ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଡାକ ବିଭାଗରେ ୧୦୫ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାଞ୍ଚ ନିମନ୍ତେ ୭୮ ଜଣ ପ୍ରାର୍ଥୀ ଆସିଥିଲେ ଏବଂ ୨୭ ଜଣ ଅନୁପସ୍ଥିତ ଥିଲେ। ବର୍ତ୍ତମାନ ୭୮ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ନିମନ୍ତେ ୪ଟି ବୋର୍ଡକୁ ପଠାଯାଇଛି। ଅନ୍ୟପକ୍ଷରେ ଡାକ ବିଭାଗ ପକ୍ଷରୁ ବଲାଙ୍ଗୀରରେ ପୁଲିସ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ବୋର୍ଡକୁ ଯାଞ୍ଚ ପାଇଁ ପଠାଇ ଦିଆଯାଇ ବିଭାଗୀୟ ଅଧିକାରୀ ହାତ ବାନ୍ଧି ବସିଥିବାରୁ ଉଦ୍ବେଗ ପ୍ରକାଶ ପାଇଛି।
ପୂର୍ବରୁ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣେ ଯୁବତୀଙ୍କୁ କାର୍ଯ୍ୟରୁ ବରଖାସ୍ତ କରିବା ପରେ ମଧ୍ୟ ବିଭାଗ ସଜାଗ ନହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଡାକ ବିଭାଗ ପକ୍ଷରୁ ୧୦୫ଟି ପଦବି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ୭୮ଜଣଙ୍କ ସାର୍ଟିଫିକେଟ ତନଖି ଶେଷ ହୋଇଥିବା ବେଳେ ୨୭ ଜଣ ନକଲି ସାର୍ଟିଫିକେଟ ଭୟରେ ଆସିଲେ ନାହିଁ। ଯାଞ୍ଚ ବେଳେ ଆସିନଥିବା ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ନକଲି ସାର୍ଟିଫିକେଟଧାରୀ ଅନାୟାସରେ ଖସିଯିବେ ବୋଲି ଆଲୋଚନା ହେଉଛି। ଆବେଦନକାରୀଙ୍କ ମଧ୍ୟରେ ଉତ୍ତର ପ୍ରଦେଶରୁ ସାର୍ଟିଫିକେଟ ଆଣିଥିବା ବୋର୍ଡ ସାର୍ଟିଫିକେଟ ନକଲି ବୋଲି ସନ୍ଦେହ କରାଯାଉଛି। ସେହିଭଳି ୭୮ଜଣ ଯାଞ୍ଚବେଳେ ଆସିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେଉଁମାନଙ୍କ ସାର୍ଟିଫିକେଟ ନକଲି ତାହା ତଦନ୍ତ ସାପେକ୍ଷ। ୭୮ ଜଣଙ୍କୁ ବିଭାଗ ଅସ୍ଥାୟୀ ନିଯୁକ୍ତି ଦେବ କି ତଦନ୍ତକୁ ଅପେକ୍ଷା କରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ସାର୍ଟିଫିକେଟ ଯାଞ୍ଚ ଶେଷ ନହୋଇ ନିଯୁକ୍ତି ପ୍ରଦାନ କରି ପରବର୍ତ୍ତୀ ସମୟରେ ପ୍ରାର୍ଥୀଙ୍କୁ ବରଖାସ୍ତ କରିବାର ନଜିର ରହିଛି। ବିଭାଗ ପକ୍ଷରୁ କେବଳ ବରଖାସ୍ତ କରି ଚୁପ୍ ରହିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଗତ ଜାନୁଆରି ମାସରେ ନକଲି ସାର୍ଟିଫିକେଟ ବୋଲି ବରଖାସ୍ତ କରିବା ପରେ ମଧ୍ୟ ପୁଲିସ୍କୁ ସୂଚନା ନଦେବା ବିଭାଗୀୟ ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ତେବେ କଳାହାଣ୍ଡି ଡାକ ଡିଭିଜନ ସୁପରିଣ୍ଟେଣ୍ଡେଣ୍ଟ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ ନେଇ ପଦକ୍ଷେପ ନନେଇ ବୋର୍ଡକୁ ତନଖି ପାଇଁ ସାର୍ଟିଫିକେଟ ପଠାଇବା ନେଇ ଜାଣିଶୁଣି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ଆବେଦନକାରୀମାନେ ପ୍ରାୟ ୯୮% ମାର୍କ ରଖିବା ତଦନ୍ତ ସାପେକ୍ଷ। ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ବୋର୍ଡର ନକଲି ସାର୍ଟିଫିକେଟର ଚେର ବଲାଙ୍ଗୀର ପର୍ଯ୍ୟନ୍ତ ଲମ୍ବିଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ୧୦୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କିଏ ଅସଲି ଓ କିଏ ନକଲି ବର୍ତ୍ତମାନ ରହସ୍ୟାବୃତ୍ତ ହୋଇରହିଛି। ଅନ୍ୟପକ୍ଷରେ ଚାକିରିରୁ ବରଖାସ୍ତ ହୋଇଥିବା ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ ନହେବା ଘଟଣା ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ରହିଛି। ଏନେଇ ସୁପରିଣ୍ଟେଣ୍ଡେଣ୍ଟ ବିଜୟ ମହାନ୍ତିଙ୍କୁ ପଚାରିବାରୁ ମୋତେ କିଛି ପଚାରନ୍ତୁ ନାହିଁ, ମୁଁ ଏ ବିଷୟରେ କିଛି କହି ପାରିବି ନାହିଁ ବୋଲି କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l