ରାଜ୍ୟ

ଅସୁରକ୍ଷିତ ମହିଳା: ବଲିଉଡ୍ ଅଭିନେତ୍ରୀ ତଥା ନେତ୍ରୀ ଜୟାପ୍ରଦା ବି ବାଦ୍‌ ପଡ଼ିନଥିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ଝିଅ ହୋଇ ମଧ୍ୟ ଉତ୍ତରପ୍ରଦେଶ ରାମପୁରରେ ସାଂସଦ ହେବା ସୌଭାଗ୍ୟର କଥା। ରାମପୁର ଜନତା ବିଶେଷକରି ପ୍ରତି ଘରର ମହିଳାମାନଙ୍କ ଏତେ ସ୍ନେହ ମିଳିଲା ଯେ ଦୁଇଥର ନିର୍ବାଚନରେ ବିଜୟୀ ହୋଇ ପାରିଛି। କିନ୍ତୁ, ଗୋଟିଏ ସମୟରେ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ରାମପୁରରୁ ଘରକୁ ନ ଫେରିବା ପର୍ଯ୍ୟନ୍ତ ଜୀବନ ପ୍ରତି ଭୟ ଲାଗି ରହୁଥିଲା। ଏପରିକି ମା’ଙ୍କୁ ଠିକ୍‌ ଅଛି ବୋଲି ପ୍ରଥମେ ଜଣାଇବାକୁ ପଡ଼ୁଥିଲା। ଆଜି ବି ସେଦିନ କଥା ମନେପଡ଼ିଗଲେ କେମିତି ଲାଗୁଛି। କନକ ନ୍ୟୁଜ ପକ୍ଷରୁ ଆୟୋଜିତ ଅନନ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦା ଏହା କହିଛନ୍ତି।

ଏଠି ତ ମା’ ସୀତା ବି ବଦନାମ ହୋଇଛନ୍ତି
ରାମପୁରରୁ ନ ଫେରିବା ପର୍ଯ୍ୟନ୍ତ ଭୟ ଲାଗି ରହୁଥିଲା

ପୁରୁଷପ୍ରାଧାନ୍ୟ ଚଳଚ୍ଚିତ୍ର ଏବଂ ରାଜନୈତିକ କ୍ଷେତ୍ରରେ ନିଜ ଯାତ୍ରାକୁ ନେଇ ଜୟାପ୍ରଦା କହନ୍ତି, ଅଭିନେତ୍ରୀ କିମ୍ବା ରାଜନେତା ଯାହାବି ହୋଇଛି କୌଣସି ଟି ମଧ୍ୟ ସୁଚିନ୍ତିତ ଯୋଜନା ନୁହେଁ। ଛୋଟ ବେଳେ ଡାକ୍ତର ହେବା ପାଇଁ ଚାହୁଥିଲି। କିନ୍ତୁ ମାତ୍ର ୧୩ ବର୍ଷରେ ଏକ ବାର୍ଷିକ କାର୍ଯ୍ୟକ୍ରମରେ ତାଙ୍କର ଅଭିନୟ ଦେଖି ୩ ମିନିଟର ରୋଲ ଥିବା ଭୂମି କୁସୁମ ଚଳଚ୍ଚିତ୍ରରେ ଅଫର ପାଇଥିଲେ। ସେହିଦିନଠାରୁ ସେ ଲଲିତାରୁ ଜୟାପ୍ରଦା ନାମରେ ପରିଚିତ ହେଲେ। ଅଭିନୟ ଜୀବନ ଏତେ ସହଜ ନଥିଲା। ଖୁବ୍‌ ପରିଶ୍ରମ କରିବାକୁ ପଡ଼ୁଥିଲା। ଆଜି ଭଳି ଓବି ଭ୍ୟାନ ଭଳି ସୁବିଧା କିମ୍ବା ପ୍ରଯୁକ୍ତି ମଧ୍ୟ ଉନ୍ନତ ନଥିଲା। ଗୋଟିଏ ଦିନରେ ୫ ସିଫ୍ଟରେ କାମ କରିବାକୁ ପଡ଼ୁଥିଲା। ଏପରିକି ଗଛ ପଛପଟେ ପୋଷାକ ପରିବର୍ତ୍ତନ କରିବାକୁ ପଡ଼ୁଥିଲା। କିନ୍ତୁ କଷ୍ଟ ଏହା ଥିଲା ଯେ ଲଗାତାର ଜଣେ ଅଭିନେତାଙ୍କ ସହ କାମ କଲେ ତତ୍‌କ୍ଷଣାତ ସେହି ଅଭିନେତାଙ୍କ ସହିତ ନାମ ‌ଯୋଡ଼ି ଦିଆଯାଉଥିଲା।

