ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଥମଥର ଏସ୍‌ସିବିରେ ମୃତ ତନୁଜାଙ୍କ କିଡ୍‌ନି ଲାଗିଲା: ନୂଆ ଜୀବନ ପାଇଲେ ସୂର୍ଯ୍ୟ ଓ ଆଲୋକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କଟକ : କାଡାଭରିକ କିଡ୍‌ନି ପ୍ରତିରୋପଣ କ୍ଷେତ୍ରରେ ପୁଣି ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ସଫଳତା ଦୋହରାଇଛି। ଏସ୍‌ସିବିର ୟୁରୋଲୋଜି ବିଭାଗରେ ଗତକାଲି ରାତିତମାମ ଉଦ୍ୟମ କରି ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ କିଡ୍‌ନି ପ୍ରତିରୋପଣ କରାଯାଇଛି। ପ୍ରଥମଥର ପାଇଁ ଏସ୍‌ସିବିରେ ମୃତ ଘୋଷିତ ଜଣେ ମହିଳାଙ୍କ ଶରୀରରୁ କିଡ୍‌ନି କଢ଼ାଯାଇ ୨ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ପୂର୍ବରୁ ଘରୋଇ ହସ୍ପିଟାଲରେ ମସ୍ତିଷ୍କ ମୃତ ରୋଗୀଙ୍କ କିଡନି ଅଣାଯାଇ ଏସ୍‌ସିବିରେ ପ୍ରତିରୋପଣ କରାଯାଉଥିଲା। ମୋଟାମୋଟି ଭାବେ ଏସ୍‌ସିବିରେ ଗତକାଲିରାତିର ଦୁଇଟି ଘଟଣାକୁ ମିଶାଇ ମୋଟ ୬ଟି କାଡାଭରିକ କିଡନି ପ୍ରତିରୋପଣ ହେଲାଣି। ମସ୍ତିଷ୍କ ମୃତ ଘୋଷିତ ତନୁଜା କର(୫୭)ଙ୍କ କିଡ୍‌ନି ଦାନ ଫଳରେ କଟକ ସିଡିଏର ସୂର୍ଯ୍ୟ ରଞ୍ଜନ ସାହୁ(୪୮), ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଆଲୋକ ବୋଡାକ୍‌(୩୬) ନୂଆ ଜୀବନ ପାଇଛନ୍ତି। ଉଭୟ ଏବେ ସୁସ୍ଥ ଥିବାବେଳେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି।

ଏସ୍‌ସିବିରେ ସଫଳ କାଡାଭରିକ୍‌ ଅସ୍ତ୍ରୋପଚାର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ସହାୟକ ହେବ।

ସୂଚନା ଅନୁଯାୟୀ କଟକ ଜିଲ୍ଲା ଜଗତ୍‌ପୁର ଥାନା ତରୋଳ ଗ୍ରାମର ନିରଂଜନ କରଙ୍କ ପତ୍ନୀ ତନୁଜା କର(୫୭)ଙ୍କୁ ଗତକାଲି କଟକ ବଡ଼ଡାକ୍ତରଖାନା କାର୍ଡିଓଥୋରାସିସ୍‌ ବିଭାଗରେ ମସ୍ତିଷ୍କ ମୃତ (ବ୍ରେନ୍ ଡେଡ୍‌) ଘୋଷଣା କରାଯାଇଥିଲା। ଏଭଳି ସ୍ଥିତିରେ ତାଙ୍କ ପରିବାର ଲୋକ ଅଙ୍ଗଦାନ ପାଇଁ ଆଗ୍ରହ ପ୍ରକାଶ କରିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଟୋ ତାଲିକ‌ା ନିୟମ ଅନୁଯାୟୀ ଏସ୍‌ସିବିକୁ ଦୁଇଟି କିଡ୍‌ନି ପ୍ରତିରୋପଣ ପାଇଁ ଅନୁମତି ମିଳିଥିଲା। ରାତି ୮ଟାରେ ତନୁଜାଙ୍କ ଶରୀରରୁ କିଡ୍‌ନି କଢାଯାଇଥିଲା। ରାତି ଗୋଟାଏରୁ ଦୁଇ ଜଣଙ୍କ ଶରୀରରେ କିଡନି ପ୍ରତିରୋପଣ ଆରମ୍ଭ ହୋଇ ସକାଳ ୬ଟା ପ୍ରତିରୋପଣ ଶେଷ ହୋଇଥିଲା। ଏଥିରେ ୨୦ ଜଣିଆ ଡାକ୍ତରୀ ଟିମ୍‌ ସାମିଲ ହୋଇଥିଲେ। ୟୁରୋଲୋଜି ବିଭାଗ ଓଟିରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁ, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର ସବ୍ୟସାଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ, ଡାକ୍ତର ଶରତ ଚନ୍ଦ୍ର ପରିଡ଼ାଙ୍କ ସମେତ ଏସ୍‌ସିବିର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ଓ କର୍ମଚାରୀ ସଫଳତାର ସହିତ କିଡ୍‌ନି ପ୍ରତିରୋପଣ କରିଥିଲେ।

ଏସ୍‌ସିବିରେ ଆଜି ସୁଦ୍ଧା ୬ଟି କାଡାଭରିକ୍‌ ପ୍ରତିରୋପଣ ସମ୍ଭବ ହୋଇଛି। ଆଗକୁ ଏସ୍‌ସିବିରେ ପ୍ରତି ସପ୍ତାହରେ କିପରି କାଡାଭରିକ୍‌ ପ୍ରତିରୋପଣ ସମ୍ଭବ ହୋଇପାରିବ ଓ ଅଙ୍ଗଦାନ କ୍ଷେତ୍ରରେ ଓଡିଶା ସାରା ଦେଶରେ ଆଗକୁ ନାଁ କରିବ ସେହି ଲକ୍ଷ୍ୟ ନେଇ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ତଥା କିଡନି ପ୍ରତିରୋପଣ କରିଥିବା ଡାକ୍ତର ସମୀର ସ୍ବାଇଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।