ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁଇବର୍ଷରେ ଲକ୍ଷେରୁ ଊର୍ଦ୍ଧ୍ବ ଲାଇସେନ୍ସ ବାତିଲ୍‌; ବିନା ହେଲ୍‌ମେଟ୍‌ ଓ ଦ୍ରୁତ ଗତି ପାଇଁ ଅଧିକ ବାତିଲ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର, (ହିତେଶ କୁମାର ନାୟକ): ଗତ ୨ ବର୍ଷରେ ପରିବହନ ବିଭାଗ ରାଜ୍ୟରେ ୧ ଲକ୍ଷ ୪୧ ହଜାର ୪୮୨ଜଣଙ୍କ ଲାଇସେନ୍ସ ବାତିଲ୍‌ କରିଛି। ଯେଉଁମାନଙ୍କ ଲାଇସେନ୍ସ ବାତିଲ୍‌ ହେଉଛି ସେମାନେ ତିନିମାସ ପର୍ଯ୍ୟନ୍ତ ଗାଡ଼ି ଚଳାଇପାରିବେ ନାହିଁ। ସେମାନଙ୍କୁ ବିନା ଲାଇସେନ୍ସଧାରୀ ଭାବେ ବିବେଚନା କରାଯିବ। ଯଦି ଏହି ସମୟରେ ସେମାନେ ଗାଡ଼ି ଚଳାଇ ଧରାପଡ଼ିଲେ ୫ହଜାର ଟଙ୍କା ଜରିମାନା ଗଣିବେ। ଖାଲି ଏତିକି ନୁହେଁ; କୌଣସି ପ୍ରକାର ଦୁର୍ଘଟଣା ଘଟାଇଲେ ସେମାନଙ୍କୁ ବୀମା ସୁବିଧା ମିଳିବ ନାହିଁ। ଅମାନିଆଙ୍କୁ ଠାବ ପାଇଁ ଜାତୀୟ ରାଜପଥ ଠାରୁ ରାଜ୍ୟ ରାଜପଥ ସବୁଠି ପରିବହନ ବିଭାଗ ଛକି ବସିଛି। ସିସିଟିଭି କ୍ୟାମେରା ବି ଜଗିଛି।  ଏହାଛଡ଼ା ପୁଲିସ ମଧ୍ୟ ନିୟମ ଉଲ୍ଲଂଘନାକରୀଙ୍କୁ ଚିହ୍ନଟ କରି ଲାଇସେନ୍ସ ବାତିଲ୍‌ ପାଇଁ ପରିବହନ ବିଭାଗକୁ ରିପୋର୍ଟ ଦେଉଛି।

ତେବେ ଦୁଇ ବର୍ଷରେ ସର୍ବାଧିକ ଭାବେ ବିନା ହେଲ୍‌ମେଟ୍‌ ଓ ଦ୍ରୁତ ଗତି ଚାଳନା ପାଇଁ ଲାଇସେନ୍ସ ବାତିଲ କରାଯାଇଛି। ୨୦୨୧ ମସିହାରେ ମୋଟ୍‌ ୭୭ହଜାର ୨୪୬ଜଣଙ୍କ ଲାଇସେନ୍ସ ବାତିଲ୍‌ କରାଯାଇଛି। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚାଳନା ପାଇଁ ୫୧ହଜାର ୬୧୨ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଥିବା ବେଳେ ଦ୍ରୁତ ଗତି ପାଇଁ ୮୯୮୦ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି। ଯେଉଁଥିରେ ଭୁବନେଶ୍ବରରେ ବିନା ହେଲ୍‌ମେଟ୍‌ ପାଇଁ ୧୫୪୮୪ଜଣ, ପଛକୁ କଟକ ୬୮୨୬ଜଣ ଏବଂ ରାଉର୍‌କେଲାରେ ୪୯୯୦ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି। ଦ୍ରୁତ ଗତି କ୍ଷେତ୍ରରେ ବାଲେଶ୍ବର ସର୍ବାଧିକ ଭାବେ ୧୦୯୧ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଥିବା ବେଳେ ପଛକୁ ଭୁବନେଶ୍ବର୧୦୩୦ ଓ ରାଉରକେଲାର ୮୮୦ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି। ସିଗ୍‌ନାଲ୍‌ ଉଲ୍ଲଂଘନ କ୍ଷେତ୍ରରେ ଭଂଜନଗରରେ ସର୍ବାଧିକ ୨୪୩ଜଣଙ୍କ ଓ ଦ୍ବିତୀୟରେ ଭୁବନେଶ୍ବରରେ ୧୧୭ଜଣ। ଗାଡ଼ିଚାଳନା ସମୟରେ ମୋବାଇଲ୍‌ ଫୋନ ବ୍ୟବହାର କ୍ଷେତ୍ରରେ ସର୍ବାଧିକଭାବେ କଟକରେ ୨୯୭୦ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି।