ପ୍ରଥମେ ତ ଏଭଳି ବିଷୟରେ ଜାଣିଲେ ମୁଁ କାନ୍ଦି ପକାଉଥିଲି। କିନ୍ତୁ ଏବେ ଭାବୁଛି ଯଦି ଏ ସମାଜ ମା’ ସୀତାଙ୍କୁ ଛାଡ଼ିନାହିଁ ତେବେ ଆମେ କିଏ? କେବଳ ଚଳଚ୍ଚିତ୍ର ଶିଳ୍ପ ନୁହେଁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡ଼େ। କିନ୍ତୁ ଏହା ଅର୍ଥ ନୁହେଁ ଯେ ଝିଅମାନେ ଭୟଭୀତ ହୋଇ ଘରେ ରହିଯିବେ। ବରଂ ସବୁ ସ୍ଥିତିର ଏହାର ସାମ୍ନା କରିବେ। ଶିକ୍ଷା ଏଥିରେ ମାର୍ଗଦର୍ଶନ କରିବ। ଆଜି ରାଜନୀତିରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବଢ଼ିଛି। ଯେଉଁ ଦିନ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଲେ ସେଦିନ ଗର୍ବର ମୁହୂର୍ତ୍ତ ଥିଲା। ବିଜେପି ନେତ୍ରୀ ଜୟାପ୍ରଦା କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ଭାଗିଦାରୀ ବଢ଼ିଛି। ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ।


‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ମହିଳାଙ୍କ ସଫଳ କାହାଣୀ ୪୦ ବର୍ଷ ତଳକୁ ନେଇ ଯାଉଛି। ସେତେବେଳେ ମଧ୍ୟ ମହିଳା ସଶକ୍ତୀକରଣ ଏବଂ ମହିଳାଙ୍କ ମୁକ୍ତି କଥା କୁହାଯାଉଥିଲା। ମହାବିଦ୍ୟାଳୟ ସ୍ତରରେ ବିତର୍କ ହେଉଥିଲା। ନାରୀବାଦୀମାନେ ଗୃହିଣୀଙ୍କ ଦରମା କେତେ ବୋଲି ପ୍ରଶ୍ନ କରୁଥିଲେ। ଆଜିବି ଏହାର ପ୍ରାସଙ୍ଗିକତା ରହିଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ଭାଗିଦାରୀ ବଢ଼ିଛି। ଆଜି ଯଦି ପ୍ରକୃତରେ ମହିଳା ସଶକ୍ତୀକରଣ ହୋଇଛି ତେବେ ପ୍ରତିଦିନ ଗଣମାଧ୍ୟମରେ ମହିଳା ନିର୍ଯାତନାର ପ୍ରସଙ୍ଗ କେମିତି ଆସୁଛି? ପ୍ରତିବର୍ଷ ସମ୍ବାଦ ପକ୍ଷରୁ ଆୟୋଜିତ ମାଟ୍ରିକ ଚାମ୍ପରେ ଏ୧ ପାଇଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଧିତ କରାଯାଏ। ଏଥିରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ପୁରସ୍କୃତ ହୋଇଥା’ନ୍ତି। ପରବର୍ତ୍ତୀ ଜୀବନରେ ସେମାନେ କୁଆଡ଼େ ଯାଆନ୍ତି ଏହାର ବିଶ୍ଳେଷଣର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଜୟାପ୍ରଦାଙ୍କୁ ସମ୍ବର୍ଧିତ କରିଥିଲେ।


‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେବାସହିତ ସଭାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ଯେ, ଗଣମାଧ୍ୟମର କର୍ତ୍ତବ୍ୟ ହେଲା ମହିଳା ବିରୋଧୀ ହିଂସାକୁ ଲୋକଲୋଚନକୁ ଆଣିବା ସହିତ ମହିଳାଙ୍କ ଭଲ କାର୍ଯ୍ୟର ସକାରାତ୍ମକ ଚିତ୍ର ମଧ୍ୟ ପ୍ରଦର୍ଶନ କରିବା। ଏଥିପାଇଁ ଅଧିକରୁ ଅଧିକ ମହିଳା ଗଣମାଧ୍ୟମରେ ସାମିଲ ହେବା ଉଚିତ ବୋଲି ସେ ମତ ଦେଇଥିଲେ।

ୱେଲକମ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ମୃତି ମହାପାତ୍ର, ନମିତା ଦାଶ, ନୀଳିମା ମିଶ୍ର, ପ୍ରେମଶୀଳା ମେହେର, ସୁମା ଦେବୀ ଦାଶ, ମୃଣାଳିନୀ ପାଢ଼ୀ, ପ୍ରିୟଦର୍ଶିନୀ ଦାସ, ସୁନନ୍ଦା ଦାସ, ଶାଳିନୀ କୋଥାକୁଣ୍ଡା, ସରସ୍ବତୀ ବାରିକ ଏବଂ କାଜଲ ମହାନ୍ତିଙ୍କୁ ‘ଅନନ୍ୟା ସମ୍ମାନ’ ପ୍ରଦାନ କରାଯାଇଥିଲା।

ସାମାଜିକ ଗଣମାଧ୍ୟମରେ ଟ୍ରୋଲିଂ କଷ୍ଟଦାୟକ
ବିବାହ ପରେ ଦାୟିତ୍ବ ବଢ଼ିଯାଏ। ଅଧିକ ଛୁଟି ନେବାକୁ ହୁଏ, ଘର ଲୋକଙ୍କ ଖୁସି ପାଇଁ ରୋଷେଇ ବି କରିବାକୁ ହୁଏ। ଏପରିକି ଖାଦ୍ୟ ଅଭ୍ୟାସ ଠାରୁ ଆରମ୍ଭ କରି ପୋଷାକ ପରିପାଟୀ, ପୂଜାବିଧି ସବୁ କିଛି ବଦଳିଯାଏ। ଏହି ଜୀବନ ମଧ୍ୟ ନୂତନ ପ୍ରକାର ଆନନ୍ଦ ଦିଏ ବୋଲି କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ଝିଲିକ‌୍ ଭଟ୍ଟାଚାର୍ଯ୍ୟ। କନକ ନ୍ୟୁଜ୍‌ ପକ୍ଷରୁ ଆୟୋଜିତ ଅନନ୍ୟା କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ବାହାଘର ପରର ଜୀବନକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ଅଂଶଗ୍ରହଣ କରି ଝିଲିକ୍‌ କହନ୍ତି, ମୁଁ ୪ ମାସର ଗର୍ଭବତୀ ଥିବା ସମୟରେ ଚଳଚ୍ଚିତ୍ର ସୁଟିଂ କରିଛି। ସାମାନ୍ୟ ଓଜନ ବୃଦ୍ଧି ପାଇଥିବାରୁ ସେତେବେଳେ ଶରୀରକୁ ନେଇ ଲୋକେ କହିବା ଆରମ୍ଭ କରିଥିଲେ। ଜାଆଁଳା ଝିଅ ଜନ୍ମ ହେବା ପରେ ତ ଜୀବନ ଯେମିତି ପୂରା ବଦଳି ଗଲା। ଏଣେ କିନ୍ତୁ ସାମାଜିକ ଗଣମାଧ୍ୟମ ଖୋଲିଲେ ଶରୀରକୁ ନେଇ କିଛିନା କିଛି ଟ୍ରୋଲିଂ ଚାଲିଥାଏ। ଟ୍ରୋଲ କରୁଥିବା ବ୍ୟକ୍ତି ନିଜକୁ ପ୍ରସୂତିଙ୍କ ସ୍ଥାନରେ ରଖନ୍ତୁ ତା’ପରେ ବୁଝି ପାରିବେ ସେ ଅନୁଭବ କେମିତି। ଅର୍ଚ୍ଚିତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଟ୍ରୋଲିଂ ନେଇ କହିଥିଲେ, ବିବାହ ବାର୍ଷିକ ଉତ୍ସବର ଫଟୋରେ ବ୍ରେକଅପର ମନ୍ତବ୍ୟ କଷ୍ଟଦାୟକ। କନକ ନ୍ୟୁଜ୍‌ ପକ୍ଷରୁ ମାନସ ଦାଶ ଆଲୋଚନାଚକ୍ର ପରିଚାଳନା କରିଥିଲେ।

