ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏସ୍‌ସିଓ ବୈଠକରେ ଚୀନ୍‌କୁ ଡୋଭାଲଙ୍କ କଡ଼ା ବାର୍ତ୍ତା: ଏକପାଖିଆ ସାମରିକ ପ୍ରଭୁତ୍ବ ଦେଖାଇବା ଅନୁଚିତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ବୁଧବାର ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍‌କୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ସଂଗଠନର ପ୍ରତ୍ୟେକ ସଦସ୍ୟ ଅନ୍ୟ ରାଷ୍ଟ୍ରର ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଦେବା ଏବଂ ସୀମାରେ ପଡ଼ୋଶୀ ରାଷ୍ଟ୍ର ଉପରେ ଏକପାଖିଆ ସାମରିକ ପ୍ରଭୁତ୍ବ ଦେଖାଇବା ଅନୁଚିତ।

ଏସ୍‌ସିଓର ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ବୈଠକରେ ଉଦ୍‌ବୋଧନ ଦେଇ ଡୋଭାଲ ଆଞ୍ଚଳିକ ସଂଯୋଗ ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ, ଏପରି ଉଦ୍ୟମ ପରସ୍ପର ପରାମର୍ଶମୂଳକ ଓ ସ୍ବଚ୍ଛ ହେବା ଦରକାର ଏବଂ ସବୁ ଦେଶର ସାର୍ବଭୌମତ୍ବ ପ୍ରତି ସମ୍ମାନ ରହିବା ଉଚିତ। ପାକ୍-ଅଧିକୃତ କାଶ୍ମୀର ଦେଇ ଯାଉଥିବା ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡରକୁ ଭାରତ ବାରମ୍ବାର ବିରୋଧ କଲେ ମଧ୍ୟ ଚୀନ୍ ଶୁଣୁ ନ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋଭାଲଙ୍କ ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ।

ଏହି ବୈଠକରେ ରୁଷ୍‌ର ସୁରକ୍ଷା ପରିଷଦ ସଦସ୍ୟ ନିକୋଲାଇ ପାତ୍ରୁସେଭ ଏବଂ କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ବରିଷ୍ଠ ଅଧିକାରୀ ତଥା ଏସ୍‌ସିଓର ଆଞ୍ଚଳିକ ଆତଙ୍କବାଦ-ନିରୋଧୀ ଢାଞ୍ଚା (ଆର୍‌ଏଟିଏସ୍‌)ର ପ୍ରତିନିଧି ଯୋଗ ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