Deccan Chronicle

ସେହିପରି ୨୦୨୨ ମସିହାରେ ମୋଟ୍‌ ୬୪ହଜାର ୨୩୬ଜଣଙ୍କ ଲାଇସେନ୍ସ ବାତିଲ୍‌ କରାଯାଇଛି। ବିନା ହେଲ୍‌ମେଟ୍‌ ପାଇଁ ୩୮ହଜାର ୮୩୩ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଥିବା ବେଳେ ଦ୍ରୁତ ଗତି ପାଇଁ ୧୨ହଜାର ୫୩୦ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି। ଯେଉଁଥିରେ ଭୁବନେଶ୍ବରରେ ବିନା ହେଲ୍‌ମେଟ୍‌ ପାଇଁ ୬୩୧୯ଜଣ, ପଛକୁ କଟକର ୩୬୮୭ଜଣ ଏବଂ ଝାରସୁଗୁଡ଼ାର ୨୭୫୩ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି। ଦ୍ରୁତଗତି କ୍ଷେତ୍ରରେ ପୁରୀରେ ସର୍ବାଧିକ ଭାବେ ୮୮୫ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଥିବା ବେଳେ ପଛକୁ ବାଲେଶ୍ବରର ୮୬୮ ଓ ବଲାଙ୍ଗୀରର ୮୩୩ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି। ସିଗ୍‌ନାଲ୍‌ ଉଲ୍ଲଂଘନ କ୍ଷେତ୍ରରେ ବାଲେଶ୍ବର ସର୍ବାଧିକ ୨୩ଜଣଙ୍କ ଓ ଦ୍ବିତୀୟରେ କଟକର ୧୫ଜଣ। ଗାଡ଼ିଚାଳନା ସମୟରେ ମୋବାଇଲ୍‌ ଫୋନ ବ୍ୟବହାର କ୍ଷେତ୍ରରେ ପୁଣି ସର୍ବାଧିକଭାବେ କଟକରେ ୧୮୩୯ଜଣଙ୍କ ଲାଇସେନ୍ସ ବାତିଲ୍‌ ହୋଇଛି। ମଦ୍ୟପ ଗାଡ଼ି ଚାଳନା କ୍ଷେତ୍ରରେ କଟକ ଓ କେନ୍ଦୁଝର ଆଗରେ ଥିବା ବେଳେ ପଛକୁ ରାଉରକେଲା ରହିଛି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଯେଉଁମାନେ ଧରାପଡ଼ୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ ସହ ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ଲାଇସେନ୍ସକୁ ବାତିଲ୍‌ କରାଯାଉଛି। ଗାଡ଼ି ଚାଳନା ଉପରେ ତିନିମାସ ପର୍ଯ୍ୟନ୍ତ କଟକଣା ରହିଛି। ତିନିମାସ ପରେ ଆପେ ଆପେ ଲାଇସେନ୍ସ ଉପରୁ ବାତିଲ୍‌ ଉଠିଯିବ। ହେଲେ ଆଗକୁ ଏହାକୁ କଡ଼ାକଡ଼ି କରିବା ପାଇଁ ନୂଆ ନିୟମ ଆସିବା ନେଇ ଆଲୋଚନା ଚାଲିଛି। ଯେଉଁମାନଙ୍କ ଲାଇସେନ୍ସ ବାରମ୍ବାର ଅର୍ଥାତ ଅତିକମ୍‌ରେ ୩ଥର ବାତିଲ୍‌ ହୋଇଥିବ, ସେମାନଙ୍କ ଲାଇସେନ୍ସକ ପୂରା ରଦ୍ଦ କରିବାକୁ ଯୋଜନା କରାଯାଉଛି। କିଭଳି ସେମା‌ନଙ୍କୁ ସ୍ବୟଂଚାଳିତ ଭାବେ ଚିହ୍ନଟ କରାଯାଇପାରିବ, ଏଥିପାଇଁ ନୂଆ ଟେକ୍ନୋଲୋଜିର ଆବଶ୍ୟକତା ରହିଛି। ଯଦିଓ ଏହି ଯୋଜନା ଲାଗୁ ହୋଇନାହିଁ, ହେଲେ ସେ ଦିଗରେ ବିଚାର ଚାଲିଛି।

ଅନ୍ୟପଟେ ରାଜ୍ୟରେ ‌ବଢ଼ୁଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଏବଂ ରାସ୍ତାଗୁଡ଼ିକର ବିପର୍ଯ୍ୟସ୍ତ ସ୍ଥିତି ନେଇ କିଛି ଦିନ ତଳେ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ରିପୋର୍ଟ ପ୍ରଦାନ କରିଥିଲା। ଗତ ୫ ବର୍ଷରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ୨୦୧୪ ତୁଳନାରେ ୨୦୧୫ରେ ୯.୫% ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ବେଳେ ୨୦୧୬ରେ ୩.୭%, ୨୦୧୭ରେ ୭.୩%, ୨୦୧୮ରେ ୧୧% ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୨୦୧୯ ଜାନୁଆରିରୁ ଜୁନ୍‌ ମଧ୍ୟରେ (୨୦୧୮ର ଏହି ସମୟ ମଧ୍ୟରେ) ଅଧିକ ୧୨.୭% ଦୁର୍ଘଟଣା ହୋଇଛି। ଓଡ଼ିଶାରେ ଥିବା ବିଭିନ୍ନ ଜାତୀୟ ରାଜପଥରେ ୨୦୧୪ରୁ ୨୦୧୭ ମଧ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୯.୪% ବଢ଼ିଛି। ଯେତେବେଳେ କି ଏହି ସମୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୧.୮୫% ବଢ଼ିଛି।

ଆଶ୍ଚର୍ଯ୍ୟର ବିଷୟ ୨୦୧୭ରେ ମୋଟ୍‌ ଦୁର୍ଘଟଣା ଜନିତ ମୃତ୍ୟୁର ୭୬.୭୨% ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହୋଇଛି। ଏଥିରୁ ଜାତୀୟ ରାଜପଥରେ ୪୪.୩୨%, ରାଜ୍ୟ ରାଜପଥରେ ୩୨.୪% ଲୋକଙ୍କର ମୃତ୍ୟୁ ହୋଇଛି। ୨୦୧୭ରେ ହୋଇଥିବା ଦୁର୍ଘଟଣା ମଧ୍ୟରୁ ୫୪.୫% ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।