ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୂନ୍ୟକାଳରେ ନରସିଂହ-ନିରଞ୍ଜନ-ଜୟନାରାୟଣ କଥା କଟାକଟି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

ଭୁବନେଶ୍ବର : ବୁଧବାର ଦିନ ଶୂନ୍ୟକାଳରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଥିଲା ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହୁଥିଲା ବେଳେ ବିଜେପି ବିଧାୟକମାନେ ଗୃହ ମଧ୍ୟ ଭାଗରେ ଠିଆ ହୋଇଥିଲେ। ସେମାନେ ସିବିଆଇ ତଦନ୍ତ ଦାବିରେ ନାରାବାଜି କରି ମଧ୍ୟ ଭାଗକୁ ଆସିଥିଲେ। ତେବେ ଶ୍ରୀ ମିଶ୍ର କହୁଥିବାରୁ ସେମାନେ ନାରାବାଜି ବନ୍ଦ କରି ନିରବରେ ଠିଆ ହୋଇଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ, ଗୃହ ଏବେ ସ୍ବାଭାବିକ ନାହିଁ। ବିଧାୟକମାନେ ଗୃହ ମଧ୍ୟ ଭାଗରେ ଅଛନ୍ତି। ସେହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା କହିବେ କେମିତି? ଗୃହକୁ ସ୍ବାଭାବିକ ସ୍ଥିତିକୁ ଅଣାଯାଉ। ଶ୍ରୀ ପୂଜାରୀ ଏତିକି କହିଲା ପରେ ଶାସକ ଦଳ ବିଧାୟକମାନେ ଠିଆ ହୋଇ ‌‌ହୋହଲ୍ଲା କରିଥି‌ଲେ।

ଶ୍ରୀ ପୂଜାରୀଙ୍କ ଏହି ମନ୍ତବ୍ୟରେ ଶ୍ରୀ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ, ମୁଁ କହିଲା ବେଳେ ଶାସକ ଦଳ ସଭ୍ୟମାନେ ବାରମ୍ବାର ବ୍ୟାଘାତ ସୃଷ୍ଟି କରୁଛନ୍ତି। ଯଦି ଗୃହ ମଧ୍ୟ ଭାଗରେ ବିଧାୟକ ଥିଲା ବେଳେ ମୁଁ କହିପାରିବିନି, ତେବେ ଏମିତି ସ୍ଥିତି ଥିଲାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ କହିପାରିବେ ତ? ଯଦି ନିୟମ ହେଉଛି, ସମସ୍ତଙ୍କ ପାଇଁ ହେଉ।

ଏହାପରେ ମନ୍ତ୍ରୀଙ୍କ ସମେତ ଶାସକ ଦଳ ବିଧାୟକମାନେ ବସି ପଡ଼ିଥିଲେ। ଶ୍ରୀ ମିଶ୍ର ପୁଣି କହିବା ଆରମ୍ଭ କରିଥିଲେ। ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଟା‌ର୍ଗେଟ୍‌ କରିଥିଲେ। ସେ କହିଥିଲେ, ଏ ଗୃହରେ ଆଜି ଯାହା ଘଟିଲା ତାହା ଭାରତରେ ପ୍ରଥମ। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ମୁଖ୍ୟ ଦାୟିତ୍ବ ଗୃହକୁ ଠିକ୍ ଭାବେ ଚଳାଇବା। କଂଗ୍ରେସ ବିଧାୟକ ଦଳ ନେତା କହୁଥିଲା ବେଳେ ମନ୍ତ୍ରୀ ନିଜେ ଠିଆ ହୋଇ ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିଲେ। ଏପରିକି ଶାସକ ଦଳ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଯିବେ ବୋଲି ‌ମନ୍ତ୍ରୀ ଧମକ ଦେଇଥିଲେ। ତାଙ୍କର ଏହି କାର୍ଯ୍ୟ ଆଦୌ ଶୋଭନୀୟ ନୁହେଁ। ମନ୍ତ୍ରୀ କ୍ଷମା ମାଗନ୍ତୁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ତେବେ ବାଚସ୍ପତି କହିଥିଲେ, ମନ୍ତ୍ରୀ ସେପରି କିଛି କହିନାହାନ୍ତି। ଏହା ପରେ ନିଜେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ମୁଁ ଗୃହକୁ ସ୍ବାଭାବିକ ସ୍ଥିତିକୁ ଆଣିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲି। ଗୃହ ମଧ୍ୟ ଭାଗକୁ ଯିବା ପାଇଁ ମୁଁ ମନ୍ତବ୍ୟ ଦେଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।