ପରସ୍ପରର ହାତ ଧରି ଆଗକୁ ବଢ଼ିବା
ରାଜଧାନୀରେ ମହିଳା ଉଦ୍ୟୋଗୀ ମେଳା ଏବଂ ଲାଇଫ ଷ୍ଟାଇଲ ମେଳାର ସଫଳ ଆୟୋଜନ ହୋଇଛି। ପ୍ରବନ୍ଧନ ଠାରୁ ମାର୍କେଟିଂ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଈର୍ଷା କିମ୍ବା ପ୍ରତିଦ୍ବନ୍ଦ୍ବିତା ନୁହେଁ ପରସ୍ପରର ହାତ ଧରି ଆଗକୁ ବଢ଼ିବାର ମନ୍ତ୍ର ଉପରେ ବିଶ୍ବାସ ରହିଛି। ଏକତା ହିଁ ଅଭିବୃଦ୍ଧିର ମନ୍ତ୍ର ଶୀର୍ଷକ ଆଲୋଚନାରେ ଏହି ମର୍ମରେ ମତ ଦେଇଛନ୍ତି ରାଜ୍ୟର ସଫଳ ମହିଳା ଉଦ୍ୟୋଗୀ ଅନୁରାଧା ମହାନ୍ତି, ମୀନୁ ପଟ୍ଟନାୟକ, ସ୍ବାତୀ କେଜ୍ରିୱାଲ ଏବଂ ସୋନି ସାମଲ। ସମସ୍ତେ ମତ ଦେଇଛି ଯେ ସଂଘର୍ଷ ତ ସମସ୍ତଙ୍କ ଜୀବନରେ ରହିଛି। ଧୈର୍ଯ୍ୟହିଁ ସଫଳତାର ଚାବିକାଠି। ଗୋଟିଏ ଷ୍ଟାର୍ଟଅପ୍‌ ଖୋଲିବା ପରେ ନିରାଶ ହୋଇ ତତ୍‌କ୍ଷଣାତ ଏହାକୁ ବଦଳାଇ ଦେବା ଉଚିତ। ସଂଘର୍ଷ ସମସ୍ତଙ୍କ ଜୀବନରେ ରହିଛି। ବିଫଳତା ମିଳିବା ମଧ୍ୟ ନିଶ୍ଚିତ। କିନ୍ତୁ ଏଥିରେ ହାରିଯିବା ଉଚିତ ନୁହେଁ। ସଫଳ ପୁରୁଷ ପଛରେ ନାରୀ ଭଳି ସଫଳ ନାରୀ ପଛରେ ପୁରୁଷଙ୍କ ସହଯୋଗ ରହିଥାଏ। କେବଳ ଭୁବନେଶ୍ବର ଭଳି ମେଟ୍ରୋ ନୁହେଁ ଗାଁରେ ମଧ୍ୟ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରେ ସଫଳତା ପାଇଁ ବିତ୍ତୀୟ ସ୍ବାକ୍ଷରତା ଜରୁରୀ। ପ୍ରତ୍ୟେକ ପାଠ୍ୟକ୍ରମରେ ଏହାକୁ ସାମିଲ କରିବା ଉଚିତ ବୋଲି କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇ ଥିଲା। ଆଲୋଚନାକୁ କନକ ନ୍ୟୁଜ୍‌ ପକ୍ଷରୁ ବିଜୟଲକ୍ଷ୍ମୀ ରଥ ପରିଚାଳନା କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।