ରାଜ୍ୟ

ମିଳୁନି ଟିଡି ଟିକା, ସ୍ବାସ୍ଥ୍ୟାନୁଷ୍ଠାନରୁ ଫେରୁଛନ୍ତି ଗର୍ଭବତୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ମିଳୁନି ଟିଡି(ଟିଟାନସ-ଡିପ୍‌ଥେରିଆ) ଟିକା। ଗର୍ଭାବସ୍ଥା ମହିଳାମାନଙ୍କୁ ଏହି ଟିକା ଦିଆଯାଉଥିବା ବେଳେ ଟିକା ନ ଥିବାରୁ ଗର୍ଭବତୀଙ୍କୁ ହସ୍ପିଟାଲରୁ ଫେରିବାକୁ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଟିକା ଉପଲବ୍ଧ ହେବା ନେଇ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏନେଇ କୌଣସି ଠୋସ୍ ସୂଚନା ଦେଇପାରୁ ନାହାନ୍ତି। ତେଣୁ ଟିଡି ଟିକା ସଂକଟ ଆହୁରି କିଛିଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଏହି ଟିକା ଯୋଗାଣ ହୋଇଥାଏ। ଗତ ୨ମାସ ହେବ ରାଜ୍ୟରେ ଏହି ଟିକାର ସଂକଟ ଆରମ୍ଭ ହୋଇଛି। ରାଜ୍ୟରେ ଯାହା ଷ୍ଟକ୍ ଥିଲା ତାହା ଶେଷ ହୋଇଯାଇଛି। ରାଜ୍ୟରେ ପ୍ରତିବର୍ଷ ୭ଲକ୍ଷ ମହିଳା ଗର୍ଭବତୀ ହୋଇଥାନ୍ତି। ପ୍ରଥମଥର ଗର୍ଭବତୀ ହେଉଥିବା ମହିଳାଙ୍କୁ ୨ଥର ଓ ପରବର୍ତୀ ସମୟରେ ଗର୍ଭଧାରଣ କଲେ ଥରେ ଏହି ଟିକା ଦିଆଯାଇଥାଏ। ଉଭୟ ଧନୁଷ୍ଟଙ୍କାର ଓ ଡି‌ପ୍‌ଥେରିଆ ରୋଗରୁ ଉଭୟ ମା’ ଓ ଶିଶୁଙ୍କୁ ରକ୍ଷା କରିଥାଏ।

ରାଜ୍ୟରେ ବେଶ୍ କିଛି ହେବ ଧନୁଷ୍ଟଙ୍କାର ରୋଗୀ ଚିହ୍ନଟ ହେଉ ନାହାନ୍ତି। ମାତ୍ର କିଛି ମାତ୍ରାରେ ଡିପ୍‌ଥେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଏ ଦୃଷ୍ଟିରୁ ଟିଡି ଟିକାର ଗୁରୁତ୍ବ ରହିଛି। କ୍ୟାପିଟାଲ ହସ୍ପିଟାଲରେ ଗତ ୩ଦିନ ହେବ ଟିଡି ଟିକା ଶେଷ ହୋଇଯାଇଛି। ରାଜଧାନୀ ଆଖପାଖରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନରେ ଟିକା ମଧ୍ୟ ସମାନ ଅବସ୍ଥା। ‌ମାତ୍ର ଜନସାଧାରଣଙ୍କୁ ଏ ସଂପର୍କରେ ପୂର୍ବ ସୂଚନା ନ ଥିବାରୁ ଗର୍ଭବତୀମାନଙ୍କୁ ହସ୍ପିଟାଲ ଦୌଡ଼ିବାକୁ ପଡ଼ୁଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଟିଡି ଟିକାର ଷ୍ଟକ୍ ଶେଷ ହୋଇଯାଇଛି। ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଛି। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଏହି ଟିକାର ସମସ୍ୟା ଥିବା ନଜରକୁ ଆସିଛି। ପୂର୍ବରୁ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ କେନ୍ଦ୍ରକୁ ଟିକା ମଗାଯାଇଥାଏ। ମାତ୍ର ଚଳିତବର୍ଷ ଟିକା ଉପଲବ୍ଧ ନ ଥିବା ସୂଚନା ଦିଆଯିବା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ। ଏହି ଟିକାର ଦାମ୍ ଅନ୍ୟ ଟିକା ତୁଳନାରେ କମ୍ ରହିଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।