୍ରୁପ)ଙ୍କୁ ବଳରାମ ଯୋଜନାରେ ଋଣ ମିଳିନାହିଁ। ସେଥିରେ ମଧ୍ୟ ସମୁଦାୟ ୩୯ଟି ବ୍ୟାଙ୍କ ମଧ୍ୟରୁ କେବଳ ସମବାୟ ବ୍ୟାଙ୍କ ହିଁ ୯୦ ପ୍ରତିଶତ ଋଣ ଦେଇଥିବା ବିଭାଗ ସୂତ୍ରରୁ ପ୍ରକାଶ।

ରାଜ୍ୟରେ ଆତ୍ମହତ୍ୟା କରୁଥିବା ଅଧିକାଂଶ ଚାଷୀ ହେଲେ ଭାଗଚାଷୀ। ନିଜସ୍ବ ଜମି ପଟ୍ଟା ନଥିବାରୁ ସମବାୟ ସମିତି କିମ୍ବା ବ୍ୟାଙ୍କ ପକ୍ଷରୁ ଏମାନଙ୍କୁ କୃଷି ଋଣ ମିଳେ ନାହିଁ। ମହାଜନ କିମ୍ବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ମାତ୍ରାଧିକ ସୁଧରେ ଋଣ ନେବାକୁ ସେମାନେ ବାଧ୍ୟ ହୁଅନ୍ତି ଏବଂ ପରିଶୋଧ କରିବାରେ ସବୁ ଅର୍ଥ ସରିଯାଏ। ଯେତେ ପରିଶ୍ରମ କଲେ ମଧ୍ୟ ସେମାନେ ଆର୍ଥିକସ୍ଥିତି ସୁଦୃଢ଼ ହୋଇପାନେ ନାହିଁ। ଏହି ସ୍ଥିତିକୁ ଅନୁଧ୍ୟାନ କରି ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳରାମ ଯୋଜନା ଆରମ୍ଭ ହୋଇଥିଲା। ଏହା ଅଧୀନରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଭୂମିହୀନ ଏବଂ ୨ ହେକ୍ଟରରୁ କମ୍‌ ଜମି ଥିବା ଭାଗଚାଷୀଙ୍କୁ ନେଇ ୧ ଲକ୍ଷ ଜେଏଲ୍‌ଜେ ଗ୍ରୁପ୍‌ ଗଠନ କରାଯିବ। ୪ରୁ ୧୦ ଚାଷୀଙ୍କୁ ନେଇ ଗଠିତ ପ୍ରତ୍ୟେକ ଗ୍ରୁପ୍‌କୁ ସମୁଦାୟ ୧.୬ ଲକ୍ଷ ଟଙ୍କା ଋଣ ଦିଆଯିବ। କୃଷି ବିଭାଗର ସୁପାରିସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଋଣ ପ୍ରଦାନ କରାଯାଉଛି।

୪୩ ହଜାର ଜେଏଲ୍‌ଜିଙ୍କୁ କାମ ଦେଲାନି କୃଷି ବିଭାଗର ସୁପାରିସ
ଗଞ୍ଜାମ ଆଗରେ, ବଲାଙ୍ଗୀର ପଛରେ

Patrika

ବାସ୍ତବତା ହେଲା କୃଷି ବିଭାଗର ସୂଚନା ଅନୁସାରେ, ୨୦୨୦ରୁ ୨୨ ମସିହା ସୁଦ୍ଧା ସମୁଦାୟ ୭୧ ହଜାର ୦୨୪ ଜେଏଲ୍‌ଜିକୁ ଋଣ ଦେବା ପାଇଁ କୃଷି ବିଭାଗ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସୁପାରିସ କରାଯାଇଥିଲା। ଏଥିପାଇଁ ଚାଷୀଙ୍କ ଜମିର ଖାତା ନମ୍ବର, ପ୍ଲଟ୍‌ ନମ୍ବର ସମେତ ଅନ୍ୟାନ୍ୟ ଦସ୍ତାବିଜ୍‌ ବ୍ୟାଙ୍କଗୁଡ଼ିକୁ ପଠାଯାଇଥିଲା। ଏହାର ଯାଞ୍ଚ ପରେ ୨୭ ହଜାର ୫୭୨ ଗ୍ରୁପ୍‌କୁ ୨୨ ହଜାର ୯୭୨ ଲକ୍ଷ ଋଣ ଦେବା ପାଇଁ ବ୍ୟାଙ୍କ ଅନୁମୋଦିତ କରିଥିଲେ। କିନ୍ତୁ କେବଳ ୧୨ ହଜାର ୪୯୮ ଗ୍ରୁପ୍‌କୁ ହିଁ ୯ ହଜାର ୮୬୬ ଲକ୍ଷ ଟଙ୍କା ମିଳିଛି। ଅର୍ଥାତ୍‌ ବର୍ତ୍ତମାନ ସୁଦ୍ଧା କେବଳ ୬୦ ହଜାର ୩୫୧ ଚାଷୀଙ୍କୁ ଏହାର ଲାଭ ମିଳିଛି। ଭୂମିହୀନ ଏବଂ ଭାଗଚାଷୀଙ୍କୁ ଋଣ ପ୍ରଦାନ ପାଇଁ ସମବାୟ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କାନାଡ଼ା ବ୍ୟାଙ୍କ ସମେତ ଏକ୍ସିସ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କଗୁଡ଼ିକ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ କୃଷି ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା। ମାତ୍ର ଅଧିକାଂଶ ବ୍ୟାଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ତ ଦୂରର କଥା ପାଖାପାଖି ମଧ୍ୟ ପହଞ୍ଚି ନାହାନ୍ତି ।

କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ବଲାଙ୍ଗୀରର ମାତ୍ର ୧୭, ଗଜପତିର ୧୯, ବୌଦ୍ଧର ୨୨ ଜେଏଲ୍‌ଜିଙ୍କୁ ବଳରାମ ଯୋଜନାର ଲାଭ ମିଳିଛି। କିନ୍ତୁ ଗଞ୍ଜାମର ସର୍ବାଧିକ ୧୫ ହଜାର ୪୨୭, କେନ୍ଦ୍ରାପଡ଼ାର ୪୫୨୩ ଜେଏଲ୍‌ଜି ଏହାର ଲାଭ ନେଇ ପାରିଛନ୍ତି। ଅର୍ଥାତ ଯେଉଁ ଜିଲ୍ଲାର ସ୍ଥାନୀୟ ପ୍ରଶାସନ ଯେତେ ମଜବୁତ୍‌ ସେହି ଅଞ୍ଚଳର ଭାଗଚାଷୀ ଏବଂ ଭୂମିହୀନ ଚାଷୀ ସେତିକି ଅଧିକ ପରିମାଣରେ ଏହି ଯୋଜନାର ଲାଭ ନେଇପାରୁଛନ୍ତି। ବଳରାମ ଯୋଜନା ଆରମ୍ଭ ହେବା ଦିନ ଠାରୁ ହିଁ ଋଣ ପ୍ରଦାନରେ ବ୍ୟାଙ୍କର ଏଭଳି ଅସହଯୋଗ ରହିଆସିଛି। କିନ୍ତୁ ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଉନଥିବାରୁ ଚାଷୀଙ୍କୁ ଏହାର ଲାଭ ମିଳୁନଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।